ତେହେରାନ,୨୬ /୦୩: ଆମେରିକାର ଏଫ-18 ଫାଇଟର୍ ଜେଟକୁ ଖସାଇ ଦେଇଛି ଇରାନ୍ । ଏନେଇ ଦାବି କରିଛି ଇରାନ୍ ରିଭଲ୍ୟୁସନାରୀ ଗାର୍ଡସ୍ କର୍ପସ୍ । ଯାହା ଯୁଦ୍ଧରେ ଆମେରିକାକୁ ଶକ୍ତ ଝଟକା ବୋଲି କୁହାଯାଉଛି । ଘଟଣାର ସିସିଟିଭି ପୁଟେଜ୍ ମଧ୍ୟ ଜାରି ହୋଇଛି ।

ଇରାନର ସରକାରୀ ଗଣମାଧ୍ୟମ ଏଫ-18 ଆକାଶରୁ ଖସୁଥିବାର ଦୃଶ୍ୟ ଦେଖାଇଛି । ଏଥିରେ ଜଣାପଡିଛି ଯେ, ଆକାଶରେ ଏକ ଫାଇଟର୍ ଜେଟ୍ ଉପରେ ଆକ୍ରମଣ ହେଉଛି । ଏହି ଫାଇଟର୍ ଜେଟଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଖସି ପଡୁଛି । ଏହାରୁ ଇରାନ୍ ଏଫ୍-18 ବୋଲି ଦାବି କରିଛି ।

ଆମେରିକାର ଖଣ୍ଡନ

ସେପଟେ ଆମେରିକା ଅଲଗା କଥା କହୁଛି । ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍ ଇରାନର ଦାବିକୁ ଖଣ୍ଡନ କରିଛି । ଇରାନ କୌଣସି ଆମେରିକୀୟ ଜେଟକୁ ଖସାଇ ନାହିଁ । ଚାବାହର ବନ୍ଦର ଉପରେ ଉଡୁଥିବା ବିମାନକୁ ତେହେରାନ ଖସାଇ ଦେଇଥିବା ଦାବି କରୁଥିବା ଖବର ମିଛ । ଏପରି କିଛି ଘଟିନଥିବା ୟୁଏସ୍ କହିଛି ।

ଆମେରିକାର ପ୍ରସ୍ତାବ ପର ଘଟଣା

ଆମେରିକା ଇରାନ ଆଗରେ ୧୫ଟି ପ୍ରସ୍ତାବ ରଖିଛି । ଏହି ପ୍ରସ୍ତାବ ମାନିଲେ ଆମେରିକା ଯୁଦ୍ଧ ବନ୍ଦ କରିବ । ଅନ୍ୟ ଦିଗରେ ଇରାନ ମଧ୍ୟ ଟି ସର୍ତ୍ତ ରଖି ଆମେରିକାର ପ୍ରସ୍ତାବକୁ ନାକଚ କରିଦେଇଛି । ଯାହା ପରେ ଇରାନ ଏଫ-18କୁ ଧ୍ୱଂସ କରିଥିବା ଦାବି କରୁଛି ।

Also Read :-ଆମେରିକା ସହ ସାଲିସ କରିବନି ଇରାନ, ତେହେରାନ ଉପରେ ଆଖି ଉଠେଇବାକୁ ଶହେ ଥର ଭାବିବେ ଶତ୍ରୁ ଦେଶ

ଟ୍ରମ୍ପଙ୍କୁ କଟାକ୍ଷ

ଇରାନ ସେନାର ଜଣେ ମୁଖପାତ୍ର କହିଥିଲେ ଯେ, ଟ୍ରମ୍ପ୍ ହାରିବାକୁ ଯାଉଛନ୍ତି । ତେଣୁ ଇରାନ ସହ ଯୁଦ୍ଧ ବିରତି ପାଇଁ ଆଗଭର ରହିଛନ୍ତି । ରବିବାର ମଧ୍ୟ ଇରାନ ଆମେରିକାର ଏଫ୍-15 ଫାଇଟର୍ ଜେଟ୍ କୁ ଖସାଇ ଦେଇଥିବା କହିଥିଲା । ଏହାପୂର୍ବରୁ ଆଉ କିଛି ୟୁଏସ୍ ଜାହାଜ ଖସିଥିବା ନିଜେ ଟ୍ରମ୍ପ୍ କହିସାରିଛନ୍ତି ।