ଭୁବନେଶ୍ବର ୨୩।୧୦: ଆସୁଛି ବାତ୍ୟା । ଏ ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ । ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୪ ତାରିଖ ବେଳକୁ ଏହା ଅବପାତ ରେ ପରିଣତ ହେବ । ୨୫ରେ ଗଭୀର ଅବପାତ ହେବକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟାର ସ୍ପଷ୍ଟ ଦିଗ ଅବପାତର ରୂପ ନେବା ପରେ ଜଣା ପଡିବ ।

ତେବେ ପ୍ରାଥମିକ ଆକଳନରୁ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗ ଆଡ଼କୁ ଗତି କରୁଥିବା ପୂର୍ବାନୁମାନ ହୋଇଛି । ଏହା ପ୍ରଭାବ ରେ ରାଜ୍ୟରେ ୨୬ ରୁ ବର୍ଷା ଆରମ୍ଭ ହୋଇଯିବ । ଉପକୂଳ ଓଡ଼ିଶାରେ ବର୍ଷା ଅଧିକ ରହିବ । ୨୭ ବେଳକୁ ପବନ ମଧ୍ୟ ପ୍ରବାହିତ ହେବ । ୪୦ରୁ ୫୦ ଓ ଝଟ୍କା ପବନ ୬୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହି ବାତ୍ୟା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

Also Read:- ବଙ୍ଗୋପସାଗରରେ ଘନଉଛି ବିପଦ ! ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ଚିଠି

ତେବେ ଆସନ୍ତୁ ଶୁଣିବା କ’ଣ କହୁଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି…