ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଧମାଲ କରିଛନ୍ତି। ସେ ବ୍ୟାଟିଂ କରି ୧୭ ବଲରେ ୫୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୧୨୮ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୧୨.୧ ଓଭରରେ ସଫଳତାର ସହ ପିଛା କରି ନେଇଛି। ବୈଭବଙ୍କ ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଇପିଏଲ୍ ପରେ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରିବାକୁ ଦାବି ଜୋର ଧରିଛି।

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ବିସିସିଆଇକୁ ଦାବି କରିଛନ୍ତି ଯେ, ବୈଭବଙ୍କୁ ଭାରତର ବରିଷ୍ଠ ପୁରୁଷ ଦଳରେ ସାମିଲ୍ କରିବା ନେଇ ବିଚାର କରିବା ଉଚିତ୍। ବୈଭବ ମଧ୍ୟ ଜାତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଯୋଗ୍ୟ ହୋଇ ସାରିଛନ୍ତି। ଆଇସିସିର ନିୟମ ମୁତାବକ ୧୫ ବର୍ଷରୁ କମ ବୟସର ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ପାରିବେ ନାହିଁ। ଆଇପିଏଲର ୧୯ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୭ରେ ବୈଭବଙ୍କୁ ୧୫ ବର୍ଷ ପୂରା ହୋଇ ସାରିଥିଲା।

Also Read: ଜାଡେଜା ବୋଲିଂରେ ଘାଇଲା ଚେନ୍ନାଇ, ଓ୍ୱିକେଟ ନେବା ପରେ ହାତରେ ବନ୍ଧୁକ ଦେଖାଇ କଲେ ସେଲିବ୍ରେସନ

ବୈଭବଙ୍କୁ ନେଇ କଣ କହିଲେ ଭନ

କ୍ରିକବଜ ସହ ଆଲୋଚନା ବେଳେ ମାଇକେଲ୍ ଭନ କହିଛନ୍ତି, ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ କେବେ ପଦାର୍ପଣ କରିବେ ? ମୁଁ ବାସ୍ ଦେଖିବାକୁ ଚାହୁଁଛି ଯେ, ଚଳିତ ଆଇପିଏଲରେ ସେ ଆଗାମୀ ମ୍ୟାଚଗୁଡ଼ିକରେ କିଭଳି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଆଇପିଏଲ ପରେ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ। ଯଦି ମୁଁ ଭାରତୀୟ କ୍ରିକେଟ୍ ହୋଇଥାନ୍ତି ତେବେ ମୁଁ ତାଙ୍କ ଏହି ଗସ୍ତରେ ଭାରତୀୟ ଦଳରେ ସାମିଲ୍ କରନ୍ତି। ତାଙ୍କୁ ଧିରେ ଧିରେ ଭାରତୀୟ ଦଳରେ ସାମିଲ୍ କରାଯାଉ। ଏମିତି ହେଲେ ସେ ଭାରତୀୟ ଡ୍ରେସିଂ ରୁମ ସହ ନିଜକୁ ଖାପ ଖୁଆଇ ପାରିବେ।

ବୈଭବଙ୍କ ଦଳରେ ସାମିଲ୍ ହେବା ଜରୁରୀ

ଭନ କହିଛନ୍ତି, ବାସ୍ ତାଙ୍କୁ ଦଳରେ ସାମିଲ୍ କରାଯାଉ। ଯଦି ବୈଭବ ଗୋଟିଏ କି ଦୁଇଟି ମ୍ୟାଚ୍ ଖେଳିବେ ତେବେ ତାହା ବହୁତ ଭଲ କଥା। ତାଙ୍କୁ ଭାରତୀୟ ଦଳ ଗସ୍ତରେ ସାମିଲ୍ କରାଯାଉ। ମୁଁ ତାଙ୍କୁ ଭାରତୀୟ ଦଳରେ ଶୀଘ୍ର ଦେଖିବାକୁ ଚାହୁଁଛି। ଜରୁରୀ ନୁହେଁ ଯେ ତାଙ୍କୁ ସିଧାସଳଖ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଉ। କିନ୍ତୁ ଦଳ ସହ ରହିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଉ।

Also Read: IPL 2026କୁ ନେଇ ବାଂଲାଦେଶର ୟୁ-ଟର୍ଣ୍ଣ, ପ୍ରସାରଣ ଉପରେ ରୋକ୍