ମୁମ୍ବାଇ: ପାର୍ସୀ ଧର୍ମ ସମ୍ପର୍କିତ କେତେକ ସଙ୍ଗଠନ ଟାଟା ଟ୍ରଷ୍ଟ ପ୍ରତି ସେମାନଙ୍କ ସମର୍ଥନ ଜଣାଇଛନ୍ତି। ଏହି ସଙ୍ଗଠମାନେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଟାଟା ସନସ୍ ଓ ଟାଟା ଟ୍ରଷ୍ଟ ବିବାଦ ଏବେ କେବଳ ସେୟାରଧାରୀଙ୍କ ବିବାଦ ମଧ୍ୟରେ ସୀମିତ ନାହିଁ, ବରଂ ଏହାର ପ୍ରଭାବ ଭାରତର ସବୁଠୁ ପ୍ରମୁଖ ବ୍ୟବସାୟୀକ ଅନୁଷ୍ଠାନ ମଧ୍ୟରୁ ଗୋଟିଏ ଉପରେ ପଡିପାରେ ବୋଲି କହିଛନ୍ତି। ନିଜ ପତ୍ରରେ ସଙ୍ଗଠନମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗ୍ରହ କରିଛନ୍ତି ଯେ ଟାଟା ସମୂହ ସମ୍ପର୍କିତ ମୂଲ୍ୟ, ଗଭର୍ଣ୍ଣେସ ଓ ଦୀର୍ଘକାଳୀନ ଦୃଷ୍ଟିକୋଣ ଯେପରି ସୁରକ୍ଷିତ ରହିବ ତାହା ସୁନିଶ୍ଚିତ କରନ୍ତୁ।

ପତ୍ରରେ କୁହାଯାଇଛି ଯେ ଟାଟା ସନସ୍ ମାଲିକାନାରେ ଟାଟା ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଏହା ସମୂହର ପରୋପକାର ଏବଂ ସାମାଜିକ ଦାୟିତ୍ୱପ୍ରତି ନିଜର ସଂକଳ୍ପ କାୟମ ରଖିବା ସହ ଦୀର୍ଘ କାଳୀକ ଲକ୍ଷ୍ୟ ହାସଲରେ ଏହାକୁ ସକ୍ଷମ କରେ। ସଙ୍ଗଠନମାନେ ଟାଟା ସନସ୍ ର ପ୍ରସ୍ତାବିତ ଲିଷ୍ଟିଂକୁ ନେଇ ଜାରି ବିତର୍କ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଏହା କେବଳ ଏକ ବୈଷୟିକ ଅଥବା ନିୟାମକ ପ୍ରସଙ୍ଗ ହୋଇ ନାହିଁ। ଏହାର ପ୍ରଭାବ ଅନେକ ଗଭୀର।

ଏପରି କୌଣସି ପ୍ରକାରର ପରିବର୍ତ୍ତନ ଦୀର୍ଘ କାଳୀକ ପ୍ରବନ୍ଧନ ଓ ସ୍ୱଳ୍ପକାଳୀକ ବଜାର ଅପେକ୍ଷା ମଧ୍ୟରେ ସନ୍ତୁଳନକୁ ବିଗାଡୁଛି, ତାହା ହେଉଛି ଟାଟା ସନସ୍ ଓ ବ୍ୟାପକ ରୂପେ ଟାଟା ସମୂହର ମୂଳ ସ୍ୱରୂପ, ମୂଲ୍ୟ ଓ ପରିଚୟକୁ ପ୍ରଭାବିତ କରିପାରେ। ଟାଟା ଟ୍ରଷ୍ଟ ଓ ଟାଟା ସନସ୍ ସମ୍ପର୍କିତ ଘଟଣାକ୍ରମକୁ ନେଇ ଚିନ୍ତା ବ୍ୟକ୍ତ କରି ସଙ୍ଗଠନମାନେ କହିଛନ୍ତି ଯେ ଏହି ମାମଲାର ନିହିତାର୍ଥ ତତ୍କାଳୀକ କର୍ପୋରେଟ ବିବାଦଠୁ ଅନେକ ଆଗକୁ ଯାଉଛି। ପତ୍ରରେ କୁହାଯାଇଛି ଯେ ଏହା ଭାରତର ସବୁଠୁ ସମ୍ମାନୀତ ସଂସ୍ଥାଙ୍କ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହାର ଭବିଷ୍ୟତର ସ୍ୱରୂପ ଓ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ଏହା ଏକ ଏପରି ସଂସ୍ଥା ଯାହାର ବୈଶ୍ୱିକ ଉପସ୍ଥିତି ଓ ପ୍ରତିଷ୍ଠା ରହିଛି।

ଏହି ପତ୍ରରେ ପାରସୀ ପଞ୍ଚାୟତ ବମ୍ବେ ଫଣ୍ଡ ଓ ସମ୍ପତ୍ତିର ଟ୍ରଷ୍ଟିବୋର୍ଡ, ଫେଡେରେସନ ଅଫ ପାର୍ସୀ ଜୋରୋଷ୍ଟ୍ରିୟନ ଅଞ୍ଜୁମନ ଅଫ ଇଣ୍ଡିଆ, ଫେଡେରେସନ ଅଫ ଜୋରୋଷ୍ଟ୍ରିୟନ ଆସୋସିଏସନ ଅଫ ନର୍ଥ ଆମେରିକା, ଜୋରୋଷ୍ଟ୍ରିୟନ ଟ୍ରଷ୍ଟ ଫଣ୍ଡର ଅଫ ୟୁରୋପ, ଗ୍ଲୋବାଲ କାଉନସିଲ ଅଫ ଜୋରୋଷ୍ଟ୍ରିୟନ ଟ୍ରଷ୍ଟ ଏବଂ ୱାର୍ଲଡ ଜୋରଷ୍ଟ୍ରିୟନ ଚାମ୍ବାର ଅଫ କମର୍ସ ପ୍ରମୁଖ ମାନଙ୍କ ସ୍ୱାକ୍ଷର ରହିଛି।