Nokia lay off: ଦିନେ ମୋବାଇଲ ଫୋନ ମାର୍କେଟ୍‌ରେ ରାଜ୍ କରୁଥିବାଫିନଲାଣ୍ଡ କମ୍ପାନୀ ନୋକିଆ ଏବେ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ଯାଉଛି। ଏକ ବ୍ୟାପକ ପୁନର୍ଗଠନ ଯୋଜନାରେ କମ୍ପାନୀ ପ୍ରାୟ ୧୪ ହଜାର ପର୍ଯ୍ୟନ୍ତ କର୍ମଚାରୀ ଛଟେଇ କରିପାରେ। ଭାରତୀୟ ବ୍ୟବସାୟରେ ବଡ଼ ଧରଣର ଶ୍ରମବଳ ହଟାଇବାକୁ ପ୍ରସ୍ତୁତି କରୁଛି କମ୍ପାନୀ।

ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ନୋକିଆ ଏହାର ବିଶ୍ୱସ୍ତରୀୟ କର୍ମଚାରୀ ସଂଖ୍ୟା ୨୦ ପ୍ରତିଶତ ହ୍ରାସ କରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ନୋକିଆର ୭୪,୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି। ଭାରତରେ ନୋକିଆର ପ୍ରାୟ ୧୭,୦୦୦ ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

Also Read- Germany Labour Shortage: ଜର୍ମାନୀରେ ଶ୍ରମିକ ସଙ୍କଟ: ଭାରତ ଠାରୁ ଦକ୍ଷ ଶ୍ରମିକ ଚାହୁଁଛି ୟୁରୋପର ଏହି ଶକ୍ତିଶାଳୀ ରାଷ୍ଟ୍ର

ବର୍ତ୍ତମାନ ସମୟରେ ଏଆଇର ବହୁଳ ବ୍ୟବହାର ଓ ନିବେଶ ବଢ଼ୁଥିବାରୁ Amazon, Microsoft ଏବଂ Google ଭଳି ବଡ଼ ବଡ଼ ଟେକ୍ ଜାଏଣ୍ଟମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। Meta ମଧ୍ୟ ୧୫ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ଭାରତରେ ନୋକିଆର ପ୍ରଦର୍ଶନ ହ୍ରାସ ପାଉଛି। ୨୦୨୫ ମସିହାର ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍ ବିକ୍ର ବାର୍ଷିକ ତୁଳନାରେ ୧୫ ପ୍ରତିଶତ ହ୍ରାସ ପାଇ ୩୯୩ ମିଲିଅନ ୟୁରୋ (ପ୍ରାୟ ୪,୨୯୦ କୋଟି ଟଙ୍କା) ହୋଇଛି। ସେହି ତୁଳନାରେ ଏହା ପୂର୍ବ ବର୍ଷ ଅର୍ଥାତ୍ ୨୦୨୪ ସମାନ ତ୍ରୈମାସିକରେ ଭାରତରେ ନେଟ୍ ବିକ୍ରି ୪୬୩ ମଲିଅନ ୟୁରୋ (ପ୍ରାୟ ୫,୦୦୦ କୋଟି ଟଙ୍କା) ହୋଇଥିଲା।

ଭାରତରେ ପୁନର୍ଗଠନ ଆରମ୍ଭ କଲା ନୋକିଆ

ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ ନୋକିଆ ଏହାର ଭାରତର ନେତୃତ୍ୱ ପରିବର୍ତ୍ତନ ଆରମ୍ଭ କରିଛି। ୧ ଏପ୍ରିଲ, ୨୦୨୬ରୁ ସମର ମିତ୍ତଲଙ୍କୁ ଇଣ୍ଡିଆର ବିଜନେସ୍ ଲିଡର ଏବଂ ବିଭା ମେହେରାଙ୍କୁ ଇଣ୍ଡିଆ ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଛି। ସାଂଗଠନିକ ପରିବର୍ତ୍ତନ ମଧ୍ୟରେ ପୂର୍ବତନ ଇଣ୍ଡିଆ ମୁଖ୍ୟ ତରୁଣ ଛାବ୍ରା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।ନୂଆ ଗଠନ ଅନୁଯାୟୀ, ମିତ୍ତଲଙ୍କୁ ଛାବ୍ରାଙ୍କ ଠାରୁ ଅଧିକ କ୍ଷମତା ଦେଇଛି କମ୍ପାନୀ। ସେ ଭାରତର ସମ୍ପୂର୍ଣ୍ଣ ଗ୍ରାହକ ପୋର୍ଟଫୋଲିଓକୁ ଏଣ୍ଡ-ଟୁ-ଏଣ୍ଡ ତଦାରଖ କରିବେ। ଏହି ନୂଆ ପୁନର୍ଗଠନ ଫଳରେ କମ୍ପାନୀ ଭାରତ ସମେତ ସାରା ବିଶ୍ୱରେ ଆହୁରି ଛଟେଇ କରିବାର ସମ୍ଭାବନା ରହିଛି। ୨୦୨୩ ମସିହାରେ ନୋକିଆର କ୍ଲାଉଡ୍ ଏବଂ ନେଟୱାର୍କ ସେବାର ମୋବାଇଲ୍ ନେଟୱାର୍କ ଏକାଠି ମିଶ୍ରଣ ହେବା ପରେ ଶ୍ରମିକ ବଳକା ଦେଖା ଦେଇଥିଲା। ତେଣୁ ଛଟେଇ ଏହି ସମସ୍ୟା ଦୂର କରିବ କରିବ ବୋଲି କମ୍ପାନୀ ଆଶା ରଖିଛି।

୮ ବର୍ଷରେ ୩୦,୦୦୦ ହ୍ରାସ ପାଇଛି ଶ୍ରମିକ ସଂଖ୍ୟା

ବର୍ଷକୁ ବର୍ଷ ବିଶ୍ୱସ୍ତରରେ ନୋକିଆର କର୍ମଚାରୀ ସଂଖ୍ୟା ନିରନ୍ତର ହ୍ରାସ ପାଇଛି। ୨୦୧୮ ମସିହାରେ କମ୍ପାନୀର ପ୍ରାୟ ୧୦୩,୦୦୦ କର୍ମଚାରୀ ଥିବା କୁହାଯାଉଥିଲା। ବର୍ତ୍ତମାନ ଏହା ୭୪,୧୦୦ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ, ଭାରତରେ କର୍ମଚାରୀଙ୍କ ସଂଖ୍ୟା ୫୦୦ ହ୍ରାସ ପାଇଛି। ଅର୍ଥାତ ଗତ ୮ ବର୍ଷରେ କମ୍ପାନୀର ୩୦ ହଜାର ଶ୍ରମ ବଳ ହ୍ରାସ ପାଇଛି। 

Also Read- RBI New Rules for Online Payments: କେବଳ ଓଟିପି ଓ ପାସୱାର୍ଡ ଦେଲେ ହେବନି ପେମେଣ୍ଟ,ଏପ୍ରିଲରୁ ନୂଆ ନିୟମ

ଏବେ ଶୁଣିବାକୁ ମିଳୁଛି ଯେ କମ୍ପାନୀ ୟୁରୋପରେ ମଧ୍ୟ କର୍ମଚାରୀ ହ୍ରାସ କରିବା ପାଇଁ ଯୋଜନା କରୁଚି। ରିପୋର୍ଟ ଅନୁଯାୟୀ, ଗ୍ରୀସ୍, ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସରେ ଥିବା କମ୍ପାନୀର ୟୁନିଟ୍ରେ ୧୪୦୦ ଚାକିରି ଯାଇପାରେ। ନୋକିଆର ଟେଲିକମ୍ ପ୍ରତିଦ୍ୱନ୍ଦ୍ୱୀ ଏରିକ୍ସନ୍ ମଧ୍ୟ ଏହାର କର୍ମଚାରୀଙ୍କୁ ହ୍ରାସ କରୁଛି। କମ୍ପାନୀ ଗତ ବର୍ଷ ପ୍ରାୟ ୫ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା, ଆହୁରି ଅଧିକ ଛଟେଇ ଯୋଜନା ରହିଛି।