ଭୁବନେଶ୍ବର ୯।୧୧: ଦୀପାବଳି ରାତିରେ ରାଜଧାନୀରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ I ମୁଁହରେ ଗାମୁଛା ଓ ହାତରେ ହତିଆର ଧରି ଘର ଭିତରେ ପଶିଲେ । କାରନାମା କରିବା ପୂର୍ବରୁ ସିସିଟିଭି ଭାଙ୍ଗିଲେ I ରବିବାର ରାତି ସାଢ଼େ ୧୨ଟାରେ ଗୋଟିଏ ପରିବାରର ଲୋକଙ୍କୁ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ I ଦୁର୍ବୃତ୍ତଙ୍କ ସବୁ କାରନାମା କ୍ୟାମେରାରେ କଏଦ ହୋଇଛି I ଭୀମଟାଙ୍ଗୀର ଲେନ୍ ୮ରେ ଏଭଳି ଘଟଣା ଘଟିଛି I ବାଣ ଫୁଟାକୁ ନେଇ ଏଭଳି ତୁମୁଳକାଣ୍ଡ ଘଟିଥିବା କୁହାଯାଉଛି I

ଦୀପାବଳି ସନ୍ଧ୍ୟା ବେଳେ, ଘର ଉପରକୁ ବାଣ ଫୋପାଡ଼ିବାରୁ ଘର ମାଲିକ ପଦ୍ମନାଭ ସାହୁ ଏବଂ ତାଙ୍କ ପତ୍ନୀ ବାରଣ କରିଥିଲେ I ପରବର୍ତ୍ତୀ ସମୟରେ ଘର ଉପରକୁ ବାଣ ଫୋପାଡ଼ିବାକୁ ମନା କରିବାରୁ, ଖଣ୍ଡା ଧରି ଘରେ ପଶିଥିଲେ ୩ ଜଣ ଦୁର୍ବୃତ୍ତ I ସିସିଟିଭି ଭଙ୍ଗାରୁଜା କରିବା ସହ ଘରେ ପଶି ଆତଙ୍କ ଖେଳାଇଥିଲେ ମୁଖାପିନ୍ଧା ଖଣ୍ଡାଧାରୀ ।

Also Read:- ବାରମ୍ବାର ଘଣ୍ଟାରେ 11:11 ଦେଖିବା ଏକ ସଂଯୋଗ ନା ଏହା ପଛରେ ରହିଛି ମନୋବିଜ୍ଞାନ ?

ତେବେ ଏଭଳି କାରନାମା ଦେଖି ଭୟଭୀତ ହୋଇପଡ଼ିଥିଲେ ପଦ୍ମନାଭଙ୍କ ପରିବାର । ଏନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ I ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି ।

Watch Video: