କଟକ ୧୬।୧୦: କଟକ ଦଶହରା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଶୃଙ୍ଖଳା ରକ୍ଷା ପାଇଁ ପୁରା ସହରରେ ଲାଗିବ ୧୩ ଶହରୁ ଅଧିକ କ୍ୟାମେରା । ସହରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଅସାମାଜିକ କାର୍ଯ୍ୟକଳାପ ରୋକିବା ଲାଗି ସହର ଭିତରେ ୫୦୦ ଅଫିସର, ୨ କମ୍ପାନୀ ସିଆରପିଏଫ ମୁତୟନ ହେବେ ।

ବିଭିନ୍ନ ସ୍ଥାନରେ ୫୭ଟି ଏଡ୍ ପୋଷ୍ଟର ବ୍ୟବସ୍ଥା କରାଯିବ । କୌଣସି ସ୍ଥାନରେ ବିଶୃଙ୍ଖଳା ହେଲେ ସେହି ସ୍ଥାନରେ ଉପସ୍ଥିତ ପୋଲିସ ଅଫିସର ପଦକ୍ଷେପ ଗ୍ରହଣ କରିବେ ।

Also Read:- ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଅକ୍ଟୋବର ଶେଷ ସପ୍ତାହ ଉପରେ ନଜର

ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପୋଲିସ ବ୍ରିଫିଙ୍ଗରେ ସମସ୍ତଙ୍କ ଦାୟିତ୍ୱ ସଠିକ୍ ଭାବରେ ବୁଝାଇ ଦିଆଯାଇଛି । ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି ।