ଭୁବନେଶ୍ୱର ୨୫।୧୦ : ଜଳିଗଲା ଦାମୀ କାର୍ । ରାଜଧାନୀର ବିଚ୍ ରାସ୍ତାରେ ହଠାତ କାରରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା କାର୍ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରେ ରବିବାର ଦିନ ଘଟିଲା ଅଘଟଣ । ରାସ୍ତାରେ କାର୍ଟି ଯାଉଥିବା ସମୟରେ ହଠାତ୍ ଲାଗିଯାଇଥିଲା ନିଆଁ । ଯାହାଫଳରେ କାରରୁ ଧୁଆଁ ବାହାରିଥିଲା । ଏହାପରେ ଗାଡ଼ି ଡ୍ରାଇଭର ଜଣଙ୍କୁ ତୁରନ୍ତ କାରକୁ ରାସ୍ତାକଡ଼ରେ ଛିଡ଼ା କରିଦେଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ।

Also Read:-ଔଷଧ ସରିବା ପରେ ଉଗ୍ର ହେଲେ ସ୍ୱାମୀ ! ଲୁହା ରଡ୍‌ରେ ପିଟି ପିଟି ସ୍ତ୍ରୀଙ୍କୁ ମାରିଦେଲେ

ତେବେ ବର୍ତ୍ତମାନ ଯାଏଁ କେଉଁ କାରଣ ପାଇଁ କାରରେ ନିଆଁ ଲାଗିଛି , ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ପ୍ରାରମ୍ଭିକ ସୂଚନା ଅନୁସାରେ, ଇଞ୍ଜିନ୍ ଅଧିକ ହିଟ୍ ହେବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।