ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ତାରକା ଲେଗ ସ୍ପିନର ଆଡମ ଜାମ୍ପା IPL ୨୦୨୬ ଖେଳୁ ନାହାନ୍ତି। ସେ ବିଶ୍ଵର ଏହି ଲୋକପ୍ରିୟ ଲିଗରୁ ଓହରି ଯାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦରୁ ରିଲିଜ ହେବା ପରେ ଗତ ବର୍ଷ ମିନି ନିଲାମରେ ଆଡମ ଜାମ୍ପା ନିଜ ନାଁ ଦେଇ ନ ଥିଲେ। ତେବେ କାହିଁକି ସେ ଆଇପିଏଲ୍ ଖେଳିବାକୁ ଅନିଚ୍ଛୁକ ଏହାର କାରଣ ମଧ୍ୟ କହିଛନ୍ତି। ଜାମ୍ପା କହିଛନ୍ତି, ତାଙ୍କର ଦକ୍ଷତା ଓ ସାମର୍ଥ୍ୟ ଏବଂ ଆଇପିଏଲର ଦୁଇ ମାସ ସିଡ୍ୟୁଲକୁ ଦେଖିଲେ ସେ ଆଇପିଏଲରୁ ତାଙ୍କୁ ମିଳୁଥିବା ଅର୍ଥରେ ସନ୍ତୁଷ୍ଟ ନାହାନ୍ତି।

ଜାମ୍ପା ଆଇପିଏଲର ୫ଟି ସିଜିନ ଖେଳିଛନ୍ତି। ସେ ଆଇପିଏଲରେ ସର୍ବାଧିକ ଆୟ ଗତ ବର୍ଷ କରିଥିଲେ, ଯେତେବେଳେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ମେଗା ନିଲାମରେ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଥିଲା। ୨୦୧୬ରୁ ଚାରୋଟି ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା ହାଇଦ୍ରାବାଦ ମାତ୍ର ୨୨ଟି ମ୍ୟାଚ୍ ଖେଳିଛନ୍ତି। ସେ ଆଇପିଏଲରେ କୌଣସି ଦଳ ପକ୍ଷରୁ ନିୟମିତ ବୋଲର ଭାବେ ଖେଳି ପାରି ନାହାନ୍ତି।

Also  Read: ଟି-୨୦ ସିରିଜ୍ ପାଇଁ ଜିମ୍ବାଓ୍ୱେ ଯିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ପୁରା ସୂଚୀ...

ସେ କହିଛନ୍ତି , ସତ କହିବାକୁ ଗଲେ ମୋର ଦକ୍ଷତା ହିସାବରେ ଆଇପିଏଲରେ ମୋତେ ସେତିକି ଅର୍ଥ ମିଳୁ ନ ଥିଲା। ତେଣୁ ମୁଁ ଆଇପିଏଲରୁ ଓହରି ଯାଇଛି। ଆଇପିଏଲରେ ଯେତିକି ସମୟ ଖେଳାଯାଉଛି ଏବଂ ମୋତେ ଯେତିକି ଅର୍ଥ ମିଳୁଥିଲା, ତାକୁ ଦେଖିଲେ ଏହି ଲିଗ୍ ନ ଖେଳିବା ମୋ ପାଇଁ ଶ୍ରେୟସ୍କର ଥିଲା। ARY ପୋଡକାଷ୍ଟ ସହ ଆଲୋଚନା ବେଳେ ଏହା କହିଛନ୍ତି ଅଷ୍ଟ୍ରେଲିଆର ତାରକା ସ୍ପିନର ଆଡମ ଜାମ୍ପା।

ମୁଁ PSL ଉପଭୋଗ କରୁଛି

IPL ୨୦୨୬ ଖେଳୁ ନ ଥିବା ବେଳେ ପିଏସଏଲରେ ନଜର ଆସିଛନ୍ତି ଆଡମ ଜାମ୍ପା। ସେ କରାଚି କିଙ୍ଗ୍ସ ଦଳ ପକ୍ଷରୁ ଡେଭିଡ ଓ୍ଵାର୍ଣ୍ଣରଙ୍କ ନେତୃତ୍ଵରେ ଖେଳୁଛନ୍ତି। ପିଏସଏଲ ନିଲାମରେ କରାଚି କିଙ୍ଗ୍ସ ପାକିସ୍ତାନୀ ମୁଦ୍ରା ଅନୁସାରେ ୪.୫ କୋଟି ଟଙ୍କାରେ ଜାମ୍ପାଙ୍କୁ ନିଜ ଦଳରେ ସାମିଲ୍ କରିଛି, ଯାହା ଭାରତୀୟ ମୁଦ୍ରାରେ ୧.୫୧ କୋଟି ହେବ।

Also Read: ଇଂଲଣ୍ଡ ଗସ୍ତ ପାଇଁ ଦଳରେ ଚୟନ ହେବେ ବୈଭବ ସୂର୍ଯ୍ୟବଂଶୀ ? ଏବେ ଆଇସିସି ନିୟମ ହେବ ନାହିଁ ବାଧା

ଜାମ୍ପା କହିଛନ୍ତି ମୁଁ ବିରତିରେ ରହିଲି। କିନ୍ତୁ ଅନେକ ମାସ ଆଗରୁ PSL ଖେଳିବା ନେଇ ବିଚାର କରୁଥିଲି। ହେଲେ ସବୁ କିଛି ଅଚାନକ ଘଟିଗଲା ଏବଂ ବର୍ତ୍ତମାନ ମୁଁ ପିଏସଏଲକୁ ଉପଭୋଗ କରୁଛି। ଜାମ୍ପା ଆଇପିଏଲ୍ ଖେଳୁ ନ ଥିଲେ ମଧ୍ୟ ସେ ଆଇପିଏଲ ଇତିହାସରେ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ଏହି ଅଷ୍ଟ୍ରେଲିଆ ଖେଳାଳିଙ୍କ ନାଁରେ ରହିଛି। ଜାମ୍ପା ୨୦୧୬ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ। ଏହି ସିଜିନରେ ସେ ପୁଣେ ସୁପରଜିଆଣ୍ଟସ ବିପକ୍ଷରେ ୪ ଓଭରରେ ୧୯ ରନ ଦେଇ ୬ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ।