ନୂଆଦିଲ୍ଲୀ: ଫ୍ରାନ୍ସରେ ଛାତ୍ର ଆନ୍ଦୋଳନ ନାଁରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଦେଶରେ ବ୍ୟାପକ କ୍ଷତି ଘଟାଇ ସାରିଛି । ଫ୍ରାନ୍ସର ପ୍ରମୁଖ ସହରଗୁଡ଼ିକରେ ଆନ୍ଦୋଳନକାରୀଙ୍କ ଅରାଜକତା ଦେଖିବାକୁ ମିଳୁଛି । ପୋଡ଼ାଜଳା, ଲୁଟପାଟ୍ ସହ ସର୍ବାଜନୀନ ସଂପତ୍ତିକୁ ପ୍ରଦର୍ଶନ ଭଙ୍ଗାରୁଜା କରୁଛନ୍ତି । କେବଳ ଫ୍ରାନ୍ସ ନୁହେଁ ୟୁରୋପର ଅନେକ ଦେଶରେ ଏପରି ପ୍ରଦର୍ଶନରେ ହିଂସା ଦେଖିବାକୁ ମିଳୁଛି । ଏପଟେ ଭାରତରେ ପ୍ରଥମେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଫକ୍ସ ନ୍ୟୁଜ ଡିଜିଟାଲ୍ ଏକ ତଦନ୍ତମୂଳକ ରିପୋର୍ଟ ପ୍ରକାଶ କରିଛି । ତଦନ୍ତରେ ଫ୍ରାନ୍ସରେ ହୋଇଥିବା ଦଙ୍ଗା ଏବଂ ଭାରତରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଚାଲିଥିବା ପ୍ରତିବାଦ ମଧ୍ୟରେ ଲିଙ୍କ୍ ଥିବା ଦାବି କରାଯାଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ବରିଷ୍ଠ ସମ୍ପାଦକ ଆସ୍ରା ନୋମାନୀଙ୍କ ତଦନ୍ତ ଅନୁଯାୟୀ, ୟୁରୋପରେ ହେଉଥିବା ହିଂସା ଇକୋସିଷ୍ଟମରେ ସମନ୍ୱୟ ରକ୍ଷା କରୁଥିବା, ଆୟୋଜନ କରୁଥିବା କିମ୍ବା ପ୍ରୋତ୍ସାହିତ କରୁଥିବା ୯ଟି ଦେଶର ୧୦୧ଟି ସଂଗଠନକୁ ଚିହ୍ନଟ କରାଯାଇଛି । ଏହାକୁ "ରେଡ୍-ଗ୍ରୀନ୍ ପ୍ରୋଟେଷ୍ଟ ଇକୋସିଷ୍ଟମ୍" (ଇସଲାମିଷ୍ଟ ଏବଂ କମ୍ୟୁନିଷ୍ଟ ଗୋଷ୍ଠୀକୁ ସୂଚାଉଛି) ଭାବେ ଦର୍ଶାଯାଇଛି ।

ତାଙ୍କ ରିପୋର୍ଟ, “ଗ୍ଲୋବାଲ୍ କାଓସ୍ ଇଙ୍କ୍ ଗ୍ରୋଜ୍ ଟୁ ୧୦୧ ଗ୍ରୁପ୍ସ” ଫ୍ରାନ୍ସ-ଆଧାରିତ ସଂଗଠନ ‘ଇଣ୍ଡିଆନ୍ ଆଲାଏନ୍ସ ପାରିସ୍’ (IAP)କୁ "ଫ୍ରାନ୍ସ ଏବଂ ଭାରତର ଆନ୍ଦୋଳନର ବାର୍ତ୍ତାକୁ ସଂଯୋଗ କରୁଥିବା" ସଂସ୍ଥା ଭାବେ ଚିହ୍ନଟ କରିଛି ଏବଂ ଏହା ମାନହଟନର 'ପିପୁଲ୍ସ ଫୋରମ୍' ସହ ଅଂଶୀଦାର ବୋଲି ଦର୍ଶାଇଛି ।

ତାଙ୍କ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଟ୍ରାନ୍ସନ୍ୟାସନାଲ୍ ଆଣ୍ଟି-କ୍ୟାପିଟାଲିଷ୍ଟ ସଂଗଠନ ‘ପ୍ରୋଗ୍ରେସିଭ୍ ଇଣ୍ଟରନ୍ୟାସନାଲ୍’ ଅକ୍ଟୋବର ୧୬ରେ ଏହାର ୱେବସାଇଟ୍ରେ ପ୍ରକାଶିତ ଏକ ବ୍ରିଫିଂରେ ଫ୍ରାନ୍ସ, ସ୍ପେନ୍, ଭାରତ ଏବଂ ଆଲବାନିଆର ପ୍ରତିବାଦଗୁଡ଼ିକୁ ସ୍ପଷ୍ଟ ଭାବେ ଏକାଠି ରଖି ଏକ ପ୍ରଶ୍ନ କରିଥିଲା । ପ୍ରଶ୍ନ ଥିଲା ଯେ, "ନୂତନ ବିଦ୍ରୋହଗୁଡ଼ିକ ସେଗୁଡ଼ିକୁ ସୃଷ୍ଟି କରିଥିବା ପରିସ୍ଥିତିକୁ ବଦଳାଇବା ପାଇଁ ସଂଗଠିତ ଶକ୍ତି ହାସଲ କରିପାରିବ କି ?" ଏହା ମଧ୍ୟ ଲେଖିଥିଲା ଯେ, "ଏଗୁଡ଼ିକ ହେଉଛି ସେହି ଶକ୍ତି ଯାହାକୁ ସମର୍ଥନ ଏବଂ ସଂଯୋଗ କରିବା ପାଇଁ ପ୍ରୋଗ୍ରେସିଭ୍ ଇଣ୍ଟରନ୍ୟାସନାଲ୍ କାମ କରୁଛି ।"

ନୋମାନୀଙ୍କ ରିପୋର୍ଟରେ ଦାବି କରାଯାଇଛି ଯେ, "ୟୁରୋପୀୟ ଅଶାନ୍ତିକୁ ବ୍ରେକ୍‌ ଥ୍ରୁ ନିଉଜ୍ (BreakThrough News), କୋଡ୍ପିଙ୍କ୍ (CODEPINK) ଏବଂ ପାର୍ଟି ଫର ସୋସିଆଲିଜିମ୍ ଆଣ୍ଡ ଲିବରେସନ୍ (Party for Socialism and Liberation) ଭଳି ପ୍ରୋ-କମ୍ୟୁନିଷ୍ଟ ସଂଗଠନଗୁଡ଼ିକର ଏକ ନେଟୱାର୍କ ଦ୍ୱାରା ସହାନୁଭୂତି ପ୍ରୋତ୍ସାହନ ମିଳୁଛି । ଏହାକୁ ଆମେରିକାରେ ଜନ୍ମଗ୍ରହଣ କରିଥିବା ଏବଂ ସଂଘାଇରେ ରହୁଥିବା ଟେକ୍ ଜାଏଣ୍ଟ ନେଭିଲ୍ ରୟ ସିଂଘମ୍ ପାଣ୍ଠି ଓ ସମର୍ଥନ ଯୋଗାଉଛନ୍ତି ।"

ଅକ୍ଟୋବର ୧୪ରେ ପ୍ରକାଶିତ ‘ବ୍ରେକ୍ଥ୍ରୁ ନିଉଜ୍’କୁ ଦେଇଥିବା ଏକ ସାକ୍ଷାତକାରରେ ସିଂଘମଙ୍କ ପତ୍ନୀ ତଥା କୋଡପିଙ୍କ୍ ର ସହ-ପ୍ରତିଷ୍ଠାତା ଜୋଡି ଏଭାନ୍ସ କହିଛନ୍ତି, "ମୁଁ ଚାହେଁ ଲୋକମାନେ ଫ୍ରାନ୍ସ, ସ୍ପେନ୍ ଏବଂ ଭାରତକୁ ଦେଖନ୍ତୁ ଏବଂ କୁହନ୍ତୁ, 'ଆମେ କେଉଁଠାରେ ଅଛୁ ? ଆମେ କାହିଁକି ରାସ୍ତାରେ ନାହୁଁ ?'" ଅନ୍ୟ ଏକ ଏକ୍ସ ହ୍ୟାଣ୍ଡେଲ୍ ‘DisnfoLab’ ପୋଷ୍ଟ କରିଛି ଯେ, ପ୍ୟାରିସ୍ ସ୍ଥିତ ଭାରତୀୟ ବଂଶୋଦ୍ଭବ ଲେଖକ ତଥା ଆଇଏପି ସଚିବ ଜୟ ବାନାର୍ଜୀଙ୍କ ଜଣେ ପୂର୍ବତନ ସିଡିଟି ୟୁନିଅନ୍ ପ୍ରତିନିଧି ଏବଂ ଫ୍ରେଞ୍ଚ କମ୍ୟୁନିଷ୍ଟ ପାର୍ଟି ସହିତ ତାଙ୍କର ସମ୍ପର୍କ ରହିଛି ।