ଭୁବନେଶ୍ବର ୨୧।୧୦: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମନମୋହନ ସାମଲଙ୍କ ସମାଲୋଚନା ପରେ ଜବାବ ରଖିଲେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର । ସେ କହିଛନ୍ତି ଯେ, Gen Z ଆନ୍ଦୋଳନକୁ ନେଇ ବିଜେପି ଭିତତ୍ରସ୍ତ । ବିଜେପି ନିଜ ପ୍ରତିଛବିକୁ ଦେଖୁ । ଏକ ନିଷିଦ୍ଧାଞ୍ଚଳରେ ଜାତୀୟ ପତକା ଧରିବା ଧର୍ତ୍ତବ୍ୟ ଅପରାଧ ନୁହେଁ । ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ନବୀନ Gen Zଙ୍କ ପାଇଁ ସ୍ବର ଉଠାଇଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।

ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗରେ କଡା ଭାଷାରେ ନବୀନଙ୍କୁ ସମାଲୋଚନା କରିଥିଲେ ମନମୋହନ ସାମଲ । ମନମୋହନ କହିଥିଲେ, ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଛି । ରାଷ୍ଟ୍ର ବିରୋଧୀଶକ୍ତିକୁ ସମର୍ଥନକୁ ହଜମ କରିବେନି ରାଜ୍ୟବାସୀ । କିଛି ଆତ୍ମ ଘୋଷିତ ନେତା ଦେଶ ସ୍ୱାର୍ଥ ଠାରୁ ନିଜ ସ୍ୱାର୍ଥକୁ ଅଧିକ ବୋଲି ଭାବୁଛନ୍ତି । ବିଜେଡି ନେତା ଆଜି ଗୋଟେ କଥା, କାଲି ଗୋଟେ କଥା କହୁଛନ୍ତି । ସ୍ପଷ୍ଟ କରନ୍ତୁ ସେ କାହା ସାଥିରେ ରହିବେ ।

Also Read:- ବିଜୟା ଦଶମୀରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ, ଗୁରୁବାରଠୁ ଆରମ୍ଭ ହେବ କାର୍ତ୍ତିକ ନୀତି

କେବେ ସମଦୂରତା କଥା କହୁଥିଲେ । ଏବେ ମେଣ୍ଟ ସହ ସାମିଲ ହେଲେ ପୁଣି ସେମାନଙ୍କ ଆହ୍ୱାନକୁ ବିରୋଧ କଲେ । ଦିଗ ହରା ହୋଇ, ଦିଶା ହୀନ ଭାବେ ବୁଲୁଛନ୍ତି ବିଜେଡି ନେତା । କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ଜାଣି ପାରୁ ନାହାନ୍ତି । ନବୀନ ବାବୁଙ୍କ ଲକ୍ଷ୍ୟ କ’ଣ, କାହିଁକି ସମର୍ଥନ ଦେଉଛନ୍ତି ସେ ହିଁ କହିପାରିବେ ।

ଦେଶ ବିରୋଧୀ କାର୍ଯ୍ୟରେ ଯେଉଁମାନେ ଅଛନ୍ତି ସେ ବିଷୟରେ ମୁହଁ ଖୋଲିବା ଉଚିତ ନୁହେଁ । କିନ୍ତୁ ଯେଉଁମାନେ ନେତା ଦେଶ ସ୍ୱାର୍ଥ ଠାରୁ ନିଜ ସ୍ୱାର୍ଥ ବଡ଼ ବୋଲି ଭାବୁଛନ୍ତି । ସେମାନଙ୍କର ବିଚାର ବିଭ୍ରାଟ ହୋଇଛି । ତାଙ୍କ ମନରେ କିନ୍ତୁ ପରନ୍ତୁ ଆସୁଛି । ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନ କରିବା ଉଚିତ ନୁହେଁ । ଲୋକ ସେମାନଙ୍କୁ ଦେଖୁଛନ୍ତି । ପରୀକ୍ଷା ନିରୀକ୍ଷ କରୁଛନ୍ତି । ଠିକ୍ ସମୟରେ ଜବାବ ଦେବେ ବୋଲି ମନମୋହନ କହିଥିଲେ ।

Watch Video:​​​​​​​