କଟକ ୯।୧୧: ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାକୁ ନେଇ କଟକ ନୟାସଡକ ଅଞ୍ଚଳରେ ପୋଲିସ ଓ ପବ୍ଲିକ ଗଣ୍ଡଗୋଳ ଘଟଣାରେ ଅଟକ ଥିବା ୯ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ । ଗଣ୍ଡଗୋଳ ବେଳେ ମହିଳା ACP ଅନନ୍ୟା ଅୱସ୍ତିଙ୍କୁ ଧସ୍ତାଧସ୍ତି କରିଥିଲେ ଲୋକେ । ୪ ଜଣଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ACP ବାରଣ କରିବାରୁ କିଛି ଲୋକ ଧସ୍ତାଧସ୍ତି କରିଥିଲେ । ଭାଇରାଲ ଭିଡିଓ ଓ ସମସ୍ତ CCTV ଯାଞ୍ଚ କରାଯାଉଛି । ଏହି ଘଟଣାରେ ଆଉ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ମଧ୍ୟ ପୋଲିସ ଧରିବ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

କଟକ ନୟାସଡକ ଅଞ୍ଚଳରେ ରବିବାର ବାଣ ଫୁଟା ସମୟରେ ରାସ୍ତା ଉପରେ ମାରାତ୍ମକ ବାଣ ଧରି ଉପଦ୍ରବ କରିଥିଲ କିଛି ଅମାନିଆ । ଏହାପରେ ସମୟ ରାତି ୯.୩୦ ପୋଲିସ ଯେତେବେଳେ ନୟାସଡକ ଅଞ୍ଚଳରେ ବାଣ ଫୁଟାଉଥିବା ଅମାନିଆ ମାନଙ୍କୁ ବାଣ ଫୁଟାଇବା ସମୟ ଅତିକ୍ରମ କରିଥିବା କଥା କହି ବାରଣ କରିଥିଲା ସେତେବେଳେ ଉପସ୍ଥିତ ଆଇପିଏସ ଅଧିକାରିଣୀ ତଥା ଜୋନ ୩ ଏସିପି ଅନନ୍ୟା ଆୱସ୍ତିଙ୍କୁ ଦୁର୍ବ୍ୟବହାର ସହ ପୋଲିସ ପାର୍ଟିକୁ ମଧ୍ୟ ଠେଲା ପେଲା କରିଥିଲେ । ଏହାପରେ ପୋଲିସ ଓ ପବ୍ଲିକ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଜଣଙ୍କୁ ପୋଲିସ ଅଟକ ରଖିଛି । ଭାଇରାଲ ଭିଡିଓ ଓ ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି । ଏହି ଘଟଣାରେ ଆଉ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ମଧ୍ୟ ପୋଲିସ ଧରିବ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

Also Read:- ପୌର ନିର୍ବାଚନ ପାଇଁ ବିଗୁଲ୍, ମ୍ୟୁନିସିପାଲିଟି-NAC ସୀମା ନିର୍ଦ୍ଧାରଣ ଆରମ୍ଭ

ଅନ୍ୟପଟେ ଏହି ଘଟଣାରେ କଟକ ମାରଓ୍ବାଡି ସମାଜ ପକ୍ଷରୁ କଟକ ଡିସିପିଙ୍କୁ ଭେଟି ଏହି ସମ୍ପର୍କରେ ଆଲୋଚନା କରାଯାଇଛି । ସ୍ଥାନୀୟ ଲୋକଙ୍କ ସହ ଅନେକ ବାହାରର ଅସାମାଜିକ ମାନେ ଏଭଳି କାଣ୍ଡ ଭିଆଇଥିବା ବେଳେ ଏହା ଅତି ନିନ୍ଦନୀୟ କଥା ବୋଲି କହିଛନ୍ତି କଟକ ମାରଓ୍ବାଡି ସମାଜର ସଭାପତି ସଞ୍ଜୟ ଶର୍ମା । ଉକ୍ତ ଅଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ନଜର ରଖାଯିବା ସହ କିଛି ଲୋକଙ୍କୁ ଖୋଜାଖୋଜି ଜାରି ରଖିଛି ପୋଲିସ ।