କଟକ ୧୮।୧୦: କଟକ ତଳ ବାଲିଯାତ୍ରା ପଡିଆ ମହାନଦୀ କୂଳରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଲା ପରିଚୟ।ମୃତକ ଜଣଙ୍କ ହେଲେ କଟକ ରାଜା ବଗିଚା ଅଞ୍ଚଳର ୧୫ ବର୍ଷୀୟ ନାବାଳକ ସୁଶାନ୍ତ କୁମାର ସାହୁ । ସୁଶାନ୍ତ ଶନିବାର ସକାଳୁ ଘରୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଏହାପରେ ଜଣା ପଡିଥିଲା ଯେ ସୁଶାନ୍ତଙ୍କ ମୃତଦେହ କଟକ ମହାନଦୀ କୂଳ ତଳ ବାଲିଯାତ୍ରା ପଡିଆରୁ ମିଳିଛି । ପୂର୍ବରୁ ସୁଶାନ୍ତଙ୍କୁ ମାରିଦେବା ପାଇଁ ଧମକ ଦେଇଥିବା ବେଳେ ଆଜି ତାଙ୍କୁ ସକାଳୁ ନେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ଓ ସମ୍ପର୍କୀୟ ।

Also Read:- ପୂଜା ମଣ୍ଡପ ବୁଲିବା ବେଳେ ଷ୍ଟ୍ରିଟ୍ ଫୁଡ୍ ଖାଉଥିଲେ ସାବଧାନ ! ଚଢ଼ାଉ ବେଳେ ୩ କ୍ୱିଣ୍ଟାଲ ବାସି ଖାଦ୍ୟ ନଷ୍ଟ

କଟକ ତଳ ବାଲିଯାତ୍ରା ପଡିଆ ର ମହାନଦୀ କୂଳରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ନଦୀକୁ ଗାଧୋଇବା ପାଇଁ ଯାଇଥିବା ଲୋକଙ୍କ ନଜର ମୃତଦେହ ଉପରେ ପଡ଼ିବା ପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ କଟକ କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କଟକ ଡିସିପି ଋଷିକେଶ ଖିଲାରୀ ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତଦେହରେ ଅନେକ କ୍ଷତ ବିକ୍ଷତ ରହିଥିଲା । ସେହିଭଳି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ପରେ ମୃତକଙ୍କ ପରିଚୟ ମିଳିବା ସହ ଘଟଣାର ତଦନ୍ତ ଚାଲିଛି ସବୁ ଦିଗ ଓ ସିସିଟିଭିକୁ ଯାଞ୍ଚ କରାଯାଉଥିବା କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି ।

Watch Video: