ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ ପୁଣି ଟିମ୍ ଇଣ୍ଡିଆକୁ ଝଟକା। ଶତକ ମାରିଲେ ଭାରତୀୟ ବ୍ୟାଟର୍ ହେଲେ ବିଜୟ ଛଡ଼ାଇ ନେଲେ ପାକିସ୍ତାନୀ ଯୁବ ଖେଳାଳି। ମାତ୍ର ୨୦୯ ରନ୍ର ଟାର୍ଗେଟ୍ ବି ହାସଲ କରିପାରିଲାନି ଭାରତୀୟ ଟିମ୍। ୧୯ ବର୍ଷରୁ କମ୍ ଏସିଆ କପ୍ 2026ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ଏହି ହାଇ-ଭୋଲଟେଜ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜୟ ବରଣ କରିଥିଲା।

ପାକିସ୍ତାନର U19 ଟିମ୍ ଭାରତୀୟ ଦଳକୁ ୩ ୱିକେଟରେ ପରାସ୍ତ କରିଥିଲା। ହମଜା ଜହୁର ପାକିସ୍ତାନ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ, ଶତକ ହାସଲ କରିଥିଲେ। ଭାରତୀୟ ବୋଲରମାନେ ଭଲ ଆରମ୍ଭ କରିଥିଲେ, କିନ୍ତୁ ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟର୍ ଏକ ଦୃଢ଼ ଭାଗୀଦାରି ଯୋଗୁଁ ମ୍ୟାଚର ମୋଡ଼ ବଦାଳାଇଥିଲା। ହମଜା ଜହୁର ପାକିସ୍ତାନ ପାଇଁ ସର୍ବାଧିକ ଅପରାଜିତ ୧୦୦ ରନ କରିଥିଲେ। ସେ ତାଙ୍କ ଶତକରେ ୧୦ ଚୌକା ଏବଂ ୩ ଛକା ମାରିଥିଲେ। ହମଜାଙ୍କ ଚାରି ୱିକେଟ ତାଙ୍କ ଟିମ୍ ପାଇଁ ବିଜୟ ସୁନିଶ୍ଚିତ କରିଥିଲା।

ପୂର୍ବରୁ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କିନ୍ତୁ ୪୬.୩ ଓଭରରେ ୨୦୮ ରନରେ ଅଲଆଉଟ୍ ହୋଇଥିଲା। ଭାରତୀୟ U19 ଦଳ ପାଇଁ ଅର୍ଜୁନ ରାଜପୁତ ଏକ ଚମତ୍କାର ଶତକ ହାସଲ କରିଥିଲେ। ଅର୍ଜୁନ ୮୫ ବଲରେ ୧୦୭ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୧ ଚୌକା ଏବଂ ୫ ଛକା ମାରିଥିଲେ। ପାକିସ୍ତାନ ପକ୍ଷରୁ ବୋଲର ରିଜୱାନୁଲ୍ଲାହ ଏବଂ ନିକାବ ଶଫିକ ତିନୋଟି ଲେଖାଏଁ ୱିକେଟ ନେଇଥିଲେ।

also read- ଭାରତର ଗସ୍ତ ନାହିଁ...ଇଂଲଣ୍ଡ ହରାଇବ ବଡ଼ ରାଜସ୍ୱ ! ୨୦୨୭ରେ ୬୨୭ କୋଟି ଟଙ୍କା କ୍ଷତି ହେବା ଆଶଙ୍କା

ଜବାବରେ ପାକିସ୍ତାନର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲା। ଦଳର ଅଧା ଖେଳାଳି ୧୫ ଓଭର ମଧ୍ୟରେ ୬୧ ରନରେ ଆଉଟ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏସିସି ଅଣ୍ଡର ୧୯ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଏହା ଭାରତୀୟ ଦଳର ଲଗାତାର ଦ୍ୱିତୀୟ ପରାଜୟ।