ଭୁବନେଶ୍ବର ୨୫।୧୦: ଆସନ୍ତା ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ଅତି ଭୀଷଣ ବାତ୍ୟା । ଆନ୍ଧ୍ରର ବପାଟଲା ଓ ବିଶାଖାପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁଲା ବେଳେ ଏହା ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ସେ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି. ଓ ଝଟକା ପବନ ୧୪୦ କି.ମି. ପ୍ରତି ଘଣ୍ଟା ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ସରକାର । ୫ ଜିଲ୍ଲାକୁ ମନ୍ତ୍ରୀ ଓ ଅଧିକାରୀ ଯିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସାମ୍ବାଦିକ ସମ୍ମିଳୀରେ କରି ମନ୍ତ୍ରୀ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏହା ଆଜି ଗଭୀର ଅବପାତରେ ପରିଣତ ହେବ । ୨୬ରେ ସାମୁଦ୍ରିକ ଝଡ଼ ଓ ୨୭ରେ ଅଧିକ ଶକ୍ତିଶାଳୀ ଓ ୨୮ରେ ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିବ । ଓଡ଼ିଶାରେ ପ୍ରଭାବ ପଡ଼ିବାକୁ ଥିବା ଜିଲ୍ଲା ଗୁଡ଼ିକ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଆଜି ୫ ଜିଲ୍ଲାକୁ ପୂର୍ବରୁ କାମ କରିଥିବା ଓ ଅଭିଜ୍ଞତା ଥିବା ଅଧିକାରୀ ଜିଲ୍ଲାକୁ ଯିବେ । ସେମାନେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ । ସେମାନଙ୍କୁ ସମୂର୍ଣ୍ଣ କ୍ଷମତା ସହ ପଠାଯିବ ଯେଉଁଭଳି ଭାବେ ସେମାନେ ଆବଶ୍ୟକ ସ୍ଥଳେ ନିଷ୍ପତ୍ତି ନେବେ ।

Also Read:- ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ସଂକଳ୍ପକୁ ଆହୁରି ଶକ୍ତି ଦେବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ଏହାସହ ବରିଷ୍ଠ ମନ୍ତ୍ରୀ ମାନେ ମଧ୍ୟ ଜିଲ୍ଲାଗୁଡ଼ିକରେ ପହଞ୍ଚିବେ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି । କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ଲେଭଲ-୨ରେ ରଖାଯାଇଛି । ସାରା ଓଡ଼ିଶାକୁ ନେଇ ଆମେ ପ୍ରସ୍ତୁତ ଅଛୁ । ବର୍ଷା ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉଛି । ରଜ୍ୟବାସୀ ବିଚଳିତ ହୁଅନ୍ତୁ ନାହିଁ । ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Watch Video: