ନୂଆଦିଲ୍ଲୀ: ଆମେରିକାର ୧୫ ସୂତ୍ରୀୟ ଯୁଦ୍ଧବିରତି ପ୍ରସ୍ତାବକୁ ମାନିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି ଇରାନ। ଏହାକୁ ନେଇ କ୍ଷୁବ୍ଧ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ସେ ଇରାନ ପକ୍ଷରୁ ଆଲୋଚନା କରିବାକୁ ଥିବା ବ୍ୟକ୍ତିମାନଙ୍କୁ ଶୀଘ୍ର ସିରିୟସ୍ ହେବାକୁ କହିଛନ୍ତି। ନଚେତ୍ ପଛକୁ ହଟିବାର ଆଉ କୌଣସି ରାସ୍ତା ବଞ୍ଚିବ ନାହିଁ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଇରାନ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତୁତ ଲୋକଙ୍କ ଉପରେ ଖୁବ ବର୍ଷିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଛନ୍ତି, ଇରାନର ଆଲୋଚନାକାରୀ ବ୍ୟକ୍ତିମାନେ ବହୁତ ଭିନ୍ନ ଏବଂ ଅଦ୍ଭୁତ ଧରଣର ମଣିଷ। ସେମାନେ ଆମ ସହ ଚୁକ୍ତି କରିବା ପାଇଁ ଭିକ୍ଷା କରୁଛନ୍ତି। ସେମାନଙ୍କୁ ଏମିତି କରିବା ବି ଉଚିତ୍। କାରଣ ସେମାନେ ସାମରିକ ଭାବରେ ସମ୍ପୂର୍ଣ୍ଣ ଭାବରେ ଧ୍ଵଂସ ହୋଇ ଯାଇଛନ୍ତି ଏବଂ ସେମାନଙ୍କର ଫେରି ଆସିବାର କୌଣସି ସମ୍ଭାବନା ନାହିଁ। ତଥାପି ଇରାନ ସାର୍ବଜନୀନ ଭାବରେ କହୁଛି ଯେ ଆମେରିକା କେବଳ 'ଆମର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହା ସଂପୂର୍ଣ୍ଣ ଭୁଲ୍। ବହୁତ ବିଳମ୍ବ ହେବା ପୂର୍ବରୁ ସେମାନଙ୍କୁ ଶୀଘ୍ର ଗମ୍ଭୀର ହେବା ଉଚିତ, କାରଣ ଏହା ଘଟିବା ପରେ, ଆଉ ଫେରିବାର ସୁଯୋଗ ରହିବ ନାହିଁ ଏବଂ ଏହା ଆଦୌ ଭଲ ହେବ ନାହିଁ।

Also Read: ଲୋହିତ ସାଗରରେ ଋଷ ତୈଳ ଜାହାଜକୁ ଡ୍ରୋନ ଆଟାକ୍, ଥିଲେ ୨୭ କର୍ମଚାରୀ

କୁଏତର ଅନ୍ତର୍ଜାତୀୟ ବିମାନକୁ ଟାର୍ଗେଟ୍

ଏହା ପୂର୍ବରୁ ଇରାନ ବୁଧବାର ପଶ୍ଚିମ ଏସିଆାରେ ଯୁଦ୍ଧ ବିରତି ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହା ସହିତ ଉପସାଗରୀୟ ଦେଶଗୁଡ଼ିକ ଉପରେ ହମଲା ଜୋରଦାର କରିଛି। ଇରାନ କୁଏତର ଅନ୍ତର୍ଜାତୀୟ ବିମାନକୁ ବି ଟାର୍ଗେଟ୍ କରିଥିଲା। ଇରାନ ଇସ୍ରାଏଲ ଉପରେ ମଧ୍ୟ ଜୋରଦାର ହମଲା କରିଛି। ଅନ୍ୟପଟେ ଇସ୍ରାଏଲ ତେହରାନ ଉପରେ ଏୟାରଷ୍ଟ୍ରାଇକ କରିଛି ଏବଂ ଓ୍ଵାଶିଂଟନ କ୍ଷେତ୍ରରେ ପାରାଚ୍ୟୁଟସ୍ ଓ ଅଧିକ ସଂଖ୍ୟା ଯୁଦ୍ଧ ଜାହାଜ ମୁତୟନ କରିଛି।

ଇରାନ ଚାହିଁଲେ ଯୁଦ୍ଧ ହେବ ସମାପ୍ତ

ଇରାନର ସରକାରୀ ସମାଚାର ପ୍ରସାରକ ପ୍ରେସ ଟିଭି ସରକାରୀ ସୂତ୍ରରୁ କହିଛି ଯେ, ଇରାନ ଆମେରିକାର ଯୁଦ୍ଧବିରତି ପ୍ରସ୍ତାବକୁ ଅସ୍ଵୀକାର କରି ଦେଇଛି। ପାକିସ୍ତାନ ଦ୍ଵାରା ଇରାନଠୁ ପଠାଯାଇଥିବା ପ୍ରସ୍ତାବ ପରେ ଇରାନର ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅଧିକାରୀ କହିଛନ୍ତି, ଇରାନ ଯୁଦ୍ଧ ତେବେ ସମାପ୍ତ କରିବ ଯେବେ ସେ ଚାହିଁବ ଏବଂ ତାର ସର୍ତ୍ତ ପୂରଣ ହେବ। ତେଣୁ ତେହରାନ ପଶ୍ଚିମ ଏସିଆରେ ନିଜର ଜୋରଦାର ହମଲା ଜାରି ରଖିବ।

Also Read: ତେଲ୍ ଆବିଭ୍ ଆକାଶରେ ଘୂରି ବୁଲୁଛନ୍ତି ହଜାର ହଜାର କାଉ, ଇରାନ ସଂଘର୍ଷ ମଧ୍ୟରେ ଘନେଇଲା ବିନାଶର ଆଶଙ୍କା

ଇରାନକୁ ପ୍ରସ୍ତାବ ଦେଇଥିବା ପାକିସ୍ତାନର ଦୁଇ ଅଧିକାରୀ ୧୫ ପ୍ରସ୍ତାବ ଉପରେ ଉଲ୍ଲେଖ କରି କହିଛନ୍ତି, ଏଥିରେ କଟକଣାରେ ଆଶ୍ଵସ୍ତି, ଇରାନର ଆଣବିକ କାର୍ଯ୍ୟକ୍ରମ ପ୍ରତ୍ୟାହାର କରିବା, ମିସାଇଲ୍ ସଂଖ୍ୟା ସ୍ଥିର କରିବା ଏବଂ ହର୍ମୁଜ ଜଳଡମରୁମଧ୍ୟ ପୁଣି ଥରେ ଖୋଲିବା ସାମିଲ୍। ହର୍ମୁଜ ଏକ ଗୁରୁତ୍ଵପୂର୍ଣ୍ଣ ଜଳମାର୍ଗ, ଯାହା ଜରିଆରେ ଦୁନିଆର ୨୦ ପ୍ରତିଶତ ତେଲ ରପ୍ତାନୀ ହୋଇଥାଏ।