ଭୁବନେଶ୍ଵର: ବିଜେଡିରେ ସୁଜାତା ରାଉତ ଯୋଗ ଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚାଲିଛି ଆଲୋଚନା। ସେ କେବଳ ଦଳରେ ସାଧାରଣ କର୍ମୀ ନା ଆଗକୁ ତାଙ୍କୁ ବଡ ଦାୟିତ୍ବ ମିଳିବ ସେ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ନ୍ୟୁଜ 7କୁ ସ୍ୱତନ୍ତ୍ର ସାକ୍ଷତାକାର ଦେଇ ବଡ ଖୁଲାସା କରିଛନ୍ତି ଦଳର ପିଏସି ସଦସ୍ୟ ଟୁକୁନି ସାହୁ । ଯାହାକୁ ନେଇ ସରଗରମ ରାଜନୀତି।

ଶଙ୍ଖର ନୂଆ ମୁହଁ ... ସୁଜାତା ! ଟୁକୁନି ସାହୁଙ୍କ ଗୋଟିଏ କଥା, ବଢ଼ାଇଦେଲା ଚର୍ଚ୍ଚା । ବିଜେଡିର ଭବିଷ୍ୟତ ହେବେ କି ସୁଜାତା ! ସୁଜାତା ରାଉତ ଦଳରେ ମିଶିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ସତରେ ସେ କଣ ଦଳର ସାଧାରଣ କର୍ମୀ, ନା ଆଗକୁ କିଛି ବଡ ପଦ ପଦବି ତାଙ୍କୁ ମିଳିବ ସେ ନେଇ ରାଜନୈତିକ ମହଲରେ ନାନା ଅଙ୍କ କଷା ଚାଲିଛି । ଏହାରି ଭିତରେ ନ୍ୟୁଜ 7କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବଡ ଖୁଲାସା କରିଛନ୍ତି ପିଏସି ସଦସ୍ୟ ଟୁକୁନି ସାହୁ।

Also Read: ଭକ୍ତଙ୍କ ଲବି କାମ କଲା, ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ, ବଦଳିବ କି ରାଜ୍ୟ କଂଗ୍ରେସର କଳେବର !

ସେ କହିଛନ୍ତି, ଯେଉଁମାନେ କହୁଥିଲେ ବିଜୁ ଜନତା ଦଳ ବୁଡିଯିବ, ସେମାନେ ଏବେ ବୁଝି ପାରୁଥିବେ ସୁଜାତାଙ୍କୁ ଦଳରେ ମିଶାଇ ନବୀନବାବୁ କେତେ ଦୂର ଯାଏଁ ଚିନ୍ତା କରିପାରନ୍ତି। ତେଣୁ ମୁଁ ଆଶାବାଦୀ ଯେଉଁମାନେ ପୂର୍ବରୁ ଦ୍ୱିମତ ପ୍ରକାଶ କରୁଥିଲେ ଏବେ ଦଳକୁ ଫେରିବେ କହି ଆସନ୍ତା ଦିନର କାର୍ଯ୍ୟ ଖସଡା ବାବଦରେ ଅବଗତ କରାଇଛନ୍ତି । ସେପଟେ ବିଜେଡିର ଯିଏ ଦାୟିତ୍ୱ ନେଲେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି ବିଜେପି ।

ସେପଟେ ସୁଜାତା ରାଉତ ଦଳରେ ମିଶିବା ଦ୍ୱାରା ଦଳ ଅଧିକ ଶକ୍ତିଶାଳୀ ହେବ ଏଥିରେ ଦ୍ୱିମତ ନାହିଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ସେ କହିଛନ୍ତି, ଯଦିଓ ସୁଜାତାଙ୍କୁ ସାଧାରଣ କର୍ମୀ ବୋଲି ବିଜେଡି ସଭାପତି କହିଛନ୍ତି । ହେଲେ ଆଗାମୀ ଦିନରେ ତାଙ୍କୁ ନେଇ ସେ ନିଶ୍ଚିତ ବଡ ଯୋଜନା କରିଥିବେ । ଏମିତି କି ସେ ପୂର୍ବରୁ ଜଣେ ଦକ୍ଷ ଅଫିସର ରହିଛନ୍ତି । ସବୁଠି ତାଙ୍କର ଗ୍ରହଣୀୟତା ରହିଛି । ତେବେ ପ୍ରାଥମିକ ସ୍ତରରେ ମିଶନଶକ୍ତିର ଆମ୍ବାସଡର ଭାବେ ସୁଜାତା ରାଉତଙ୍କୁ ଦଳ ପ୍ରୋଜେକ୍ଟ କରିବା ଆରମ୍ଭ କରିଛି । ଆଗାମୀ ଦିନରେ ତାଙ୍କୁ ବଡ ଦାୟିତ୍ୱ ମିଳିବା ନେଇ ଦଳରେ ମାନସ ମନ୍ଥନ ଚାଲିଥିବା କୁହାଯାଉଛି ।