Meta Layoffs: ପୁଣି ଛଟେଇ କଲା ଫେସବୁକ ପ୍ୟାରେଣ୍ଟସ୍ କମ୍ପାନୀ ମେଟା । କମ୍ପାନୀ ଏହାର ରିଆଲିଟି ଲ୍ୟାବ୍ସ ବିଭାଗ ସମେତ ବିଭିନ୍ନ ବିଭାଗରୁ ପ୍ରାୟ ୭୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ସହିତ କମ୍ପାନୀର ପୁନର୍ଗଠନ କାର୍ଯ୍ୟ ଜାରି ରଖିଥିବାରୁ ଏହି ଛଟେଇ କରାଯାଇଛି।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଫେସବୁକ ପ୍ରଡକ୍ଟର ନିଯୁକ୍ତି, ବିକ୍ରି ଆଦି ବିଭାଗରେ ଛଟେଇ କରାଯାଇଛି। କମ୍ପାନୀ ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ଏକ ନୂଆ ଷ୍ଟକ୍ ବିକଳ୍ପ କାର୍ଯ୍ୟକ୍ରମ ଆରମ୍ଭ କରିବାର ମାତ୍ର କିଛି ଘଣ୍ଟା ପରେ ଏହି ଛଟେଇ ଘୋଷଣା କରାଯାଇଥିଲା।

ଛଟେଇ ପୂର୍ବରୁ ପ୍ରୋତ୍ସାହନ ରାଶି ଘୋଷଣା

ତେବେ ଛଟେଇ କରିବା ପୂର୍ବରୁ ମେଟା ଏହାର ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀଙ୍କ ପାଇଁ ଏକ ନୂଆ ଷ୍ଟକ୍ ଅପସନ ପ୍ରୋଗ୍ରାମ ଘୋଷଣା କରିଥିଲା। ଏହି ପ୍ରୋଗ୍ରାମ ଅଧୀନରେ, ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପାଞ୍ଚ ବର୍ଷ ମଧ୍ୟରେ ୯୨୧ ମିଲିଅନ ଡଲାର ପର୍ଯ୍ୟନ୍ତ ଅତିରିକ୍ତ କ୍ଷତିପୂରଣ ପାଇପାରିବେ। ତେବେ ଏଥିରେ ଏକ ପେଞ୍ଚ ରହିଛି। ୨୦୩୧ ସୁଦ୍ଧା ଯଦି କମ୍ପାନୀର ମାର୍କେଟ ଭାଲ୍ୟୁ $୯ ଟ୍ରିଲିୟନ ହାସଲ କଲା ତେବେ ଏହି ପ୍ରୋତ୍ସାହନ ରାଶି ମିଳିବ ବୋଲି କମ୍ପାନୀ ଘୋଷଣା କରିଛି।

Also read- RBI New Rules for Online Payments: କେବଳ ଓଟିପି ଓ ପାସୱାର୍ଡ ଦେଲେ ହେବନି ପେମେଣ୍ଟ,ଏପ୍ରିଲରୁ ନୂଆ ନିୟମ

ବର୍ତ୍ତମାନ ମେଟାର ମାର୍କେଟ୍ ଭାଲ୍ୟୁ ୧.୫ ଟ୍ରିଲିଅନ ଡଲାର ରହିଛି। ତେଣୁ ୬ ବର୍ଷ ଭିତରେ କମ୍ପାନୀ ଏହି ସଫଳତା ହାସଲ କରିବା ଦରକାର। କମ୍ପାନୀ କହିଛି ଯେ ଏହି ପ୍ରମୁଖ ଟେକ୍ନୋଲୋଜୀ ପରିବର୍ତ୍ତନ ସମୟରେ ଆମର ନେତୃତ୍ୱ ପ୍ରତିଭାକୁ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଡିଜାଇନ୍ କରାଯାଇଛି। ତେବେ ଏହି ଯୋଜନାରେ ସିଇଓ ମାର୍କ ଜୁକରବର୍ଗଙ୍କୁ ସାମିଲ୍ କରାଯାଇ ନାହିଁ।