କଟକ ୧୬।୧୦: ପ୍ରାୟ ୯ କୋଟି ୧୯ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଲେ କମର୍ସିଆଲ କୋର୍ଟ, କଟକ । କଟକ ବନ୍ଦୋବସ୍ତ, ଭୂ-ଲେଖ ଓ ନକ୍ସା ପ୍ରକାଶନ କାର୍ଯ୍ୟାଳୟ ଉପରେ ଏଭଳି କଡା ଆକ୍ସନ ହୋଇଛି । ତେବେ ଅଫିସ ମୁଖ୍ୟ ଫାଟକ ବନ୍ଦ ରହିଥିବାରୁ ଆଜି ଗେଟ୍ ସମ୍ମୁଖରେ ଲଟକା ଜାରି କରାଯାଇଛି ।

ଯୋବ୍ରା ସ୍ଥିତ ବନ୍ଦୋବସ୍ତ, ଭୂ-ଲେଖ ଓ ନକ୍ସା ପ୍ରକାଶନ କାର୍ଯ୍ୟାଳୟର ଆବଶ୍ୟକତା ମୁତାବକ, ସିଲଭେସା ଇନଫୋଟେକ୍ ସଂସ୍ଥା ୧୨୨ ଟି ତହସିଲ ଅଫିସକୁ କମ୍ପ୍ୟୁଟର ଯୋଗାଇଥିଲା । ତେବେ ସୁଧ ମୂଳ ସହିତ ୯.୧୯ କୋଟିର ବକେୟା ପ୍ରାପ୍ୟ ଦେବାରେ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଆପଣେଇବାରୁ ସଂସ୍ଥା ପକ୍ଷରୁ କମର୍ସିଆଲ କୋର୍ଟରେ ମାମଲା ଦାୟର ହୋଇଥିଲା ।

Also Read:- ଭୁବନେଶ୍ୱରରେ ସ୍ୱର୍ଣ୍ଣ ବିଜେତା ମହିଳା ଓ ପୁରୁଷ ହକି ଟିମ୍, କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

କୋର୍ଟଙ୍କ ରାୟ ଆବେଦନକାରୀଙ୍କ ସପକ୍ଷରେ ଗଲା । ଯାହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ତେବେ ଅପିଲ୍ ପିଟିସନ ଖାରଜ ହେବା ପରେ, ନିମ୍ନ ଅଦାଲତଙ୍କ ରାୟ କାଏମ ରହିଛି ।

Watch Video: