ଭୁବନେଶ୍ବର ୨୧।୧୦: ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ । କଡା ଭାଷାରେ ନବୀନଙ୍କୁ ସମଲୋଚନା କଲେ ମନମୋହନ ସାମଲ । ମନମୋହନ କହିଛନ୍ତି, ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଛି । ରାଷ୍ଟ୍ର ବିରୋଧୀଶକ୍ତିକୁ ସମର୍ଥନକୁ ହଜମ କରିବେନି ରାଜ୍ୟବାସୀ । କିଛି ଆତ୍ମ ଘୋଷିତ ନେତା ଦେଶ ସ୍ୱାର୍ଥ ଠାରୁ ନିଜ ସ୍ୱାର୍ଥକୁ ଅଧିକ ବୋଲି ଭାବୁଛନ୍ତି । ବିଜେଡି ନେତା ଆଜି ଗୋଟେ କଥା, କାଲି ଗୋଟେ କଥା କହୁଛନ୍ତି । ସ୍ପଷ୍ଟ କରନ୍ତୁ ସେ କାହା ସାଥିରେ ରହିବେ ।

କେବେ ସମଦୂରତା କଥା କହୁଥିଲେ । ଏବେ ମେଣ୍ଟ ସହ ସାମିଲ ହେଲେ ପୁଣି ସେମାନଙ୍କ ଆହ୍ୱାନକୁ ବିରୋଧ କଲେ । ଦିଗ ହରା ହୋଇ, ଦିଶା ହୀନ ଭାବେ ବୁଲୁଛନ୍ତି ବିଜେଡି ନେତା । କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ଜାଣି ପାରୁ ନାହାନ୍ତି । ନବୀନ ବାବୁଙ୍କ ଲକ୍ଷ୍ୟ କ’ଣ, କାହିଁକି ସମର୍ଥନ ଦେଉଛନ୍ତି ସେ ହିଁ କହିପାରିବେ ।

Also Read:- ଭସାଣି ଯାତ୍ରାରେ ଡିଜେ ସମ୍ପୂର୍ଣ୍ଣ ବନ୍ଦ, ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର

ଦେଶ ବିରୋଧୀ କାର୍ଯ୍ୟରେ ଯେଉଁମାନେ ଅଛନ୍ତି ସେ ବିଷୟରେ ମୁହଁ ଖୋଲିବା ଉଚିତ ନୁହେଁ । କିନ୍ତୁ ଯେଉଁମାନେ ନେତା ଦେଶ ସ୍ୱାର୍ଥ ଠାରୁ ନିଜ ସ୍ୱାର୍ଥ ବଡ଼ ବୋଲି ଭାବୁଛନ୍ତି । ସେମାନଙ୍କର ବିଚାର ବିଭ୍ରାଟ ହୋଇଛି । ତାଙ୍କ ମନରେ କିନ୍ତୁ ପରନ୍ତୁ ଆସୁଛି । ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନ କରିବା ଉଚିତ ନୁହେଁ । ଲୋକ ସେମାନଙ୍କୁ ଦେଖୁଛନ୍ତି । ପରୀକ୍ଷା ନିରୀକ୍ଷ କରୁଛନ୍ତି । ଠିକ୍ ସମୟରେ ଜବାବ ଦେବେ ବୋଲି ମନମୋହନ କହିଛନ୍ତି ।

Watch Video: