RBI New Rules for Online Payments: ଏପ୍ରିଲ ୨୦୨୬ରୁ ଅନଲାଇନ୍ ପେମେଣ୍ଟ ଠାରୁ ଆରମ୍ଭ କରି ଏଟିଏମ୍ ଟ୍ରାଞ୍ଜାକ୍ସନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଅନଲାଇନ୍ ପେମେଣ୍ଟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏପ୍ରିଲ ପହିଲାରୁ ହେବ। 

ଅନଲାଇନ୍ ଠକେଇରୁ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଏବଂ କଠୋର ନିୟମ ପ୍ରଣୟନ କରିଛି। ଏଣିକି କେବଳ ପାସୱାର୍ଡ କିମ୍ବା ଓଟିପି ଦେଇ ଦେଇ ଆପଣ ପେମେଣ୍ଟ କାର୍ଯ୍ୟ ଶେଷ କରିପାରିବେ ନାହିଁ। ଏଥିପାଇଁ ୧ ଏପ୍ରିଲ୍ ୨୦୨୬ ଠାରୁ, ପ୍ରତ୍ୟେକ ଅନଲାଇନ୍ ପେମେଣ୍ଟ ପାଇଁ ଟୁ ଫେକ୍ଟର ଅଥେଣ୍ଟିକେସନ(2-Factor Authentication)ର ଆବଶ୍ୟକ ହେବ।

Also read- 8th Pay Commission Update: ଅଷ୍ଟମ ବେତନ ଆୟୋଗର ବଡ଼ ଅପଡେଟ୍, ଦରମା ୩୦% ବଢ଼ିବା ସମ୍ଭାବନା

ବର୍ତ୍ତମାନ, ଉପଭୋକ୍ତାମାନେ ସାଧାରଣତଃ ୟୁପିଆଇ, କାର୍ଡ, ନେଟ୍ ବ୍ୟାଙ୍କିଂ କିମ୍ବା ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ କେବଳ ଏକ ଓଟିପି ଏଣ୍ଟର କରି ପେମେଣ୍ଟ କରୁଛନ୍ତି। ହେଲେ ଏପ୍ରିଲ ପହିଲାରୁ ଏହି ପଦ୍ଧତି ଆଉ ବୈଧ ବୋଲି ବିବେଚନା କରାଯିବ ନାହିଁ। ନୂଆ ନିୟମ ଲାଗୁ କରିବା ପାଇଁ RBI ଏହାର ନିୟମାବଳୀ ସଂଶୋଧନ କରିଛି। RBI ର ନୂଆ ନିୟମରେ କ’ଣ ସବୁ ରହିଛି ଆସନ୍ତୁ ଜାଣିବା।

RBIର ନୂଆ ରୁଲରେ କଣ ରହିଛି?

ଆର୍ବିଆଇର ନୂଆ ରୁଲ ଅନୁସାରେ ପ୍ରତି ଟ୍ରାଞ୍ଜାକ୍ସନକୁ ଯାଞ୍ଚ କରିବା ପାଇଁ ଅତିକମର ଦୁଇଟି ଅଲଗା ପଦ୍ଧତି ରହିବ। ସେଥିମଧ୍ୟରୁ ଗୋଟିଏ ଡାଇନାମିକ(ପ୍ରତି ଟ୍ରାଞ୍ଜାକ୍ସନରେ ପରିବର୍ତ୍ତନ ହେବ) ରହିବା ଆବଶ୍ୟକ। ଉଦାହରଣ ସ୍ୱରୂପ ମୋବାଇଲ୍ ପିନ୍, UPI ପିନ୍, ଫିଙ୍ଗରପ୍ରିଣ୍ଟ ସ୍କାନ୍, ଫେସ୍ ଆଇଡି, ଡାଇନାମିକ୍ OTP, ବାୟୋମେଟ୍ରିକ୍ ତଥ୍ୟ ସହିତ ମିଶ୍ରିତ ପାସୱାର୍ଡ, କିମ୍ବା ଏହାର ଯେକୌଣସି କମ୍ବିନେସନ। ଏହା ବ୍ୟତୀତ ଟ୍ରାଞ୍ଜାକ୍ସନ ପରିମାଣ ଆଧାରରେ ସିକ୍ୟୁରିଟି ଯାଞ୍ଚର ଲେବଲ ନିର୍ଦ୍ଧାରଣ କରାଯିବ।

ଛୋଟ ଟ୍ରାଞ୍ଜାକ୍ସନ ପାଇଁ କମ୍ ସୁରକ୍ଷା ଯାଞ୍ଚ ଓ ବଡ଼ ପରିମାଣରେ ଟ୍ରାଞ୍ଜାକ୍ସନ କିମ୍ବା କୌଣସି ସନ୍ଦେହଜନକ ଟ୍ରାଞ୍ଜାକ୍ସନ ପାଇଁ ଅଧିକ କଠୋର ସୁରକ୍ଷା ଯାଞ୍ଚ କରାଯିବ। ଏହି ପଦ୍ଧତିକୁ ବିପଦ-ଆଧାରିତ ପ୍ରମାଣୀକରଣ(Risk-Based Authentication) କୁହାଯାଏ। ଦେଶରେ କରାଯାଉଥିବା ସମସ୍ତ ଡିଜିଟାଲ୍ ପେମେଣ୍ଟ ପାଇଁ ଆର୍ବିଆଇର ନୂଆ ନିୟମଗୁଡ଼ିକ ଲାଗୁ ହେବ। UPI, କାର୍ଡ, ନେଟ୍ ବ୍ୟାଙ୍କିଂ, ଡିଜିଟାଲ୍ ୱାଲେଟ୍ ଏବଂ ପ୍ରିପେଡ୍ ପେମେଣ୍ଟ ସିଷ୍ଟମ ମାଧ୍ୟମରେ କରାଯାଉଥିବା ପେମେଣ୍ଟ ଏହି ନିୟମ ଅଧୀନରେ ରହିବ। ଆନ୍ତର୍ଜାତୀୟ ୱେବସାଇଟ୍ କିମ୍ବା ଆପ୍ଲିକେସନ ଗୁଡ଼ିକରେ କରାଯାଇଥିବା ଦେୟ ପାଇଁ, ଏହି ନିୟମଗୁଡ଼ିକ ୧ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।

Also read- CCPA issues warning for LPG charges: ଗ୍ରାହକଙ୍କ ଠାରୁ ଏଲ୍ପିଜି ଚାର୍ଜ ନେଇପାରିବେନି ହୋଟେଲ୍; ସିସିପିଏର ଚେତାବନୀ

ଏହି ନୂଆ ନିୟମ ଘୋଷଣା କରିବା ପରେ ଆରବିଆଇ କହିଛି ଯେ ଡିଜିଟାଲ ପେମେଣ୍ଟର ପରିମାଣ ବୃଦ୍ଧି ପାଇବା ସହିତ ଠକେଇ ଏବଂ ହ୍ୟାକିଂର ଘଟଣା ମଧ୍ୟ ବୃଦ୍ଧି ପାଉଛି। ଏସଏମଏସ୍-ଆଧାରିତ ଓଟିପିଗୁଡ଼ିକ ଆଉ ପୂର୍ବ ପରି ସୁରକ୍ଷିତ ନୁହେଁ, କାରଣ ହ୍ୟାକର୍ସମାନେ ଏବେ ସେଗୁଡ଼ିକୁ ସହଜରେ ଅଟକାଇବାର ଆଶଙ୍କା ରହିଛି। ତେଣୁ ଉନ୍ନତ ସୁରକ୍ଷା ବ୍ୟବସ୍ଥାର ଜରୁରୀ ଥିବାରୁ ଏହାକୁ ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ଆର୍ବିଆଇ କହିଛି।