ଭୁବନେଶ୍ୱର ୨୭/୧୦ : ବୟସ ବଢ଼ିବା ସହ ମୁହଁରେ ରିଙ୍କଲ୍ସ ପଡ଼ିବା, ତ୍ୱଚାର ଚମକ କମିଯିବା ଏବଂ ଦାଗ ଦେଖାଯିବା ସ୍ୱାଭାବିକ ଥାଏ। କିନ୍ତୁ ଆପଣ ଜାଣନ୍ତି କି, ଆମର କିଛି ଦୈନନ୍ଦିନ ଅଭ୍ୟାସ ମଧ୍ୟ ଆମ ସୁନ୍ଦର କୋମଳ ତ୍ୱଚାକୁ ଅକାଳରେ ବୟସ୍କ ଦେଖାଇପାରେ? ମାର୍କେଟରେ ମିଳୁଥିବା ଦାମୀ କ୍ରିମ୍, ସିରମ୍ ଓ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ସତ୍ତ୍ୱେ ଯଦି ଆପଣଙ୍କ ମୁହଁରେ ଶୁଷ୍କତା କିମ୍ବା ରିଙ୍କଲ୍ସ ଦେଖାଯାଉଛି, ତେବେ ଏହା ପଛରେ ଆପଣଙ୍କ ସ୍କିନ୍ କେୟାର୍ ରୁଟିନର କିଛି ଭୁଲ୍ ଥାଇପାରେ। ବିଶେଷକରି, ବାହାରକୁ ଗଲେ ସନସ୍କ୍ରିନ୍ ନ ଲଗାଇବା, ମୁହଁକୁ ଅତ୍ୟଧିକ ଧୋଇବା , ତ୍ୱଚାକୁ ଆବଶ୍ୟକ ଆର୍ଦ୍ରତା ନ ଦେବା ଏବଂ ଏକାସାଙ୍ଗରେ ଅନେକ ସ୍କିନ୍ କେୟାର୍ ପ୍ରଡକ୍ଟ ବ୍ୟବହାର କରିବା ତ୍ୱଚାର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ତ୍ୱଚାର ଯତ୍ନ ନେବା ପାଇଁ ସବୁବେଳେ ଦାମୀ ପ୍ରଡକ୍ଟର ଆବଶ୍ୟକତା ନାହିଁ। କେବଳ ନିଜର ଦୈନନ୍ଦିନ ସ୍କିନ୍ କେୟାର୍ ରୁଟିନ୍ରେ କିଛି ସରଳ ପରିବର୍ତ୍ତନ କରି ତ୍ୱଚାକୁ ସୁସ୍ଥ, ନରମ ଓ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ ।

ଆପଣଙ୍କ ମୁହଁରେ ଦେଖାଦେଉଛି କି ଦାଗ, ଶୁଷ୍କତା ଓ ରିଙ୍କଲ୍ସ ? ବୟସ ବଢ଼ିବା ସହ ତ୍ୱଚାରେ ପରିବର୍ତ୍ତନ ଆସିବା ସ୍ୱାଭାବିକ। କିନ୍ତୁ କିଛି ଭୁଲ୍ ସ୍କିନ୍ କେୟାର୍ ଅଭ୍ୟାସ ତ୍ୱଚାକୁ ଅଧିକ ଶୁଷ୍କ ଓ ବୟସ୍କ ଦେଖାଇପାରେ। ତେବେ ତ୍ୱଚାର ଯତ୍ନ ନେବା ପାଇଁ ଏହି ୫ଟି ପରିବର୍ତ୍ତନ କରିବା ଜରୁରୀ। ପ୍ରଥମତଃ, ସନସ୍କ୍ରିନ୍ ବ୍ୟବହାର କରନ୍ତୁ | ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ତ୍ୱଚାରେ ଦାଗ, କୁଞ୍ଚନ ଓ ଅକାଳ ବାର୍ଦ୍ଧକ୍ୟର ପ୍ରମୁଖ କାରଣ ହୋଇପାରେ। ତେଣୁ ପ୍ରତିଦିନ SPF ୩୦ କିମ୍ବା ତା’ଠାରୁ ଅଧିକ SPF ସନସ୍କ୍ରିନ୍ ଲଗାନ୍ତୁ। ବାହାରେ ଥିଲେ ପ୍ରତି ଦୁଇ ଘଣ୍ଟାରେ ଏବଂ ଝାଳ ବାହାରିବା କିମ୍ବା ପାଣିରେ ଭିଜିବା ପରେ ପୁଣି ଲଗାନ୍ତୁ। ଦ୍ୱିତୀୟରେ , ତ୍ୱଚାକୁ ଅଧିକ ଧୁଅନ୍ତୁ ନାହିଁ | ମୁହଁକୁ ବାରମ୍ବାର ଘଷିବା କିମ୍ବା କଠୋର ସ୍କ୍ରବ୍ ବ୍ୟବହାର କରିବା ଦ୍ୱାରା ତ୍ୱଚାର ସୁରକ୍ଷା ସ୍ତର କ୍ଷତିଗ୍ରସ୍ତ ହୋଇପାରେ। ତେଣୁ ମୁହଁ ସଫା କରିବା ପାଇଁ ମୃଦୁ ଫେସୱାସ ବ୍ୟବହାର କରନ୍ତୁ ଏବଂ ହାଲୁକା ଭାବେ ପୋଛନ୍ତୁ। ମୁହଁ ଧୋଇବା ପରେ ତ୍ୱଚାରେ ମଏଶ୍ଚରାଇଜର୍ ଲଗାଇବା ଭୁଲନ୍ତୁ ନାହିଁ |

ତ୍ୱଚା ଶୁଷ୍କ ହେଲେ ରିଙ୍କଲ୍ସ ଅଧିକ ସ୍ପଷ୍ଟ ଦେଖାଯାଇପାରେ। ଏଥିପାଇଁ ନିଜ ତ୍ୱଚାର ପ୍ରକାର ଅନୁଯାୟୀ ମଏଶ୍ଚରାଇଜର୍ ବାଛନ୍ତୁ। ନିୟମିତ ଭାବେ ଏହାର ବ୍ୟବହାର ତ୍ୱଚାକୁ ନରମ ଓ ଆର୍ଦ୍ର ରଖିବାରେ ସାହାଯ୍ୟ କରେ। ମୁହଁରେ ଅଧିକ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ | ଅଧିକ ସୁନ୍ଦର ଦେଖାଯିବା ଆଶାରେ ଏକାସାଙ୍ଗରେ ଅନେକ ସିରମ୍, ଏକ୍ସଫୋଲିଏଟର୍ ଓ ଆକ୍ଟିଭ୍ ଉପାଦାନ ବ୍ୟବହାର କରିବା ତ୍ୱଚାରେ ଜ୍ୱଳନ ଓ ଲାଲ୍ ପଡ଼ିବାର କାରଣ ହୋଇପାରେ। ତେଣୁ ସରଳ ସ୍କିନ୍ କେୟାର୍ ରୁଟିନ୍ ଆପଣାନ୍ତୁ ଏବଂ ନୂଆ ପ୍ରଡକ୍ଟକୁ ଧୀରେ ଧୀରେ ରୁଟିନ୍ରେ ସାମିଲ କରନ୍ତୁ। କେବଳ କ୍ରିମ୍ ଲଗାଇଲେ ତ୍ୱଚାର ଯତ୍ନ ସମ୍ପୂର୍ଣ୍ଣ ହୁଏନାହିଁ। ପ୍ରତିଦିନ ପର୍ଯ୍ୟାପ୍ତ ନିଦ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଧୂମପାନଠାରୁ ଦୂରେଇ ରହିବା ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।