ନୂଆଦିଲ୍ଲୀ- ଜିଗର ଦୋସ୍ତରୁ ପ୍ରତିଦ୍ୱନ୍ଦ୍ୱୀ। ଜାଡେଜା ବୋଲିଂରେ ଘାଇଲା ଦୁବେ। ୟେଲୋରୁ ପିଙ୍କ ଜର୍ସିରେ ଦେଖାଇଲେ ପାଓ୍ୱାର। ଜାଡେଜାଙ୍କ ଗନ୍ ଷ୍ଟାଇଲ ସେଲିବ୍ରେସନକୁ ନେଇ ଚର୍ଚ୍ଚା।ଆଇପିଏଲ ଲିଗର ତୃତୀୟ ମ୍ୟାଚ। ଗୌହାଟୀ ଗ୍ରାଉଣ୍ଡରେ ମୁହାମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ।ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଚେନ୍ନାଇ ମାତ୍ର ୧୨୭ ରନରେ ଅଲଆଉଟ୍। ଚେନ୍ନାଇର ଜେମି ଓଭରଟନଙ୍କୁ ଛାଡିଦେଲେ ଅନ୍ୟ ବ୍ୟାଟର ପ୍ରଦର୍ଶନ ନୈରାଶଜନକ ଥିଲା।କିନ୍ତୁ ଶିବମ ଦୁବେଙ୍କୁ ଆଉଟ୍ କରିବା ପରେ ରବିନ୍ଦ୍ର ଜାଡେଜାଙ୍କ ସେଲିବ୍ରେସନକୁ ନେଇ ଚର୍ଚ୍ଚା। ଜାଡେଜା ସମାନ ଓଭରରେ ଦୁଇଟି ଓ୍ୱିକେଟ୍ ନେଇଥିଲେ। ପ୍ରଥମେ ସରଫରାଜ ଖାନଙ୍କୁ ଆଉଟ୍ କରିଥିଲେ। ତାପରେ ଶିକାର ହୋଇଥିଲେ ବାମହାତୀ ସ୍ପିନର ଶିବମ ଦୁବେ।

ଦୁବେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବାକୁ ଚେଷ୍ଟା କରିଥିଲେ। ଗୋଟିଏ ଛକା ମାରିଥିଲେ। ଜାଡେଜା ତାଙ୍କର ଗତି ପରିବର୍ତ୍ତନ କରିଥିଲେ। ଏକ ଭୁଲ ସଟ୍ ମାରିଥିଲେ ଦୁବେ। ଯାହା ଲଙ୍ଗ-ଅଫରେ କ୍ୟାଚଆଉଟ୍ ହୋଇଥିଲେ। ଦୁବେ ୪ ବଲରୁ ୬ ରନ୍ କରିଥିଲେ। ଫ୍ୟାଭିଲୟନ ଫେରିବା ସମୟରେ ଜାଡେଜା ଏକ ପିସ୍ତଲ ଷ୍ଟାଇଲରେ ଦେଖାଇବା ସହ ସେଲିବ୍ରେସନ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନେକ ଏହାକୁ ଜାଡେଜାଙ୍କ ଷ୍ଟାଇଲ କହୁଥିବା ବେଳେ ଅନେକ କ୍ରୀଡାପ୍ରେମୀ ଏହାକୁ ସମାଲୋଚନା କରିଛନ୍ତି।

also read- ଟାଇଟନ୍ସକୁ ଭେଟିବ କିଙ୍ଗସ : ଘରୋଇ ଗ୍ରାଉଣ୍ଡରେ ଭଲ ନାହିଁ ପଞ୍ଜାବର ରେକର୍ଡ

ଇନିଂସ ପରେ ଜାଡେଜା କହିଛନ୍ତି: ମୁଁ ଭାବୁଛି ଗୋଲାପୀ ରଙ୍ଗ ମୋତେ ଭଲ ଦେଖାଯାଉଛି। ଦୁବେଙ୍କୁ ଆଉଟ୍ କରିବା ବିଷୟରେ ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଶିବମ୍ ଦୁବେଙ୍କୁ ବହୁତ ଦିନ ଧରି ଜାଣେ। ମୁଁ ତାଙ୍କୁ ନେଟ୍ସରେ ବୋଲିଂ କରିଛି, ତେଣୁ ମୁଁ ଜାଣିଛି ଯେ ସେ ସ୍ପିନରମାନଙ୍କ ସହିତ ସେ କିପରି କମ୍ୟୁନିକେଟ୍ କରନ୍ତି। ମୁଁ ଏଥିପାଇଁ ପ୍ରସ୍ତୁତ ଥିଲି ଏବଂ ବାହାରେ ବୋଲିଂ କରିବାକୁ ଚେଷ୍ଟା କରିଥିଲି, କାରଣ ମୁଁ ଜାଣିଥିଲି ଯେ ସେ ମୋ ବିପକ୍ଷରେ ବଡ଼ ସଟ୍ ଖେଳିବାକୁ ଚାହିଁବେ।

 

ପାଞ୍ଚ ଥରର ଚାମ୍ପିଅନ ସିଜନର ପ୍ରଥମ ମ୍ୟାଚରେ ୧୯.୪ ଓଭରରେ ୧୨୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ପାୱାରପ୍ଲେରେ ଚାରୋଟି ୱିକେଟ ହରାଇଥିଲା। ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ସରଫରାଜ ଖାନଙ୍କ ଉପରେ ଆଶା ରହିତିଲା। ମାତ୍ର ସରଫରାଜ ଖାନ ୧୨ ବଲ୍ରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ମାରି ୧୭ ରନ କରି ଆଉଟ୍ ହୋଇଥିଲେ।ବୋଲିଂରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା, ବର୍ଗର ଓ ଜାଡ଼େଜା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସଞ୍ଜୁ ସାମସନ, ଋତୁରାଜ ଗାଏକ୍ଵାଡ଼ ଓ ଶିବମ ଦୁବେଙ୍କ ପରି ବ୍ୟାଟର ନିରାଶ କରିଛନ୍ତି।ରାଜସ୍ଥାନ ମାତ୍ର ୧୨.୧ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।