ଗୌହାଟୀ: ଆଇପିଏଲ ୨୦୨୬ର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ତୃତୀୟ ମ୍ୟାଚ ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ। ଇତିହାସ ସୃଷ୍ଟି କଲେ ଏହି ବାମହାତୀ ବିସ୍ଫୋରକ ବ୍ୟାଟର। ୧୨୮ ରନର ଟାର୍ଗେଟକୁ ପିଛା କରି ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ମିଳିତ ଭାବରେ ଆଇପିଏଲର ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ। ବୈଭବ ନିଜର ଅର୍ଦ୍ଧଶତକୀୟ ଇନିଂସରେ ୫ଟି ଛକା ଏବଂ ୪ଟି ଚୌକା ମାରିଛନ୍ତି।

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୧୭ ବଲ୍ରେ ୫୨ ରନ୍ କରିବା ପରେ ଆଉଟ୍ ହୋଇଛନ୍ତି। ଛକା ମାରିବାକୁ ଚେଷ୍ଟା କରିବା ସମୟରେ ସେ ବାଉଣ୍ଡରୀରେ କ୍ୟାଚ୍ ଆଉଟ୍ ହୋଇଥିଲେ। ବୈଭବ ଅନ୍ତର୍ଜାତୀୟ କ୍ରିକେଟରେ କିଛି ଶ୍ରେଷ୍ଠ ବୋଲରଙ୍କୁ ଏହି ମ୍ୟାଚରେ ପ୍ରହାର କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଫଗାନିସ୍ତାନର ନୁର ଅହମ୍ମଦ ଏବଂ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ୍ ହେନରୀଙ୍କୁ ବଲରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୩୦୦ରୁ ଅଧିକ ଥିଲା।

Also Read: IPL 2026କୁ ନେଇ ବାଂଲାଦେଶର ୟୁ-ଟର୍ଣ୍ଣ, ପ୍ରସାରଣ ଉପରେ ରୋକ୍

IPL ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର

ଯଶସ୍ଵୀ ଜୟସ୍ଵାଲ- ୧୩ ବଲ୍, ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ୨୦୨୩

କେଏଲ ରାହୁଲ- ୧୩ ବଲ, ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ୨୦୧୮

ପାଟ୍ କମିନ୍ସ- ୧୪ ବଲ୍, କେକେଆର ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୨୨

ରୋମାରିଓ ସେଫର୍ଡ- ୧୪ ବଲ୍, ଆରସିବି ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୨୪

ବୈଭବ ସୂର୍ଯ୍ୟବଂଶୀ- ୧୫ ବଲ୍, ରାଜସ୍ଥାନ ରୟାଲ୍ସ ବନାମ ସିଏସକେ, ୨୦୨୬

ସୁନୀଲ ନାରେନ- ୧୫ ବଲ୍, କେକେଆର ବନାମ ଆରସିବି, ୨୦୧୭

ୟୁସୁଫ ପଠାନ- ୧୫ ବଲ୍, ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ, ୨୦୧୪

Also Read: ମ୍ୟାଚ୍ ଫିକ୍ସିଂ କରୁଥିଲେ କି ସାହିନ୍-ସିକନ୍ଦର ? ରୁମରେ କାହା ସହ ଥିଲେ ୩ ଘଣ୍ଟା ? ବିବାଦରେ PSL

ଶତକ ହାସଲ କରିଥିବା ଦ୍ରୁତତମ ଭାରତୀୟ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ

ଗତ ବର୍ଷ ଆଇପିଏଲ ୨୦୨୫ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୩୫ ବଲରେ ଶତକ ହାସଲ କରିଥିଲେ। ସେ ଆଇପିଏଲ ଇତିହାସରେ ଶତକ ହାସଲ କରିଥିବା ସବୁଠାରୁ ଦ୍ରୁତତମ ଭାରତୀୟ ଖେଳାଳି ହୋଇଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଶତକ ହାସଲ କରିଥିଲେ। ଆଇପିଏଲ 2025 ରେ ଏହି ଶତକୀୟ ଇନିଂସରେ ବୈଭବ ସାତଟି ଛକା ଏବଂ ନଅଟି ଚୌକା ମାରିଥିଲେ। ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଏହି ମ୍ୟାଚରେ ବୈଭବ ୧୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତଥାପି, ସେ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିପାରି ନ ଥିଲେ। ଆଇପିଏଲରେ ଦ୍ରୁତତମ ଶତକର ରେକର୍ଡ ଗେଲଙ୍କ ନାମରେ ଅଛି। ଗେଲ ୩୦ ବଲରେ ଶତକ ହାସଲ କରିଥିଲେ।