ଭୁବନେଶ୍ବର ୯।୧୧: ଓଡ଼ିଶା ଆସିବେ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ କିଛି ସରକାରୀ ସହ ଦଳୀୟ କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅମିତ ଶାହଙ୍କ ଏହି ଗସ୍ତରେ ରହିଛି କିଛି ସରକାରୀ କାର୍ଯ୍ୟକ୍ରମ । ଏହାସହ ବିଜେପିର ସାଂଗଠନିକ ଓ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ଅମିତ ଶାହ । ତେବେ ତାଙ୍କର ଗସ୍ତ ସମୟରେ କେଉଁ କେଉଁ କାର୍ଯ୍ୟକ୍ରମ ରହିବ, କାର୍ଯ୍ୟସୂଚୀ ସାମ୍ନାକୁ ଆସିବା ପରେ ଅଧିକ ସ୍ପଷ୍ଟ ହେବ ।

Also Read:- ଦୀପାବଳିରେ କର୍ମଚାରୀଙ୍କୁ ମାଲିକଙ୍କ ବଡ଼ ଉପହାର, ଜଣ ପିଛା ଦେଲେ ୧ ଲକ୍ଷରୁ ଅଧିକ ବୋନସ୍

ଅମିତ ଶାହଙ୍କ ଗସ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତେବେ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।