ମୁମ୍ବାଇ ୯/୧୧ : କ୍ରିକେଟ୍ ମଇଦାନରେ ନିଜ ଦମଦାର ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହୁଥିବା ହାର୍ଦ୍ଦିକ ଏବେ ନିଜ ପର୍ସନାଲ୍ ଲାଇଫ୍କୁ ନେଇ ପୁଣି ଚର୍ଚ୍ଚାରେ । ଆଲୋକର ପର୍ବ ଦୀପାବଳିକୁ ନେଇ ସବୁଠି ଉତ୍ସାହ ଓ ଉଲ୍ଲାସ। ଏଥିରୁ ବାଦ୍ ପଡ଼ିନାହାନ୍ତି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପରିବାର ସହ ଧୁମଧାମରେ ଦୀପାବଳି ସେଲିବ୍ରେଟ କରିଛନ୍ତି। ନିଜ ଗାର୍ଲଫ୍ରେଣ୍ଡ ଓ ପୁଅ ସହ ମିଶି ଏହି ଖାସ୍ ପର୍ବକୁ ଖୁବ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଛି । ଭିଡ଼ିଓଟିରେ ସେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଦୀପାବଳି ସେଲିବ୍ରେସନର ଝଲକ ଫ୍ୟାନ୍ସଙ୍କ ମନ ଜିଣିଛି।

ଦୀପାବଳି ଉପଲକ୍ଷେ ଘରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। ଦୀପ ଓ କଲରଫୁଲ ଲାଇଟରେ ସଜେଇ ହୋଇଥିଲା ପୁରା ଘର । ପରିବାର ସହ ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ହାର୍ଦ୍ଦିକ ଉପଭୋଗ କରିବା ସହ ନିଜର କିଛିତା ଫୋଟୋ ମଧ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ। ଶେୟାର ହୋଇଥିବା ଫୋଟୋ ଦେଖିବାପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଫଟୋ ଓ ଭିଡିଓରେ ତାଙ୍କର ପାରିବାରିକ ଖୁସି ଏବଂ ଦୀପାବଳି ପାଳନର ଆନନ୍ଦ ଦେଖିବାକୁ ମିଳିଛି। କ୍ରିକେଟ୍ ପଡ଼ିଆରେ ଛକା-ଚଉକାରେ ଦର୍ଶକଙ୍କ ମନ ଜିତୁଥିବା ହାର୍ଦ୍ଦିକ, ଏବେ ପରିବାର ସହ ଦୀପାବଳି ପାଳନର ଏହି ଝଲକ୍ ପାଇଁ ଚର୍ଚ୍ଚାରେ। କେହି ତାଙ୍କ ପାରମ୍ପରିକ ଲୁକ୍କୁ ପସନ୍ଦ କରିଛନ୍ତି ତ ଆଉ କେହି ପରିବାର ସହ ତାଙ୍କର ଖୁସିର ମୁହୂର୍ତ୍ତକୁ ଦେଖି ଖୁସି ଜାହିର କରିଛନ୍ତି।