କଟକ ୨୨।୧୧: କଟକ ଐତିହାସିକ ବାଲିଯାତ୍ରାରେ ଏଥର ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହିତ ୪୦୦ ଅଫିସର ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ପଡ଼ିଆରେ ୩୮ଟି ୱାଚ୍ ଟାୱାର ନିର୍ମାଣ ହେବ । ସେହିଭଳି ୧୪ ଶହ ସିସିଟିଭି କ୍ୟାମେରା ଲଗାଯିବ । ଏଥିସହିତ ୧୦୦ AI କ୍ୟାମେରା ରହିବ ।

Also Read:- ସାମୁଦ୍ରିକ ବିପର୍ଯ୍ୟୟ ଉପରେ ରହିବ କଡ଼ା ନଜର, ସମୁଦ୍ର ଉପକୂଳରେ ହେବ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା

ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ରୁଟ୍ରେ ବ୍ୟାରିକେଡିଂ କରାଯିବା ସହ ସାଦା ପୋଷାକରେ ପୋଲିସ ରହିବେ । ଏନେଇ କଟକ ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।