ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ସର୍ବବୃହତ ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ପ୍ରତିଷ୍ଠାତା ଏବଂ ସିଇଓ ଜେନସେନ୍ ହୁଆଙ୍ଗ ନିଜ ସଂପର୍କ ଏବଂ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ଗମ୍ଭୀର ପ୍ରଶ୍ନ ପାଇଁ ଚର୍ଚ୍ଚାରେ ଅଛନ୍ତି । ଆମେରିକୀୟ ମିଡିଆ ରିପୋର୍ଟ ଅନୁସାରେ ଚୀନରେ ଜଣେ ମହିଳାଙ୍କ ସହିତ ଜେନସେନଙ୍କ ଘନିଷ୍ଠ ସଂପର୍କ ଅଛି । ତେବେ ସେହି ମହିଳା ଜଣକ ଚୀନ ପାଇଁ ଗୁଇନ୍ଦାଗିରି କରନ୍ତି ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ସନ୍ଦେହ ପ୍ରକାଶ କରିଛି । ଏବେ ଏହି ମାମଲାରେ ଏନଭିଡିଆର ସିଇଓ ଜେନସେନ୍ ହୁଆଙ୍ଗଙ୍କ ସ୍ୱୀକାରୋକ୍ତି ମଧ୍ୟ ସାମନାକୁ ଆସିଛି । ସେ ନିଜ କର୍ମଚାରୀଙ୍କୁ ପଠାଇଥିବା ଏକ ଇମେଲରେ ଜଣେ ସନ୍ଦିଗ୍ଧ ଚାଇନିଜ୍ ଜାସୁସ୍ ସହ ପ୍ରେମ ସଂପର୍କ କଥାକୁ ସ୍ୱୀକାର କରିଛନ୍ତି । ସିଇଓଙ୍କ ସ୍ୱୀକାରୋକ୍ତ ପରେ ଏନଭିଡିଆର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପୂରା ମାମଲାର ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ କରିଛନ୍ତି ।

ଜେନସେନଙ୍କ ସହ ଘନିଷ୍ଠ ସଂପର୍କରେ ଥିବା ଏଲିସ୍ ହୁଆଙ୍ଗ ଚୀନ ପାଇଁ ଗୁପ୍ତଚର କାମ କରୁଥିବା ଆମେରିକା ସନ୍ଦେହ କରୁଛି । ଏଲିସ୍ ଏନଭିଡିଆ ମୁଖ୍ୟଙ୍କ ସହ ଜଡ଼ିତ ତଥ୍ୟ ସଂଗ୍ରହ କରିବା ଏବଂ କମ୍ପାନିର ଚୀନରେ ଚିପ୍ କାରବାରକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଆମେରିକୀୟ ଗୁଇନ୍ଦା ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ମାମଲାରେ ପ୍ରାୟ ୪.୮ ବିଲିୟନ ଡଲାରର ଉନ୍ନତ ଏଆଇ ଉପକରଣ କ୍ରୟ କଥା ମଧ୍ୟ ଉଲ୍ଲେଖ ରହିଛି । ଏଲିସ୍ ହୁଆଙ୍ଗ ସହ ଜଡ଼ିତ ବ୍ୟବସାୟିକ କମ୍ପାନିଗୁଡ଼ିକ ଦକ୍ଷିଣ-ପୂର୍ବ ଏସିଆେ ଡାଟା ସେଣ୍ଟର ତିଆରି ଏବଂ ଏନଭିଡିଆର ଚିପ୍ ଉପକରଣ କିଣିଥିଲେ ।

କିଏ ଏହି ଏଲିସ୍ ହୁଆଙ୍ଗ ?

ଏହି ପୂରା ପ୍ରସଙ୍ଗରେ ଯେଉଁ ମହିଳାଙ୍କ ନାଁ ସାମନାକୁ ଆସିଛି, ସେ ହେଉଛନ୍ତି ଏଲିସ୍ ହୁଆଙ୍ଗ । ଯଦିଓ ତାଙ୍କ ସାଙ୍ଗିଆ ଜେନସେନ ହୁଆଙ୍ଗ ସହ ମିଶୁଛି, କିନ୍ତୁ ଦୁହିଁଙ୍କ ମଧ୍ୟରେ କୌଣସି ପାରିବାରିକ ସଂପର୍କ ନାହିଁ । ୨୦୨୪ ଜୁନରେ ତାଇୱାନର ରାଜଧାନୀ ତାଇପରେ ଏଲିସ୍ ଏବଂ ଜେନସେନଙ୍କୁ ଏକାସଙ୍ଗରେ ଦେଖିବାକୁ ମିଳିଥିଲା । ସେହି ସମୟରେ ଦୁହେଁ ଗିଗାବାଇଟ୍ ଏବଂ ନେଟଥଣ୍ଡର ସହ ଜଡ଼ିତ ଅଧିକାରୀଙ୍କ ସହ ଉପସ୍ଥିତ ଥିଲେ । ଏହି ସାକ୍ଷତ ସମୟର ଏକ ଫଟୋ ଲିଙ୍କଡଇନ୍ ମଧ୍ୟ ସାମନାକୁ ଆସିଥିଲା ।

୨୦୨୫ ମେ’ରେ, ଏଲିସଙ୍କୁ ଏକ ତାଇପେ ରେଷ୍ଟୁରାଣ୍ଟ ବାହାରେ ଜେନସେନ୍ ହୁଆଙ୍ଗଙ୍କ ପଛରେ ଠିଆ ହୋଇଥିବାର ମଧ୍ୟ ଦେଖାଯାଇଥିଲା । ସେହି ସମୟରେ ଏନଭିଡିଆ ମୁଖ ସାମ୍ବାଦିକମାନଙ୍କ ସହିତ କଥା ହେଉଥିଲେ । ଏହି ସମୟ ମଧ୍ୟରେ ଏଲିସ୍ ସହିତ ଜଡିତ ଏକ କମ୍ପାନି ଏନଭିଡିଆର ଉନ୍ନତ ଉପକରଣକୁ ବଡ଼ ପରିମାଣରେ କ୍ରୟ କରୁଥିଲା । 

Also Read: ଚାଇନା ଗୁପ୍ତଚରଙ୍କ ସହ Nvidia CEOଙ୍କ ପ୍ରେମ ସଂପର୍କ, ପତ୍ନୀଙ୍କୁ ଧୋକା; ସାରା ଦୁନିଆରେ ଖେଳିଗଲା ଚାଞ୍ଚଲ୍ୟ

ଏଲିସ୍ ହୁଆଙ୍ଗଙ୍କ ବୃତ୍ତିଗତ ଯାତ୍ରା ନେଇ ଚୀନର ଏକ ଘରୋଇ ଫଣ୍ଡ ଡାଟାବେସରେ ଉପଲବ୍ଧ ଏକ ପ୍ରୋଫାଇଲରୁ ସୂଚନା ମିଳୁଛି । ଏହି ଅନୁସାରେ, ସେ ହୁନାନ୍ ଟିଭି ଏବଂ ଚୀନର ରାଷ୍ଟ୍ରାୟତ୍ତ ପ୍ରସାରକ CCTV ପାଇଁ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ । ତା’ପରେ ସେ ଏଚଏସବିସିରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ଘରୋଇ ବ୍ୟାଙ୍କିଙ୍ଗ ବିଭାଗର ସଭାପତିଙ୍କ ସହାୟକ ହୋଇଥିଲେ । ପରେ ସେ ସିଆଇଟିଆଇସି ସିକ୍ୟୁରିଟିଜରେ ଉପାଧ୍ୟକ୍ଷ ପଦବୀରେ ରହିଥିଲେ । ତେବେ ତାଙ୍କ ସାମ୍ବାଦିକତା କ୍ୟାରିଅର ସମ୍ପର୍କରେ ଦାବି ଉପରେ ପ୍ରଶ୍ନ ଉଠିଛି । ନ୍ୟୁୟର୍କ ପୋଷ୍ଟ ଜଣେ ହୁନାନ୍ ଟିଭି ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ, ଯିଏ କହିଥିଲେ ଯେ ସେମାନେ ପୂର୍ବରୁ ଏଲିସ୍ ହୁଆଙ୍ଗଙ୍କ ବିଷୟରେ କେବେ ଶୁଣି ନଥିଲେ । ଖବରକାଗଜ CCTVର ୱେବସାଇଟରେ ତାଙ୍କ ନାମରେ କୌଣସି ପ୍ରୋଫାଇଲ୍ ପାଇଲା ନାହିଁ । ଆମେରିକୀୟ ଗୁପ୍ତଚର ସଂସ୍ଥା ସନ୍ଦେହ କରୁଛି ଯେ ସେ ଚୀନ୍ ପାଇଁ କାମ କରିପାରନ୍ତି ।

ଆମେରିକୀୟ ଗୁପ୍ତଚର ଅଧିକାରୀମାନେ ସନ୍ଦେହ କରିଥିଲେ ଯେ ଏଲିସ୍ ହୁଆଙ୍ଗ ଚୀନ୍ ରାଜଧାନୀ ବେଜିଂକୁ ସୂଚନା ପ୍ରଦାନ କରୁଛନ୍ତି । ନ୍ୟୁୟର୍କ ଟାଇମ୍ସ ଏବଂ ଫାଇନାନ୍ସିଆଲ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟଗୁଡ଼ିକ ଏକ ଗୁପ୍ତ ମେମୋକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ ଚୀନ୍ ଜେନସେନ୍ ହୁଆଙ୍ଗଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଏଲିସଙ୍କୁ ନିଯୁକ୍ତି ଦେଇଥିଲା । ଏହା ମଧ୍ୟ ସନ୍ଦେହ କରାଯାଇଥିଲା ଯେ ଚୀନକୁ ଉନ୍ନତ ଚିପ୍ସ ବିକ୍ରୟ କରିବା ପାଇଁ ଏନଭିଡିଆର ପ୍ରୟାସକୁ ପ୍ରଭାବିତ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।