Germany Labour Shortage: ୟୁରୋପର ଶକ୍ତିଶାଳୀ ରାଷ୍ଟ୍ରଜର୍ମାନୀ ଏବେ ବୁଢ଼ା ହୋଇଛି। ଏହି ଦେଶରେ ଦୀର୍ଘଦିନ ଧରି ଜନସଂଖ୍ୟାରେ ହ୍ରାସ ଯୋଗୁ ଦକ୍ଷ ଶ୍ରମିକଙ୍କ ଅକାଳ ପଡ଼ିଲାଣି। ଜର୍ମାନୀରେ ବୟସ୍କଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଦେଶର ଶ୍ରମବଳରେ ଯୁବକଙ୍କ ଭାଗିଦାରି କମିଯାଉଛି। ଯେଉଁଥିପାଇଁ ଜର୍ମାନୀ ବର୍ତ୍ତମାନ ଦକ୍ଷ ଶ୍ରମିକଙ୍କ ଅଭାବ ସହ ଯୁଝୁଛି। ଆଉ ଏଥିପାଇଁ ଏହି ଭାରତ ଆଡ଼କୁ ଆଶା ଦୃଷ୍ଟିରେ ଚାହିଁ ରହିଛି ଏହି ୟୁରୋପୀୟ ଦେଶ।

ବିବିସିର ରିପୋର୍ଟ ଅନୁସାରେ ୨୦୨୧ରେ ଜର୍ମାନୀରେ ଏହି ସମସ୍ୟା ଦେଖାଯାଉଛି।ଜର୍ମାନୀ ବର୍ତ୍ତମାନ ଏକ ବଡ଼ ଧରଣର ଜନସଂଖ୍ୟାଗତ ସଙ୍କଟ ଦେଇ ଗତି କରୁଛି। ସେଠାକାର ଜନସଂଖ୍ୟା ବୁଢ଼ା ହେଉଥିବାରୁ ଏବଂ କାର୍ଯ୍ୟକ୍ଷମ ଯୁବକମାନଙ୍କ ସଂଖ୍ୟା କମୁଥିବାରୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଜର୍ମାନୀ ଏବେ ଭାରତୀୟ ଦକ୍ଷ ଶ୍ରମିକମାନଙ୍କ ଉପରେ ଅଧିକ ଭରସା କରୁଛି। ତେଣୁ ଭାରତୀୟ ଦକ୍ଷ ଶ୍ରମିକଙ୍କ ପାଇଁ ଏହା ଏକ ସୁଯୋଗ।

Also read- RBI New Rules for Online Payments: କେବଳ ଓଟିପି ଓ ପାସୱାର୍ଡ ଦେଲେ ହେବନି ପେମେଣ୍ଟ,ଏପ୍ରିଲରୁ ନୂଆ ନିୟମ

ଜନସଂଖ୍ୟା ହ୍ରାସ ଓ ଶ୍ରମିକ ଅଭାବ:

ରିପୋର୍ଟ ଅନୁଯାୟୀ,ଜର୍ମାନୀର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧାବସ୍ଥା ଆଡ଼କୁ ଗତି କରୁଛି। ପ୍ରତିବର୍ଷ ହଜାର ହଜାର କର୍ମଚାରୀ ଅବସର ନେଉଥିବା ବେଳେ ସେହି ସ୍ଥାନ ପୂରଣ କରିବାକୁ ସ୍ଥାନୀୟ ଯୁବକ ସଂଖ୍ୟା ପର୍ଯ୍ୟାପ୍ତ ନାହିଁ। ଜର୍ମାନୀର ପ୍ରାୟ ୧୦% କାର୍ଯ୍ୟକ୍ଷମ ଶ୍ରମିକ ୨୦୪୦ ସୁଦ୍ଧା ଅବସର ନେବେ। ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଦେଶକୁ ପ୍ରତିବର୍ଷ ପ୍ରାୟ ୨,୮୮,୦୦୦ ବିଦେଶୀ ଶ୍ରମିକ ଆବଶ୍ୟକ।ବିଶେଷ କରି ଦେଶରେ ଆଇଟି (IT),ଇଞ୍ଜିନିୟରିଂ,ସ୍ୱାସ୍ଥ୍ୟ ସେବା ଏବଂ ବୈଷୟିକ କ୍ଷେତ୍ରରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡ଼ିଛି।

ଭାରତୀୟଙ୍କୁ କାହିଁକି ମିଳୁଛି ପ୍ରାଧାନ୍ୟ?

ଭାରତୀୟ ଶ୍ରମିକମାନେ ସେମାନଙ୍କର ଦକ୍ଷତା,କଠିନ ପରିଶ୍ରମ ଏବଂ ଇଂରାଜୀ ଭାଷାରେ ଜ୍ଞାନ ପାଇଁ ଜର୍ମାନୀରେ ବେଶ୍ ଆଦୃତ ହେଉଛନ୍ତି। ଜର୍ମାନୀ ସରକାର ମଧ୍ୟ ଭାରତୀୟଙ୍କ ପାଇଁ ଭିସା ପ୍ରକ୍ରିୟାକୁ ସହଜ କରିବା ସହ "ସ୍କିଲ୍ଡ ଇମିଗ୍ରେସନ ଆକ୍ଟ" ଜରିଆରେ ନୂଆ ନିୟମ ପ୍ରଣୟନ କରିଛନ୍ତି। ଦକ୍ଷ ପ୍ରବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଜର୍ମାନୀ ନିଜର ଶ୍ରମିକ ପ୍ରବାସ ଆଇନ (Skilled Immigration Act)କୁ କୋହଳ କରିଛି,ଯାହାଫଳରେ ଭାରତୀୟମାନେ ସହଜରେ ସେଠାରେ ଚାକିରି ପାଇପାରିବେ।

ପ୍ରମୁଖ ଦିଗରେ ନିଯୁକ୍ତ ସୁଯୋଗ:

ଆଇଟି ଓ ଟେକ୍ନୋଲୋଜି: ସଫ୍ଟୱେୟାର ଡେଭଲପର ଓ ଡାଟା ସାଇଣ୍ଟିଷ୍ଟଙ୍କ ପାଇଁ ପ୍ରବଳ ଚାହିଦା।ସ୍ୱାସ୍ଥ୍ୟ ସେବା:ନର୍ସ ଓ ଡାକ୍ତରୀ କ୍ଷେତ୍ରରେ ଭାରତୀୟଙ୍କୁ ବଡ଼ ସୁଯୋଗ ମିଳୁଛି।
ଶିକ୍ଷା ଓ ତାଲିମ: ଜର୍ମାନ ଭାଷା ଶିଖୁଥିବା ଭାରତୀୟଙ୍କ ପାଇଁ ନିଯୁକ୍ତି ସହଜ ହେଉଛି।

ଭିସା କୋଟାରେ ବୃଦ୍ଧି: ଜର୍ମାନୀ ସରକାର ଭାରତୀୟ ଦକ୍ଷ କର୍ମଚାରୀଙ୍କ ପାଇଁ ବାର୍ଷିକ ଭିସା କୋଟାକୁ ୨୦,୦୦୦ ରୁ ୯୦,୦୦୦ କୁ ବୃଦ୍ଧି କରିଛନ୍ତି।
କେଉଁ କ୍ଷେତ୍ରରେ ଚାହିଦା ଅଧିକ: ବିଶେଷ କରି ସ୍ୱାସ୍ଥ୍ୟସେବା (ନର୍ସ ଓ ଡାକ୍ତର),ଆଇଟି (IT),ଇଞ୍ଜିନିୟରିଂ,ନିର୍ମାଣ କାର୍ଯ୍ୟ ଏବଂ ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରବଳ ଶ୍ରମିକ ଅଭାବ ଦେଖାଦେଇଛି।

Also read-8th Pay Commission Update: ଅଷ୍ଟମ ବେତନ ଆୟୋଗର ବଡ଼ ଅପଡେଟ୍, ଦରମା ୩୦% ବଢ଼ିବା ସମ୍ଭାବନା

ଜର୍ମାନୀର ଏହି ପଦକ୍ଷେପ କେବଳ ସେଠାକାର ଅର୍ଥନୀତିକୁ ସଜାଡ଼ିବ ନାହିଁ,ବରଂ ହଜାର ହଜାର ଦକ୍ଷ ଭାରତୀୟଙ୍କ ପାଇଁ ବିଦେଶରେ କ୍ୟାରିୟର ଗଢ଼ିବାର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ।