ଆମେରିକାର ରାଷ୍ଟ୍ରପତି ଭବନରେ ଆଗରେ ହଇଚଇ।  ଜଣେ ବ୍ୟକ୍ତିଙ୍କ କାର୍‌ ଧସେଇ ପଶିଥିଲା। ତାପରେ ସେ ଗୁପ୍ତ ସେବା ଅଧିକାରୀ ଏବଂ ନ୍ୟାସନାଲ ଗାର୍ଡ ସୈନିକଙ୍କ ସହ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ହ୍ୱାଇଟ୍ ହାଉସକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା।

ଭିଡିଓ ଫୁଟେଜ୍ ଅନୁଯାୟୀ, ଲାଫାଏଟ୍ ସ୍କୋୟାରର ଉତ୍ତର ଭାଗରେ ଏକ ରୂପା ରଙ୍ଗର ସେଡାନ୍ କାର ରାସ୍ତାରେ ପଶିଗଲା ଏବଂ ଏକ ସାଇନପୋଷ୍ଟ ସହିତ ଧକ୍କା ହେଲା। ଧକ୍କା ପରେ ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏକୁ ଦେଖି ଆତଙ୍କ ଖେଳି ଯାଇଥିଲା। ଆମେରିକା ସିକ୍ରେଟ ସର୍ଭିସ ହ୍ୱାଇଟ୍ ହାଉସ୍ ପ୍ରେସ୍ କର୍ପସର ସଦସ୍ୟମାନଙ୍କୁ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଘଟଣା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଉପସ୍ଥିତ ଥିଲେ।

also read-ମତ ବଦଳାଇଲେ ଟ୍ରମ୍ପ ! କହିଲେ- ମୁଁ ଥଟ୍ଟା କରୁଥିଲି, ସମସ୍ତେ ସିରିଅସ୍ ନେଇଗଲେ

ସୁରକ୍ଷା କର୍ମୀଙ୍କ ସହ ଝଗଡ଼ା ପରେ ଡ୍ରାଇଭରଙ୍କୁ ହେପାଜତକୁ ନିଆଯାଇଥିଲା। ଡ୍ରାଇଭରଙ୍କ ପରିଚୟ, ଦୁର୍ଘଟଣାର କାରଣ କିମ୍ବା ସମ୍ଭାବ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବର୍ତ୍ତମାନ କୌଣସି ସୂଚନା ମିଳିନି। ଆମେରିକୀୟ ଏଜେନ୍ସିଗୁଡ଼ିକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି।

ସୂଚନାଯୋଗ୍ୟ, ଲାଫାୟେଟ୍ ସ୍କୋୟାର ହେଉଛି ପେନ୍‌ସିଲଭାନିଆ ଆଭେନ୍ୟୁର ଅପରପାର୍ଶ୍ୱରେ ହ୍ୱାଇଟ୍ ହାଉସ୍‌ର ଠିକ୍ ସମ୍ମୁଖରେ ଅବସ୍ଥିତ ଏକ ପ୍ରମୁଖ ସର୍ବସାଧାରଣ ସ୍ଥାନ। ଏହି ଘଟଣା ପରେ ହ୍ୱାଇଟ୍ ହାଉସ୍ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଅସ୍ଥାୟୀ ଭାବେ ଯାତାୟାତ ଉପରେ କଟକଣା ଲଗାଯାଇଥିଲା।