ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଗତ କିଛି ମାସରେ ଅନେକ ରାଜ୍ୟରୁ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇ ସାରିଛି। କେଉଁଠି ଏବିଭିପି ତ କେଉଁଠି କଂଗ୍ରେସ ଜିତିଛି। କିନ୍ତୁ ଅଧିକାଂଶ ସ୍ଥାନରେ ABVPର ବିଜୟ ବାନା ଉଡ଼ିଛି। ଏହି କ୍ରମରେ ଲଦାଖରୁ ବିଜେପି ପାଇଁ ଆସିଛି ବଡ଼ ଖୁସିର ଖବର। ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(RSS)ର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ଲଦାଖ ବିଶ୍ଵ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି। ଏହି ବିଜୟ ବିଜେପି ଶିବିରକୁ ଆହ୍ଲାଦିତ କରିଥିବା ବେଳେ ଲଦାଖର ରାଜନୈତିକ ଓ ସାମାଜିକ ସମୂହ ମଧ୍ୟରେ ଥିବା ଏକତାର ଫାଟକୁ ଉଜାଗର କରି ଦେଇଛି। ଲଦାଖରେ ଅଧିକାର ପାଇଁ ଦୀର୍ଘ ସମୟରୁ ଚାଲି ଆସିଥିବା ଆନ୍ଦୋଳନର ନେତାମାନେ କହିଛନ୍ତି, ABVP ଲେହରେ ଛାତ୍ର ସଂସଦର ଆଠରୁ ପାଞ୍ଚଟି ସିଟରେ ନିର୍ବାଚନ ଜିତିବା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଦାଖର ନେତାମାନେ କହିଛନ୍ତି, ଏମିତି ଫଳାଫଳ ଆସିବ ବୋଲି ସେମାନେ କେବେ ବି ଆଶା କରି ନ ଥିଲେ। ସେମାନଙ୍କ କହିବା କଥା ବୋଧହୁଏ ଶାସକ ଦଲ କିଛି ସଫଳ ପ୍ରାର୍ଥୀଙ୍କୁ କିଣି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସହିତ ବିଜେପିର ନେତା ଏହି ବିଜୟକୁ ଲଦାଖର ବିଜୟ ଭାବେ ବର୍ଣ୍ଣନା କରିଛନ୍ତି। ଲଦାଖ ରାଜନୀତିରେ ଫାଟ ଥିବା ଅଭିଯୋଗ ଖାରଜ କରିଛନ୍ତି। ବିଜେପି ନେତା ଦାବି କରିଛନ୍ତି, ଯୁବ ପିଢି ବିଭାଜନକାରୀ ଓ ଅରାଜକତା ଶକ୍ତି ପରିବର୍ତ୍ତେ ରାଷ୍ଟ୍ରବାଦକୁ ଆପଣେଇଛନ୍ତି।

Also Read: ଇଡି 'ସୁପର୍ କପ୍' ହୋଇପାରିବନି, ନିଜ ଇଚ୍ଛାରେ କରିପାରିବନି ତଦନ୍ତ- କର୍ଣ୍ଣାଟକ ହାଇକୋର୍ଟ

କେଉଁ ପଦରେ କିଏ ନିର୍ବାଚିତ ?

ଛାତ୍ର ସଂସଦ ନିର୍ବାଚନରେ ଦାବା ନାମଗ୍ୟାଲ ସଭାପତି, ତ୍ସେରିଙ୍ଗ ୟାଙ୍ଗଡୋଲ ଉପସଭାପତି, ଷ୍ଟେନଜିନ ରିଗଡୋଲ ସାଧାରଣ ସଂପାଦକ, ରାବଷ୍ଟିକ ଡୋଲମା ଯୁଗ୍ମ ସଂପାଦକ ଓ ତେନଜିନ ତ୍ସେଓ୍ଵାଙ୍ଗ କ୍ରୀଡ଼ା ସଂପାଦକ ପଦରେ ନିର୍ବାଚିତ ହୋଇଛନ୍ତି। ଏବିଭିପି ବ୍ୟତୀତ ଷ୍ଟାନଜିନ ଇଙ୍ଗଜଲ କୋଷାଧ୍ୟକ୍ଷ, ମେଫମ ଆଙ୍ଗମୋ ସଂସ୍କୃତ ସଂପାଦକ ଏବଂ ଶରାଫତ ଅଲୀ ମିଡିଆ ସଂପାଦକ ପଦରେ ନିର୍ବାଚିତ ହୋଇଛନ୍ତି।

ଛାତ୍ର ନେତାଙ୍କୁ କିଣି ନେଲା ଶାସକ

ଲେହ ଆପେକ୍ସ ବଡିର ଚେୟାରମ୍ୟାନ ଚେରିଙ୍ଗ ଦୋରଜେ ଲାକ୍ରୁକ କହିଛନ୍ତି, ଏହି ପରିଣାମ ବାସ୍ତବରେ ବହୁତ ଆଶ୍ଚର୍ଯ୍ୟ କରିଛି। ଟେଲିଗ୍ରାଫ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ ଶୁଣିଛିସେମାନେ କିଛି ଛାତ୍ର ନେତାଙ୍କୁ କିଣି ନେଇଛନ୍ତି। ସେମାନେ ନିର୍ବାଚନରେ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଜେପିର ବରିଷ୍ଠ ମନ୍ତ୍ରୀ ଓ ନେତାମାନେ ଅନ୍ଧାରରେ ଆଶା କରୁଛନ୍ତି ଯେ, ସେମାନଙ୍କୁ ଆଶାର କିରଣ ଦେଖା ଯାଇଛି। ପ୍ରକୃତରେ ଲଦାଖରେ କେନ୍ଦ୍ର ସରକାର ବିରୋଧରେ ଜନତାଙ୍କ ମନରେ ପ୍ରବଳ ଅସନ୍ତୋଷ ରହିଛି। ଉଲ୍ଲେଖନୀୟ ଲେହ ଆପେକ୍ସ ବଡି ଲଦାଖ ପାଇଁ ଅଧିକାରର ଲଢେଇ କରୁଥିବା ଦୁଇ ସଂଗଠନ ମଧ୍ୟରୁ ଗୋଟିଏ।

Also Read: ଲାଲକୃଷ୍ଣ ଆଡଭାନୀଙ୍କ ୧୦୦ତମ ଜନ୍ମ ଦିବସକୁ ଧୂମଧାମରେ ପାଳିବ ବିଜେପି, ମୁଖ୍ୟାଳୟରେ ହେବ ବିଶେଷ କାର୍ଯ୍ୟକ୍ରମ

କେଉଁଠି ଶୋଇ ପଡ଼ିଲା କଂଗ୍ରେସ

ଲାକ୍ରୁକ ଏହା ମଧ୍ୟ କହିଛନ୍ତି, ମୋତେ ଲାଗୁଛି ଛାତ୍ରମାନେ ଅନ୍ଧାରରେ ଥିଲେ ଏବଂ କଂଗ୍ରେସ କେଉଁଠି ନଜର ଆସୁ ନ ଥିଲା। ଆମେ କଦାପି ଆଶା କରି ନ ଥିଲୁ ଯେ, ଏମିତି କିଛି ହେବ। ଜଣା ନାହିଁ କଂଗ୍ରେସ କେଉଁଠି ଶୋଇଥିଲା। ତଥାପି ଲଦାଖ ପାଇଁ ଅଧିକାରର ଲଢେଇକୁ ଆହୁରି ମଜବୁତ କରାଯିବ। ସମସ୍ତେ ଏକତ୍ର ହେବେ, ହେଲେ କିଛି ଏମିତି ଲୋକ ଅଛନ୍ତି, ଯେଉଁମାନେ ଟଙ୍କା ପଛରେ ଧାଇଁଛନ୍ତି।