କଟକ ୨୧।୧୧: ଛିନତାଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜଣେ କିନ୍ନର ଏବଂ ତାଙ୍କ ପୁରୁଷ ବନ୍ଧୁ । ଉଭୟଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ପେଶାଲ OPID କୋର୍ଟ ।

ଗତ ଜୁନ୍ ମାସ ୧ ତାରିଖରେ କଟକ ଦେବୀଗଡା ନିକଟରେ ଏକ ଛିନତାଇ ଅପରାଧ ଘଟିଥିଲା । ମର୍କତନଗର ବାସିନ୍ଦା ନଳିନୀ ମହାନ୍ତି ଓ ତାଙ୍କ ଝିଅ ଶୁଭଶ୍ରୀ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ତାଙ୍କ ପଛପଟୁ ବାଇକରେ ଆସିଥିଲେ ଅଭିଯୁକ୍ତ କିନ୍ନର ଶିବାନୀ ପାଣି ଓ ତାଙ୍କ ପୁରୁଷବନ୍ଧୁ ବାବୁ ନାୟକ । ଉଭୟ ଶୁଭଶ୍ରୀଙ୍କ ବେକରୁ ଏକ ସୁନା ଲକେଟ ଛିଣ୍ଡାଇ ଫେରାର ହେବାକୁ ଚେଷ୍ଟା କରି ବିଫଳ ହେଲେ । ସ୍ଥାନୀୟ ଲୋକ ମାନେ ୨ ଅଭିଯୁକ୍ତଙ୍କୁ କାବୁ କରି ପୁରୀଘାଟ ଥାନାକୁ ହସ୍ତାନ୍ତର କରିଥିଲେ ।

Also Read:- ସରକାରୀ କ୍ବାର୍ଟର୍ସରୁ ମିଳିଲା SIଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ମାମଲାର ଶୁଣାଣି କରି OPID କୋର୍ଟ, ୬ ଜଣଙ୍କର ସାକ୍ଷ୍ୟ ଏବଂ ପ୍ରମାଣକୁ ଆଧାର କରି ଉଭୟ ଆସାମୀଙ୍କୁ ୫ ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।