ଭୁବନେଶ୍ୱର ୨୨।୧୦ : ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସର କଟକଣା।ଭୁବନେଶ୍ୱରରେ ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଛି କଟକଣା। ଟ୍ରାଫିକ୍ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସୁବିଧା ପାଇଁ ନିଆଯାଇଛି ଏହି ପଦକ୍ଷେପ। ଭୁବନେଶ୍ୱରର ଚାରୋଟି ରାସ୍ତାରେ ହେବ ଭସାଣି ଶୋଭାଯାତ୍ରା। ଦିନ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ ଲାଗୁ ରହିବ ଏହି କଟକଣା।ଭସାଣିକୁ ଦୃଷ୍ଟିରେ ରଖି ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ଡାଇଭର୍ସନ ମଧ୍ୟ କରାଯାଇଛି।

ଅନ୍ୟପଟେ ଦେବୀ ଦୁର୍ଗାଙ୍କ ବିସର୍ଜନ ପାଇଁ ଚିହ୍ନଟ ହୋଇଛି ୬ଟି ସ୍ଥାନ। କୁଆଖାଇ ନଦୀ, ପଳାସୁଣି, ହଂସପାଳ, ଲିଙ୍ଗିପୁରର ଦୟା ନଦୀ ନିକଟ, ବାସୁଆଘାଇ ଟଙ୍କପାଣି ରୋଡ୍, ଜଟଣୀର ସେଞ୍ଚୁରିଆନ ନିକଟ, ଚନ୍ଦକା ଅଞ୍ଚଳ ଏବଂ ବାଲିପାଟଣାର ଭିଙ୍ଗାପୁର ଅଞ୍ଚଳରେ ବିସର୍ଜନ ପ୍ରସ୍ତୁତି ହୋଇଛି। ବିସର୍ଜନ ପାଇଁ କୃତ୍ରିମ ପୋଖରୀ ମଧ୍ୟ ନିର୍ମାଣ କରାଯାଇଛି। ମୂର୍ତ୍ତି ବିସର୍ଜନ ସ୍ଥାନରେ ଉଭୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ରହିବ।

Also Read:-ଅଧାରେ ରହିଗଲା କ୍ରୀଡ଼ା ଜୀବନର ସ୍ୱପ୍ନ, ଦୁର୍ଘଟଣାରେ ଚାଲିଗଲା ଓଡ଼ିଶାର ୨ ଯୁବ ଆଥଲେଟ୍‌ଙ୍କ ଜୀବନ

ସେହିପରି ସବୁ ମେଢ଼ ସହ ପୋଲିସ କର୍ମଚାରୀ ରହିବେ। ସହରାଞ୍ଚଳ ପୋଲିସ ଆଇନର ଧାରା ୯୬ ଅନୁସାରେ ଏହି କଟକଣା ଜାରି ହୋଇଛି। ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀନ ଗାଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ସୁରୁଖୁରୁରେ ଭସାଣି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।