ନୂଆଦିଲ୍ଲୀ: ସାଉଦୀ ଆରବର ଦମ୍ମମସ୍ଥିତ କିଙ୍ଗ ଫହଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣ ପରେ ସେଠାକାର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ଯାତାୟାତ କରୁଥିବା ନିଜ ଉଡାଣକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରିଦେଇଛି। ସେହିପରି ଜେଦ୍ଦା, ଦମ୍ମମ ଓ ମଦିନା ଲାଗି ବିମାନ ସେବା ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏକ୍ସ ରେ ଜାରି ଏକ ଟ୍ରାଭେଲ ଆଡଭାଇଜରୀରେ ଏୟାରଲାଇନ୍ସ ଏହି ସୂଚନା ଦେଇଥିବା ବେଳେ କହିଛି ଯେ ଏବେକା ସୁରକ୍ଷା ପରିସ୍ଥିତିକୁ ଆକଳନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏୟାରଲାଇନ କହିଛି ଯେ ‘ଯାତ୍ରା ପରାମର୍ଶ । ସୁରକ୍ଷାର ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ ସାବଧାନତା ପୂର୍ବକ ଆକଳନ ପରେ ରିୟାଦ ୟାତାୟାତ କରୁଥିବା ଇଣ୍ଡିଗୋ ବିମାନଙ୍କ ଉଡାଣ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ରଦ୍ଦ ରହିବ। ସେହିପରି ଜେଦ୍ଦା, ଦମ୍ମମ ଓ ମଦିନା ଯାତାୟାତ କରୁଥିବା ଉଡାଣ ୨୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ।’ ଇଣ୍ଡିଗୋ କହିଛି ଯେ ସେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଓ ପରିସ୍ଥିତି ଆକଳନ ନିମନ୍ତେ ସମ୍ବଦ୍ଧିତ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛି।

ଏୟାରଲାଇନ୍ସ କହିଛି ଯେ ଆମର ଗ୍ରାହକ ଓ କ୍ରୁ ଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଥି ଯୋଗୁ ପ୍ରଭାବିତ ହେଉଥିବା ଯାତ୍ରୀଙ୍କୁ ବୁକିଂ ସମୟରେ ଦିଆଯାଇଥିବା ସମ୍ପର୍କରେ ସୂଚନା ସେୟାର କରାଯିବ। ଏୟାରଲାଇନ ଯାତ୍ରୀଙ୍କୁ ଏକ ପରାମର୍ଶରେ ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ଅଧିକାରୀକ ୱେବସାଇଟ୍ କୁ ଯାଇ ଫ୍ଲାଇଟ୍ ଷ୍ଟାଟସ ଜାଣି ନିଅନ୍ତୁ। ଯଦି ଫ୍ଲାଇଟ ରଦ୍ଦ ଥାଏ ତେବେ ବିମାନ ବନ୍ଦର ଆସିବାକୁ କଷ୍ଟ କରନ୍ତୁନି ବୋଲି କହିଛି । ସେହିପରି ଅସୁବିଧା ଯୋଗୁ ଆମେ ଦୁଃଖିତ ବୋଲି ଏୟାରଲାଇନ୍ସ କହିଛି।

ଏହି ଘୋଷଣା ଏପରି ସମୟରେ ହୋଇଛି ଯେତେବେଳେ ସୁରକ୍ଷାକୁ ନେଇ ଚିନ୍ତା ଲାଗି ରହିଛି। ସାଉଦୀ ଅଧିକାରୀଙ୍କ ଅନୁସାରେ ବୁଧବାର ସନ୍ଧ୍ୟାରେ ଦମ୍ମମର କିଙ୍ଗ ଫହଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୮ ଜଣ ଆହତ ହୋଇଛନ୍ତି।