ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଲାଭ ଅସୁଲ ଏବଂ ବ୍ୟାଙ୍କିଂ, ବିତ୍ତୀୟ ତଥା ମେଟାଲ୍ ସେୟାରରେ ବିକ୍ରିର ଚାପରେ ସେନସେକ୍ସ ଏବଂ ନିଫ୍ଟି ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି । ଏହା ସହିତ ବଜାରରେ ଲଗାତାର ଦୁଇ କାରବାର ସେସନ୍ ଉପରେ ବିରାମ ଲାଗିଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୧୪୮୩.୭୨ ପଏଣ୍ଟ ଅର୍ଥାତ୍ ୧.୭୭ ପ୍ରତିଶତ ହ୍ରାସ ପାଇ ୮୨୪୩୫.୯୯ ପଏଣ୍ଟରେ ବନ୍ଦ ହୋଇଛି । ଏନଏସଇ ନିଫ୍ଟି ୪୫୦.୯୫ ପଏଣ୍ଟ ବା ୧.୭୫ ପ୍ରତିଶତ ଖସି ୨୫୩୪୯.୬୫ ସ୍ତରରେ ବନ୍ଦ ହୋଇଛି । ନିଫ୍ଟିରେ ଟାଟା ଷ୍ଚିଲ୍, ଆକ୍ସିକ୍ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ସେୟାର ସବୁଠାରୁ ବେଶି ହ୍ରାସ ପାଇଛି । ମେଟାଲ୍ ଏବଂ ଆର୍ଥିକ କ୍ଷେତ୍ରରେ ସେୟାରରେ ବିକ୍ରି ଯୋଗୁଁ ବଜାରରେ ଅଧିକ ଚାପ ପଡ଼ିଥିଲା ।

ବ୍ରଡର୍ ମାର୍କେଟରେ ମଧ୍ୟ ଏହି ଚାପ ଦେଖିବାକୁ ମିଲିଥିଲା, କିନ୍ତୁ ସ୍ମଲକ୍ୟାପରେ ସାମନ୍ୟ କାମ ରହିଥିଲା । ନିଫ୍ଟି ମିଡକ୍ୟାପ୍ ୧୦୦ ଆଜି ଏକ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇଛି । ନିଫ୍ଟି ସ୍ମଲକ୍ୟାପ୍ ୧୦୦ରେ ଅଧା ପ୍ରତିଶତରୁ ସାମାନ୍ୟ ଅଧିକ ହ୍ରାସ ହୋଇଛି । ମୋଟ ଉପରେ ଆଜିର କାରବାରରେ ବିଏସଇ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଗୋଟିଏ ଦିନ ପୂର୍ବରୁ, ନଭେମ୍ବର ୨୦ରେ, ବିଏସଇରେ ତାଲିକାଭୁକ୍ତ ସମସ୍ତ ଷ୍ଟକର ମୋଟ ବଜାର ମୂଲ୍ୟ ୫,୧୫,୩୨,୭୦୬.୫୯ କୋଟି ଥିଲା । ନଭେମ୍ବର ୨୩ରେ ଏହା ହ୍ରାସ ପାଇ ୫,୦୮,୯୯,୮୯୧.୪୯ କୋଟିକୁ ଖସିଛି । ଏହାର ଅର୍ଥ ହେଉଛି ଆଜି ନିବେଶକ ପୁଞ୍ଜି ୬,୩୨,୮୧୫.୧୦ କୋଟି ହ୍ରାସ ପାଇଛି ।

ବିଭିନ୍ନ କ୍ଷେତ୍ରରେ ବିକ୍ରୟ ଏବଂ ସାମ୍ପ୍ରତିକ ଲାଭ ପରେ ନିବେଶକଙ୍କ ଦ୍ୱାରା ଲାଭ ଅସୁଲ ଯୋଗୁଁ ପ୍ରମୁଖ ସୂଚକାଙ୍କରେ ହ୍ରାସ ଘଟିଛି । ନିବେଶକମାନେ ବ୍ୟାଙ୍କିଙ୍ଗ ଏବଂ କମୋଡିଟି ଷ୍ଟକରୁ ଦୂରେଇ କିଛି ନିର୍ଦ୍ଦିଷ୍ଟ ଆଇଟି ଷ୍ଟକରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ବିଶ୍ୱ ବଜାରରେ ହ୍ରାସ ଯୋଗୁଁ ଭାରତୀୟ ଷ୍ଟକ୍ ବଜାର ମଧ୍ୟ ପ୍ରଭାବିତ ହୋଇଥିଲା । ଏଆଇ କ୍ଷେତ୍ରରେ ସମ୍ଭାବ୍ୟ ବବଲ୍ ଭୟ ଏବଂ କଠୋର ଆମେରିକାର ମୁଦ୍ରା ନୀତି ସମ୍ପର୍କରେ ଚିନ୍ତା ବିଶ୍ୱ ନିବେଶକଙ୍କ ଭାବନାକୁ ଦୁର୍ବଳ କରିଥିଲା । ବିଦେଶୀ ସଂସ୍ଥାଗତ ନିବେଶକ (FII)ଙ୍କ ଦୁର୍ବଳ ନିବେଶ ଭାବନା ମଧ୍ୟରେ ବ୍ୟାଙ୍କିଙ୍ଗ୍ ଏବଂ କମୋଡିଟି କ୍ଷେତ୍ରର ବଡ଼ ଷ୍ଟକରେ ବିକ୍ରୟ ଅଧିକ ଥିଲା ।