ଭୁବନେଶ୍ବର ୮।୧୧: ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଅଗ୍ନିକାଣ୍ଡ । ରୋଷେଇ ଘରେ ଲାଗିଛି ନିଆଁ । ଚିମିନିରୁ ନିଆଁ ଲାଗି ପୂରା ଘର ଧୂଆଁମୟ ହୋଇଯାଇଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରୋଷେଇ ଘରେ ଲାଗିଥିବା ଚିନିମିରୁ ନିଆଁ ଲାଗି ଘର ସାରା ବ୍ୟାପି ଯାଇଥିଲା । ଚିମିନିରୁ ନିଆଁ ଲାଗି ପୂରା ଘର ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

​​​​​​​

Also Read:- ସମୁଦ୍ରରୁ ସିଧା ବେଳାଭୂମିକୁ ମାଡ଼ି ଆସିଲା ୨ ହୋଭରକ୍ରାଫ୍ଟ, ପ୍ରଥମେ ଭୟଭୀତ ହେଲେ ସ୍ଥାନୀୟ ଲୋକେ

ଅନ୍ୟପଟେ ନିଆଁ ଭିତରେ ଫସିଥିବା ବୃଦ୍ଧ ଦମ୍ପତିଙ୍କୁ ମଧ୍ୟ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।