ନୂଆଦିଲ୍ଲୀ, ୨୯/୧୦ : ଭାରତୀୟ ମହିଳା ଦଳ ଜିମ୍ବାଓ୍ୱେ ବିପକ୍ଷରେ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ଟିମ୍ ୩-୦ରେ ସିରିଜ୍ ଜିତିଛି । ଶେଷ ମୁକାବିଲାକୁ ଭାରତ ୮ ଓ୍ୱିକେଟରେ ଜିତି ନେଇଥିଲା । ଭାରତକୁ ବିଜୟ ପାଇଁ ୧୩୨ ରନର ଟାର୍ଗେଟ୍ ମିଳିଥିଲା । ଯାହାକୁ ଦଳ ୧୭ ଓଭରରେ ପୂରା କରିନେଇଥିଲା ।

Also Read :- ଚେନ୍ନାଇ ନୁହେଁ, ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ୍ କରିବ ଏହି IPL ଟିମ୍ ! ସତ କହିଦେଲେ ଅଶ୍ୱୀନ୍

ମ୍ୟାଚ୍ ଜିତିବା ପରେ ଅଧିନାୟକ ସ୍ମତି ମନ୍ଧନା ଏବଂ ପୂର୍ବତନ ଅଧିନାୟକ ହରମନପ୍ରିତ କୌରଙ୍କ ମଧ୍ୟରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାରେ । ମ୍ୟାଚ୍ ପରେ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ ସମୟରେ ହରମନପ୍ରିତ ସ୍ମୃତିଙ୍କ ପାଖରେ ପହଁଚିଥିଲେ । ଏହି ସମୟରେ ସ୍ମୃତି ଅନ୍ୟ ଆଡେ ଚାହିଁଥିଲେ । ଏପରିକି ଉଭୟେ ହ୍ୟାଣ୍ଡସେକ୍ କରିନଥିଲେ । ଏହି ଘଟଣାକ୍ରମ ମାତ୍ର କିଛି ସେକେଣ୍ଡର ଥିଲା । ମାତ୍ର ଉଭୟ ଟପ୍ ଖେଳାଳିଙ୍କ ମଧ୍ୟରେ କିଛି ଠିକ୍ ଚାଲିନଥିବା କୁହାଯାଉଛି ।

ସିରିଜର ଦ୍ୱିତୀୟ ମୁକାବିଲାରେ ହରମନପ୍ରିତ୍ ୧୨୬ ରନ୍ କରିଥିଲେ । ସ୍ମୃତି ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ମୁକାବିଲାରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ହ୍ୟାଣ୍ଡସେକ୍ ଘଟଣା ପାଇଁ ସୋସିଆଲ ମିଡିଆରେ ନେଟିଜେନ୍ସ ନାନା ପ୍ରତିକ୍ରିୟା ଦେଉଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ହରମନପ୍ରିତ ଭାରତୀୟ ଦଳର ସମସ୍ତ ଫର୍ମାଟରୁ କପ୍ତାନୀ ଛାଡିଥିଲେ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ । ଏହି ପୋଷ୍ଟରେ ସାଥୀ ଖେଳାଳିଙ୍କ ରିଆକ୍ସନ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ସେ ଅସନ୍ତୁଷ୍ଟ ହୋଇ କପ୍ତାନୀ ଛାଡିଥିବା ଚର୍ଚ୍ଚା ହୋଇଥିଲା । ଏପରିକି ସ୍ମୃତିଙ୍କ ସହ ତାଙ୍କର ଏବେ ଭଲ ସମ୍ପର୍କ ନଥିବା ମଧ୍ୟ ହ୍ୟାଣ୍ଡସେକ୍ ଘଟଣା ପରେ ଜୋର୍ ଧରିଛି ।