Russian crude tanker struck in the Black Sea: ଲୋହିତ ସାଗରରେ ଋଷ ଅଶୋଧିତ ତୈଳ ନେଇ ଯାଉଥିବା ଏକ ଟ୍ୟାଙ୍କର ତୁର୍କୀଏ ଉପକୂଳରେ ଡ୍ରୋନ ମାଡ଼ କରାଯାଇଛି। ଗୁରୁବାର ତୁର୍କୀଏ ମିଡିଆ ଏନେଇ ଖବର ପ୍ରକାଶ କରିଛି। ଇସ୍ତାନବୁଲର ବୋସଫୋରସ୍ ସଂକୀର୍ଣ୍ଣ ଜଳମାର୍ଗରୁ ପ୍ରାୟ ୧୫ ନଟିକାଲ ମାଇଲ୍ (୨୮ କିଲୋମିଟର) ଦୂରରେ 'ଅଲତୁରା' ନାମକ ତୈଳ ଟ୍ୟାଙ୍କରକୁ ଏହି ଡ୍ରୋନ୍ ମାଡ଼ କରାଯାଇଛି। ଏହି ଟ୍ୟାଙ୍କରରେ ଥିବା ସମସ୍ତ ୨୭ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ତୁର୍କୀଏ ମିଡିଆ ଏନ୍ଟିଭି ଖବର ପ୍ର ପ୍ରସାର କରିଛି।

ଶିପ ଟ୍ରାକିଂ ଡାଟା ଅନୁସାରେ, ସିଏରା ଲିଓନି(ପଶ୍ଚିମ ଆଫ୍ରିକୀୟ ଦେଶ) ପତାକା ଥିବା ଏହି ଭାସେଲ ଟି ଋଷର ନୋଭୋରୋସିୟାସ୍କ ବନ୍ଦରରୁ ୧ ମିଲିଅନ ବ୍ୟାରେଲ୍‌ ଅଶୋଧିତ ତୈଳ ନେଇ ବାହାରିଥିଲା। ଏହି ଜାହାଜଟି ୟୁରୋପିୟନ ୟୁନିୟନ ଓ ବ୍ରିଟେନ୍ ଦ୍ୱାରା ପ୍ରତିବନ୍ଧିତ ଥିଲା। ରିପୋର୍ଟ ଅନୁସାରେ ତୁର୍କୀଏ କମ୍ପାନୀ ବେସିକ୍‌ତାସ୍‌ର ଏହି ଜାହାଜର ବ୍ରିଜ୍(ପାଇଲଟ ଯେଉଁଠି ବସି ଚଳାନ୍ତି)ରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜାହାଜ ତେଲ ଟାଙ୍କିର ଇଞ୍ଜିନ ରୁମରେ ପାଣି ପଶି ଯାଇଥିଲା।  

ରୟଟର୍ସର ରିପୋର୍ଟ ଅନୁସାରେ, ଏହି ଘଟଣା ପରେ ଉକ୍ତ ଟ୍ୟାଙ୍କରକୁ ସହାୟତା ଦେବାକୁ ତୁର୍କିଏ ତଟରକ୍ଷୀ ବାହିନୀ ଓ ଏମାର୍ଜେନ୍ସି ରେସ୍‌ପନ୍ସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ବୋଲି ତୁର୍କୀଏ ମିଡିଆ କହିଛନ୍ତି।

Also read- ​​​​​​​Oil From Sea : ବିଶ୍ୱ ଟ୍ରେଣ୍ଡ୍‌ରେ ଭାରତ, ଆରମ୍ଭ ହେଲା 'ସମୁଦ୍ର ମନ୍ଥନ', ONGCର ବିରାଟ ଅଭିଯାନ

ଚଳିତ ବର୍ଷ ଲୋହିତ ସାଗରରେ କୌଣସି ତୈଳ ଟ୍ୟାଙ୍କରକୁ ଆକ୍ରମଣ କରିବାର ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଜାନୁଆରୀ ୨୦୨୬ରେ ଋଷ ଫେରୁଥିବା ଏକ ତୈଳ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ସେତେବେଳେ ବି ତୁର୍କୀଏ ତଟରକ୍ଷୀ ବାହିନୀ ତୁରନ୍ତ ସହାୟତା ପ୍ରଦାନ କରିଥିଲା।

ନଭେମ୍ବର ୨୦୨୫ରେ ଲୋହିତ ସାଗରରେ ଦୁଇଟି ଋଷ ଫେରନ୍ତା ତୈଳ ଟ୍ୟାଙ୍କରକୁ ୟୁକ୍ରେନ ଡ୍ରୋନ ଆଟାକ କରିବା ପରେ ଏନ୍ସୁରାନ୍ସ ମୂଲ୍ୟ ବଢ଼ି ଯାଇଥିଲା। ତେବେ ଏହି ଡ୍ରୋନ ଆଟାକ୍‌ରେ ଆମର କୌଣସି ଭୂମିକା ନାହିଁ ବୋଲି ୟୁକ୍ରେନ୍ କହିଛି।