ଭୁବନେଶ୍ବର ୨୮।୧୦: ରାଜଧାନୀରୁ ରସିକିଆ ସ୍ୱାମୀ ଗିରଫ । ଜଣଙ୍କୁ ନୁହେଁ ଚାରି ଚାରି ଜଣକୁ ବିବାହ କରି ନିର୍ଯାତନା ଦେଇଥିବା ଅଭିଯୋଗ । ମହିଳା ଥାନା ପୋଲିସ ଧରାପଡ଼ିଲେ ୫୫ ବର୍ଷୀୟ ଅଭିଯୁକ୍ତ ।

ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ତାହା ଲୁଚାଇ ଚାରିଥର ବିବାହ କରିବା ସହ ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିଜ ପ୍ରଥମ ବିବାହ ସମ୍ପର୍କରେ ତଥ୍ୟ ଲୁଚାଇ ଅନ୍ୟ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତୃତୀୟ ପତ୍ନୀ ନିର୍ଯାତନା ସହି ନପାରି ଘର ଛାଡ଼ିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

Also Read:- ଚାମେଲି ଓଝାଙ୍କୁ ଆଶ୍ୱସ୍ତି, ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

ଅଭିଯୋଗକାରିଣୀ ଚତୁର୍ଥ ପତ୍ନୀଙ୍କ କହିବା ଅନୁଯାୟୀ, ବିବାହର ପ୍ରାୟ ଚାରି ବର୍ଷ ପରେ ସେ ଅଭିଯୁକ୍ତଙ୍କ ଅନ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖରେ ଅଭିଯୁକ୍ତ ତାଙ୍କ ଘରେ ପଶି ଝିଅର ଜନ୍ମଦିନ ପାଳନ କରିବାକୁ ଜିଦ୍ କରିଥିଲେ । ଏହାକୁ ବିରୋଧ କରିବାରୁ ସେ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ନାବାଳିକା ଝିଅକୁ ମାଡ଼ ମାରି ଏକ କୋଠରୀରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ପତ୍ନୀଙ୍କ ଇଚ୍ଛା ବିରୋଧରେ ଅସଦାଚରଣ ଓ ପୋଲିସରେ ଅଭିଯୋଗ କଲେ ଧମକ ଦେଇଥିବା ନେଇ ମଧ୍ୟ ଏତଲା ହୋଇଛି ।

ଏହି ଘଟଣାରେ ମହିଳା ଥାନା ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ପରୀକ୍ଷା କରାଇଥିଲା । ପରେ ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

Watch Video: