ଭୁବନେଶ୍ୱର ୨୨।୧୦ : ରାଜଧାନୀରେ ପୁଣି ଲୁଟ୍ ପାଟ୍ । ଏଥର ରାତି ନୁହେଁ, ଦିନ ଦ୍ୱିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା। ଦଶହରା ବୁଲିବାକୁ ଯାଇଥିବା ବେଳେ ଲୁଟ୍ ।

ଖବର ଅନୁଯାୟୀ, ଦଶହରା ବୁଲିବାକୁ ଯାଇଥିବା ବେଳେ ଘରେ କେହି ନଥିବା ସୁଯୋଗ ନେଇ ତାଲା କାଟି ଲୁଟିନେଲେ ସୁନା ଅଳଙ୍କାର ଓ ନଗଦ ଟଙ୍କା। ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ସହ ୪୦ ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି। ସହିଦନଗର ଥାନା ଅଞ୍ଚଳରେ ଥିବା BSNL ଅଫିସରଙ୍କ କ୍ୱାର୍ଟର୍ସରେ ଘଟିଛି ଏହି ଲୁଟ୍।

Also Read:-ମା'ଙ୍କ ଭସାଣି ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା : ବିଭିନ୍ନ ଛକରେ ଦିନ ୧ଟାରୁ ଟ୍ରାଫିକ୍ କଟକଣା

ଅନ୍ୟପଟେ ଲୁଟ୍ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସହିଦନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ଏହି ଲୁଟେରା, କେଉଁଠୁ ଆସିଥିଲେ, ସେନେଇ ଏଯାଏଁ କୌଣସି ସୁରାକ୍ ମିଳିନାହିଁ । ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଚଳାଇଛି କମିଶନରେଟ୍ ପୋଲିସ।

Watch Video:-

​​​​​​​