ଭୁବନେଶ୍ଵର: ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ।ଅଜୟ ଲଲ୍ଲୁଙ୍କ ସ୍ଥାନରେ ଲାଲଜୀ ଦେଶାଇ ହେଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । କୁହାଯାଉଛି ଆଗକୁ ରାଜ୍ୟ କଂଗ୍ରେସର ବିଭିନ୍ନ ଛାମୁଆ ସଂଗଠନ ବି ବଦଳିବ । ତେବେ ହଠାତ୍ କାହିଁକି ବଦଳିଲେ ଅଜୟ ଲଲୁ । ଏହା ପଛରେ କଣ ରହିଛି ରହସ୍ୟ । ତାକୁ ନେଇ ଦଳ ଭିତରେ ଚର୍ଚା ଜୋର । କୁହାଯାଉଛି ପିସିସି ସଭାପତି ଭକ୍ତ ଦାସ ଏବଂ ପ୍ରଭାରୀ ଅଜୟ ଲଲୁଙ୍କ ଭିତରେ ଅନେକ ଦିନ ଧରି ଚାଲିଥିବା ଶୀତଳ ଯୁଦ୍ଧରେ ବଳି ପଡିଗଲେ ପ୍ରଭାରୀ।

ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ।ବଦଳିବ କି ରାଜ୍ୟ କଂଗ୍ରେସର କଳେବର । ଅଜୟ ଲଲ୍ଲୁଙ୍କ ସ୍ଥାନରେ ଲାଲଜି ଦେଶାଇ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ହେବାପରେ ଆଗକୁ ଦଳର ବିଭିନ୍ନ ଛାମୁଆ ସଂଗଠନ ଠାରୁ ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ବି ପରିବର୍ତ୍ତନ ନେଇ କଂଗ୍ରେସ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ଜୁଲାଇ ପ୍ରଥମ ସପ୍ତାହରେ ନୂଆ ପ୍ରଭାରୀ ଓଡିଶା ଆସିବା କାର୍ଯକ୍ରମ ରହିଛି ।

Also Read: ମିଶନ ଶକ୍ତି ବନାମ ସୁଭଦ୍ରା ଶକ୍ତି, ରାଜ୍ୟରେ କାହାର ହେବେ ମହିଳା ଭୋଟର ?

ଏହି ଗସ୍ତ ସମୟରେ ରାଜ୍ୟ କଂଗ୍ରେସକୁ ବଳ ଦେବା ପାଇଁ ବରିଷ୍ଠ ନେତା ମାନଙ୍କୁ ଭେଟି ଆଲୋଚନା କରିବା ସହ ଜିଲ୍ଲା ସଭାପତି ଓ ବିଭିନ୍ନ ଛାମୁଆଁ ସଂଗଠନ ସହ ବୈଠକ ନେବେ ଲାଲଜି ଦେଶାଇ । କଂଗ୍ରେସ କିଭଳି ସଶକ୍ତ ହେବ ସନେଇ ରୋଡ ମ୍ୟାପ ପ୍ରସୁତ କରିବେ ।୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ କରିବା, ବୁଥ୍ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ରାଜ୍ୟ ନେତୃତ୍ବଙ୍କ ଭତରେ ସମନ୍ବୟ ବୃଦ୍ଧି କରିବା ଲାଲଜୀ ଦେଶାଇଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେବ।ତେବେ ପ୍ରଥମ ବଡ ଟେଷ୍ଟ ହେବ ପଞ୍ଚାୟତ ନିର୍ବାଚନ ।

ତେବେ ହଠାତ୍ କାହିଁକି ବଦଳିଲେ ଅଜୟ ଲଲୁ ତାକୁ ନେଇ କଂଗ୍ରେସ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି ପିସିସି ସଭାପତି ଭକ୍ତ ଦାସ ଏବଂ ଅଜୟ ଲଲ୍ଲୁଙ୍କ ଭିତରେ ମତଭେଦ ପାଇଁ ବଳିପଡିଲେ ଲଲୁ । ଏହାପଛର କାରଣ ଥିଲା

୧- ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ଓ କଂଗ୍ରେସ ମେଣ୍ଟକୁ ନା ପସନ୍ଦ କରିଥିଲେ ଲଲୁ

୨- ମୋକିମଙ୍କୁ ଦଳରୁ ବହିସ୍କାର କରିବା ସପକ୍ଷରେ ନଥିଲେ ଲଲୁ , ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା

୩- ବରିଷ୍ଠ ନେତାଙ୍କୁ ଭକ୍ତଙ୍କ ଅଣଦେଖା ଏବଂ ଏକଚାଟିଆ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଠ ଥିଲେ ଲଲୁ ।

୪- ଏହା ସହ ସିଜିମାଳି ପ୍ରସଙ୍ଗରେ ଭକ୍ତ ଚୁପ ରହିବା ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆନ୍ଦୋଳନରେ ସାମିଲ ନହେବାରୁ ବିରକ୍ତି ପ୍ରକାଶ କରିଥିଲେ ଅଜୟ ଲଲ୍ଲୁ ।

ଏମିତିକି ଭକ୍ତଙ୍କ ବିରୋଧରେ ଏଆଇସିସିରେ ଫେରାଦ ବି ହୋଇଥିଲେ ଲଲ୍ଲୁ । ଭକ୍ତଙ୍କ ବିରୋଧରେ ଜାତୀୟ ଗଣମାଧ୍ୟମକୁ ଲଗାଇ ଲଲ୍ଲୁ ବିଭିନ୍ନ ଖବର ପୋଷ୍ଟ କରିଥିବା ବି ଅଭିଯୋଗ ହୋଇଥିଲା । ଏସବୁ ଜାଣିବା ପରେ ଭକ୍ତ ସୁଚିନ୍ତିତ ଭାବେ ପ୍ରଦେଶ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ଲଲୁଙ୍କୁ ସାମିଲ କରାଉନଥିଲେ । ଶେଷରେ ଦିଲ୍ଲୀରେ ଭକ୍ତଙ୍କ ଲବି କାମ କଲା ଏବଂ ବିଦା ହେଲେ ଲଲୁ ।

Also Read: ମୁଖ୍ୟମନ୍ତ୍ରୀଙ୍କୁ ତାରାଙ୍କ ପ୍ରଶ୍ନ: ସ୍କୁଲ ବହି ତ୍ରୁଟିର ଷଡ଼ଯନ୍ତ୍ରକାରୀ କିଏ ? ସ୍ପଷ୍ଟ କର

ଲାଲଜୀ ଦେଶାଇ କଂଗ୍ରେସର ଜଣେ ସାଙ୍ଗଠନିକ ଦକ୍ଷତା ରଖୁଥିବା ନେତା ଭାବେ ପରିଚିତ। ୨୦୧୮ ମସିହାରୁ ସେ ଅଖିଳ ଭାରତୀୟ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି। ଦଳର ସାଙ୍ଗଠନିକ ବିସ୍ତାର, କର୍ମୀ ପ୍ରଶିକ୍ଷଣ, ସଦସ୍ୟତା ଅଭିଯାନ ଏବଂ ନିର୍ବାଚନୀ ପ୍ରସ୍ତୁତିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ କଂଗ୍ରେସ ୱାର୍କିଂ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମଧ୍ୟ ଅଟନ୍ତି।କିନ୍ତୁ ସେ ଓଡିଶା କଂଗ୍ରେସକୁ କେତେ ଆଗକୁ ନେଇପାରିବେ ତାକୁ ଦେଖିବାକୁ ପଡିବ ।