ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଯାଇଛି । ଦେଶବ୍ୟାପୀ ଆଇପିଏଲକୁ ନେଇ ପ୍ରବଳ ଉତ୍ସାହ । ଆଇପିଏଲ ଦେଖିବାକୁ ଷ୍ଟାଡିୟମରେ ଜମୁଛି ଭିଡ । । ସେହିଭଳି ଅନଲାଇନ୍ ପ୍ଲାଟଫର୍ମ ଜିଓ ହଟଷ୍ଟାରରେ କୋଟି କୋଟି ଦର୍ଶକ ଆଇପିଏଲର ମଜା ନେଉଛନ୍ତି । ଏହାରି ମଧ୍ୟରେ ବାଂଲାଦେଶ ଆଇପିଏଲ ପ୍ରସାରଣ ଉପରେ ନେଇଥିବା ଏକ ନିଷତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୮ରେ ବାଂଲାଦେଶ ନିଷ୍ପତ୍ତି ନେଇଥିଲା, ଦେଶରେ ଆଇପିଏଲ ପ୍ରସାରଣ ହେବ । ଦୀର୍ଘ ଦିନ ଧରି ଲଗାଇଥିବା ବ୍ୟାନ୍ ଉଠାଇ ଦେଇଥିଲା ଢ଼ାକା । ହେଲେ ଠିକ୍ ଦୁଇ ଦିନ ପରେ ନିଷ୍ପତ୍ତି ବଦଳିଛି ।

ବାଂଲାଦେଶର ନୂତନ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଜାହିର ଉଦ୍ଦିନ ସ୍ୱପନ ଦେଶରେ IPL ପ୍ରସାରଣ ଉପରେ ପ୍ରତିବନ୍ଧକ ହଟାଇବାକୁ ନିର୍ଦ୍ଦେଶ ନେଇଥିଲେ । ପ୍ରସାରଣ ମନ୍ତ୍ରୀ କହିଥିଲେ ଯେ, ରାଜନୀତିକୁ କ୍ରୀଡ଼ାଠାରୁ ପୃଥକ ରଖିବା ଉଚିତ । ଫଳରେ ବାଂଲାଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପ୍ରସାରଣ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା।

ଆଜି (ସୋମବାର) ଖବର ମିଳିଛି ଯେ, ବାଂଲାଦେଶରେ IPL ପ୍ରସାରଣ ହୋଇପାରିବ ନାହିଁ । ତେବେ ବାଂଲାଦେଶ ନିଜ ନିଷ୍ପତ୍ତି ବଦଳାଇଲା କାହିଁକି ? ଦୁଇ ଦିନ ପରେ ଏମିତି କଣ ହେଲା ଯେ, ୟୁ-ଟର୍ଣ୍ଣ ନେଲା ଢ଼ାକା ? ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ ।

ରିପୋର୍ଟ ଅନୁଯାୟୀ, ଭାରତର ଜିଓଷ୍ଟାର ବାଂଲାଦେଶରେ IPL-2026 ପ୍ରସାରଣ ପାଇଁ ଚୁକ୍ତିନାମା ବାତିଲ କରିଦେଇଛି । ଫଳରେ ଭାରତର ପଡ଼ୋଶୀ ଦେଶରେ ଟୁର୍ଣ୍ଣାମେଣ୍ଟର ପ୍ରସାରଣ ପ୍ରାୟତଃ ଅସମ୍ଭବ ଭଳି ମନେ ହେଉଛି।

ଚୁକ୍ତିନାମାରେ ପଡ଼ିଲା ପୂର୍ଣ୍ଣଛେଦ !

ରଏଟର୍ସ ଅନୁଯାୟୀ, JioStar ବାଂଲାଦେଶ ପ୍ରସାରକ TSports କୁ ଏକ ଚିଠି ପଠାଇ ଚୁକ୍ତି ସମାପ୍ତ ନେଇ ଜଣାଇଛି । ହି ଚୁକ୍ତିନାମା ତୁରନ୍ତ ପ୍ରଭାବରୁ ସମାପ୍ତ ହେଉଛି ବୋଲି ଜିଓଷ୍ଟାର କହିଛି । ଚୁକ୍ତିନାମାରେ ଧାର୍ଯ୍ୟ ଦେୟ ଦିଆଯାଇ ନାହିଁ, ସମୟସୀମା ପାଳନ କରିବାରେ ବିଫଳତା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିୟମ ମହିଳା ପ୍ରିମିୟର ଲିଗ ପାଇଁ ମଧ୍ୟ ପ୍ରଯୁଜ୍ୟ।

Also Read: EPFO 3.0: ପିଏଫ୍ ଟଙ୍କା ଉଠାଇବାରେ ହେବନି ଝିଞ୍ଜଟ, ଏପ୍ରିଲ ପହିଲାରୁ ମିଳିବ ଏହି ସୁବିଧା

କାହିଁକି IPL ପ୍ରସାରଣ ଉପରେ ଲାଗିଥିଲା ବ୍ୟାନ୍ ?

ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଅନେକ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଏହାରି ମଧ୍ୟରେ ଆୟୋଜିତ ହୋଇଥିଲା ଆଇପିଏଲ ୨୦୨୬ ଲାଗି ମିନି ନିଲାମୀ। କୋଲକାତା ନାଇଟ୍ ରାଇଡର୍ସ ବାଂଲାଦେଶର ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ୯ କୋଟି ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା । କେକେଆରର ଏହି ନିଷ୍ପତ୍ତିକୁ ନେଇ ଭାରତରେ ଦେଖା ଦେଇଥିଲା ବିବାଦ । ଏହା ପରେ ବିସିସିଆଇର ନିର୍ଦ୍ଦେଶ କ୍ରମେ କେକେଆର ମୁସ୍ତାଫିଜୁରଙ୍କୁ ମୁକ୍ତ କରିଥିଲା । ଫଳରେ ପ୍ରତିବାଦ ସ୍ବରୂପ ବାଂଲାଦେଶ ସରକାର ନିଜ ଦେଶରେ ଆଇପିଏଲର ପ୍ରସାରଣ ଉପରେ ରୋକ ଲଗାଇଥିଲେ ।