ଭୁବନେଶ୍ୱର ୨୪।୧୦ : ମେଟ୍ରୋକୁ ନେଇ ମେୟର ଓ ମନ୍ତ୍ରୀ ମୁହାଁମୁହିଁ । ନ୍ୟାସନାଲ ଅର୍ବାନ କନକ୍ଲେଭରେ ତେଜିଲା ଆରୋହ ଓ ପ୍ରତ୍ୟାରୋପ । କାହିଁକି ମେଟ୍ରୋ ବନ୍ଦ ହେଲା ବୋଲି ପ୍ରଶ୍ନ କରିଥିଲେ ମେୟର । ଯାହାର ଜବାବ ରଖି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ, ମେଟ୍ରୋ ବନ୍ଦ ହୋଇନାହିଁ , ବରଂ ଏହି ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି ।

ମେୟର କହିଛନ୍ତି ଯେ, ପ୍ଲାନ୍ଡ୍ ସିଟି ଭୁବନେଶ୍ଵର। କିନ୍ତୁ ପ୍ଲାନଡ୍ ଓ୍ବେରେ ବଢ଼ୁଛି । ତେଣୁ ଟ୍ରାଫିକ୍ ଭିଡ ବଢିଛି । ସେଥିପାଇଁ ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପ କରିବା ପାଇଁ ପରିକଳ୍ପନା କରିଥିଲେ। ଏଥିପାଇଁ କାମ ବି ଆରମ୍ଭ ହୋଇଥିଲା । କିନ୍ତୁ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରକଳ୍ପକୁ ବନ୍ଦ କରିଦେଲେ । ମେଟ୍ରୋ ବଦଳରେ ଏ ସରକାର ଫ୍ଲାଏଓଭର କରିବାକୁ ନିଷ୍ପତ୍ତି ନେଲେ। ଫ୍ଲାଏ ଓଭର ଦ୍ଵାରା କେତେ ଭିଡ କମିବ। କିନ୍ତୁ କାହିଁକି ଏ ନିଷ୍ପତ୍ତି ନିଆଗଲା ତାର ସ୍ପଷ୍ଟତା ଏବେ ଯାଏଁ ନାହିଁ । ମେଟ୍ରୋ ହୋଇଥିଲେ ଟ୍ରାଫିକ ସମସ୍ୟା ଦୂର ହୋଇଥାନ୍ତା । 

ସେପଟେ ଯାହାର ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମେଟ୍ରୋ ବନ୍ଦ ହୋଇନାହିଁ। ବରଂ ସ୍ଥଗିତ ରହିଛି । ସହରର ଆବଶ୍ୟକତା ଦୃଷ୍ଟିରୁ ମେଟ୍ରୋକୁ ନେଇ ସର୍ଭେ ଚାଲୁଛି । ସହରର ଉନ୍ନତି ପାଇଁ ମେଟ୍ରୋର ଆବଶ୍ୟକତାକୁ ଅନୁଭବ କରାଯାଇ ସଠିକ ସମୟରେ ସଠିକ କାର୍ଯ୍ୟ କରାଯାଉଛି । ତେଣୁ କୌଣସି ପ୍ରକଳ୍ପ ବନ୍ଦ କରାଯାଇନାହିଁ ।

Watch Video:-

​​​​​​​