ନୂଆଦିଲ୍ଲୀ: ପବିତ୍ର ଦୀପାବଳିର ଠିକ୍ ପୂର୍ବଦିନ ଅର୍ଥାତ୍ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ ଧନତେରସ । ଏହି ଦିନ ଭଗବାନ ଧନ୍ୱନ୍ତରୀ, କୁବେର ଏବଂ ମା’ ଲକ୍ଷ୍ମୀଙ୍କୁ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ବିଶ୍ୱାସ ଅୁନସାରେ ଧନତେରସରେ ସୁନା- ରୁପା, ତମ୍ବା, ପିତ୍ତଳ ବା ନୂଆ ବାସନ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଲେ ଘରକୁ ସୁଖ- ସମୃଦ୍ଧି ଆସିଥାଏ ଏବଂ ଧନଲାଭ ହୋଇଥାଏ।

ହେଲେ ବାସ୍ତବରେ ଏଭଳି ଜିନିଷ ମଧ୍ୟ ଅଛି ଯାହାକୁ ଧନତେରସ ଦିନ ନକିଣିବା ତଥା ଦାନ ଦେବାର ବିରତ ରହିବା ଦରକାର । ମୁଖ୍ୟତଃ ଯଦି ଧନତେରସରେ ଆପଣ ଏଭଳି ୭ଟି ଜିନିଷକୁ ଅଜାଣତରେ ଦାନ କରୁଛନ୍ତି କିମ୍ବା ଉଧାର ଦେଉଛନ୍ତି । ତେବେ ଘରର ସମୃଦ୍ଧି ହ୍ରାସ ହୁଏ ।

ଏହି ସାତ ଜିନିଷ ମଧ୍ୟରେ ରହିଛି ଲୁଣ । ବାସ୍ତୁ ଶାସ୍ତ୍ର ଏବଂ ମାନ୍ୟତା ଅନୁଯାୟୀ, ଧନତେରସ ବା ଦୀପାବଳିରେ କାହାକୁ ବି ଲୁଣ ଦେବା ଉଚିତ୍ ନୁହେଁ। ଲୁଣକୁ ଘରର ସକରାତ୍ମକତା ଏବଂ ଆର୍ଥିକ ସ୍ଥିରତା ସହ ଯୋଡ଼ାଯାଇଥାଏ। ତେଣୁ ଏହି ଦିନ ଲୁଣର କାରବାର କଲେ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇପାରେ।

ସେହିଭଳି ଧନତେରସ ଦିନ କୌଣସି ପ୍ରକାରର ଧାରୁଆ ବସ୍ତୁ ଯେପରିକି ଛୁରୀ, କଇଁଞ୍ଚି, ଛୁଞ୍ଚି କିମ୍ବା ସେଫ୍ଟିପିନ୍ ଆଦି କାହାକୁ ମଧ୍ୟ ଉପହାର କିମ୍ବା ଦାନ ସ୍ୱରୂପ ଦେବା ଅନୁଚିତ୍। ସେହିଭଳି ଲୁହା, କଳା ରଙ୍ଗର ପୋଷାକ କିମ୍ବା ଅନ୍ୟ କୌଣସି କଳା ବସ୍ତୁ କାହାକୁ ଦେବା କିମ୍ବା ନେଣଦେଣ ନ କରିବା ଦରକାର ।ଧନତେରସରେ ତେଲ ଏବଂ ଘିଅ ମଧ୍ୟ ଅନ୍ୟକୁ ଉଧାର ଆକାରରେ ଦେବା ଅଶୁଭ ବୋଲି ଧରାଯାଏ।

Also Read: ରକ୍ତଶର୍କରା ସ୍ତର ଅଧିକ ଥିଲେ ଜାଣନ୍ତୁ କେଉଁ ଖାଦ୍ୟ ଓ ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ ?

ଧନତେରସର ସିଧାସଳଖ ସମ୍ପର୍କ ଧନ ଓ ବୈଭବର ଦେବୀ ମା’ ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ସହ ରହିଛି। ଏହି କାରଣରୁ ପୁରୁଣା ପରମ୍ପରା ଅନୁଯାୟୀ ଏହି ଦିନ କାହାକୁ ବି ନଗଦ ଟଙ୍କା ଉଧାର ଦେବା କିମ୍ବା ଟଙ୍କା ଦାନ କରିବାରୁ ଦୂରେଇ ରହିବା ଉଚିତ୍। ଶେଷରେ ଧନତେରସ ଅବସରରେ କାଚ କିମ୍ବା ସୀସାରେ ତିଆରି କୌଣସି ଜିନିଷ ଅନ୍ୟକୁ ଉପହାରରେ ଦେବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ ସୂଚନା: ଏହି ଲେଖାଟି ସାଧାରଣ ଧାର୍ମିକ ବିଶ୍ୱାସ, ବାସ୍ତୁ ତଥା ଶାସ୍ତ୍ରୀୟ ମତ ଉପରେ ଆଧାରିତ। ଏହାର ସତ୍ୟତା ନେଇ ପ୍ରମେୟ ନ୍ୟୁଜ ସେଭେନ କୌଣସି ଦାବି କରୁନାହିଁ ।