ଭୁବନେଶ୍ବର ୮।୧୧: ନବୀନ ବାବୁଙ୍କ ଗଞ୍ଜାମ ଗସ୍ତ ଗଞ୍ଜାମବାସୀଙ୍କ ମନ ଓ ହୃଦୟ କିଣି ନେଇଛି । ନବୀନ କହିଲେ ସରକାରୀ ସହାୟତା ନଗଣ୍ୟ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ସେ କହିଛନ୍ତି, ନବୀନ ତ ଗଲେ ଗ୍ରାଉଣ୍ଡକୁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସାହସ ନାହିଁ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ । ଲୋକେ ଏତେ ବିରୋଧ କରୁଛନ୍ତି । କେବଳ ଉପରେ ହେଲିକପ୍ଟରରେ ବୁଲି ପଳାଇଲେ । ବିପଦ ସମୟରେ ଦିଲ୍ଲୀ ଗଲେ । ବିଜେଡିକୁ ପୂର୍ଣ୍ଣ ସମର୍ଥନ ମିଳୁଛି । ଲୋକଙ୍କ ଆଖି ଲୁହରେ ଏ ସରକାର ଧୂଳିସାତ୍ ହେବ । ବିଜେପି ନେତା ଗଲେ ସେଠାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଉଛି । କିନ୍ତୁ ନବୀନ ଯେତେବେଳେ ଯାଉଛନ୍ତି ସେତେବେଳେ ଲୋକେ ସ୍ୱତଃ ପ୍ରବୃତ୍ତ ଭାବେ ଆସୁଛନ୍ତି । ଏହା ହେଉଛି ସଂକେତ ଯେ, ପୁଣି ଥରେ ନବୀନ ବୋଲି ଅରୁଣ ସାହୁ କହିଛନ୍ତି ।

Also Read:- ଇଣ୍ଡୋନେସିଆର ଦାବିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ଓରାଙ୍ଗଉଟାନ୍ଙ୍କୁ ଫେରାଇ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ

ସେପଟେ ବିରୋଧୀ ଦଳ ନେତାଙ୍କ ଗଞ୍ଜାମ ଗସ୍ତ ପ୍ରାୟୋଜିତ କର୍ମୀ ସମ୍ମିଳନୀ ବୋଲି ବିଜେପି କହିଛି । ବିରୋଧୀ ଦଳ ନେତାଙ୍କ ଗସ୍ତକୁ ଦେଖିକରି ଲାଗୁଥିଲା ବନ୍ୟା କିମ୍ବା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଦେଖିବାକୁ ନୁହେଁ, ପ୍ରାୟୋଜିତ କର୍ମୀ ସମ୍ମିଳନୀ କରିବାକୁ ଯାଇଥିଲେ । ଯେଉଁ ସମୟରେ ଗଞ୍ଜାମର ଲୋକ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି, ସେ ସମୟରେ ତାଙ୍କ ସହିତ ଠିଆ ନହୋଇ ନିର୍ବାଚନ ପରର ଅଢେଇ ବର୍ଷ ପରେ ଯାଇ ବୟାନବାଜି କରିବା ଅତ୍ୟନ୍ତ ନିନ୍ଦାଜନକ ବିଷୟ । ଏ କଥାକୁ ଗଞ୍ଜାମବାସୀ ବିଚାର କରିବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ।