ନୂଆଦିଲ୍ଲୀ: ଦୀର୍ଘ ୧୦ ମାସ ପରେ ପ୍ରଥମ ଥର ପାଇଁ ୨ ଲକ୍ଷ ତଳକୁ ଖସିଲା ରୁପା ଦର। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA) ଅନୁସାରେ, ଶୁକ୍ରବାର ଏକ କିଲୋ ରୁପା ଦରରେ ୪,୭୫୦ ଟଙ୍କା ହ୍ରାସ ପାଇଛି। ଫଳରେ ନୂଆ ଦର କିଲୋପ୍ରତି ୧ ଲକ୍ଷ ୯୫ ହଜାର ଟଙ୍କାକୁ ଖସି ଆସିଛି। ଏହା ପୂର୍ବରୁ ଗୁରୁବାର ରୁପା କିଲୋ ୨ ଲକ୍ଷ ଟଙ୍କା ଥିଲ। ରୁପା ଦରରେ ବଡ଼ ହ୍ରାସ ହୋଇଥିବାରୁ ଫେଷ୍ଟିଭି ସିଜନରେ ଗ୍ରାହକଙ୍କୁ କିଣିବାକୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି।

ଏହା ପୂର୍ବରୁ ୨୦୨୫ ଡିସେମ୍ବର ୧୭ ତାରିଖରେ ରୁପା ଦାମ ପ୍ରଥମ ଥର ପାଇଁ ୨ ଲକ୍ଷ ପାର୍ ହୋଇଥିଲା। ଯାହା ୨୦୨୬ ଜାନୁଆରୀ ବେଳକୁ ସାଢ଼େ ୩ ଲକ୍ଷ ପାର୍ ହୋଇଯାଇଥିଲା। କିନ୍ତୁ ବର୍ଷ ଶେଷ ବେଳକୁ ରୁପା ଦରରେ ଏତେବଡ଼ ହ୍ରାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେହିପରି ଆଜି ସୁନା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୧୨୪୬ ଟଙ୍କା ହ୍ରାସ ପାଇ ଦାମ ୧ ଲକ୍ଷ ୪୧ ହଜାର ଟଙ୍କାକୁ କମିଛି। ଏହା ପୂର୍ବରୁ ଅକ୍ଟୋବର ୨୨ ତାରିଖରେ ସୁନା ଦର ୧ ଲକ୍ଷ ୪୩ ହଜାର ଟଙ୍କା ଥିଲା। ଗତ ୪ ଦିନ ହେଲାଣି ସୁନା ଦରରେ ଲଗାତର ହ୍ରାସ ଯୋଗୁ ଏହି ଧାତୁର ମୂଲ୍ୟରେ ୪,୯୭୮ ଟଙ୍କା ଶସ୍ତା ହୋଇଛି। ସେହିପରି ରୁପା ଦରରେ ୧୫,୮୯୧ ଟଙ୍କା ହ୍ରାସ ପାଇଛି। ୧୬ ଅକ୍ଟୋବରରେ ସୁନା ୧.୪୬ ଲକ୍ଷ ଟଙ୍କା ଓ ରୁପା ୨.୧୦ ଲକ୍ଷ ଟଙ୍କା ଥିଲା।ସର୍ବୋଚ୍ଚ ସ୍ତରରୁ ୧.୮୫ ଲକ୍ଷ ଟଙ୍କା କମିଲାଣି ରୁପା

ଚଳିତ ବର୍ଷ ସୁନା-ରୁପା ଦରରେ ନିୟମିତ ଅପଡାଉନ ଜାରି ରହିଛି। ୨୦୨୫ ଡିସେମ୍ବର ୩୧ ତାରିଖରେ ସୁନା ଦର ୨.୩୦ ଲକ୍ଷ ଟଙ୍କା ଥିଲା। ଯାହା ୨୯ ଜାନୁଆରୀ ୨୦୨୬ରେ ୩ ଲକ୍ଷ ୮୬ ହଜାରର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ୧.୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲାଣି।

ସେହିପରି ସୁନା କଥା ଯଦି ଦେଖିବା ତେବେ ୩୧ ଡିସେମ୍ବର ୨୦୨୫ରେ ସୁନା ଦର ୧ ଲକ୍ଷ ୩୩ ହଜାର ଟଙ୍କା ଥିଲା। ଯାହା ଚଳିତ ବର୍ଷ ଜାନୁଆରେ ୨୯ ତାରିଖରେ ୧.୭୬ ଲକ୍ଷକୁ ବୃଦ୍ଧି ପାଇଥିଲା। ଯାହା ଏହି ଧାତୁର ସର୍ବୋଚ୍ଚ ସ୍ତର ଥିଲା। ଆଉ ବର୍ତ୍ତମାନ ଏହାର ଦର ୧ ଲକ୍ଷ ୪୧ ହଜାର ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍ ସୁନା ଦରରେ ୩୫ ହଜାର ଟଙ୍କାର ହ୍ରାସ ଦେଖିବାକୁ ମିଳିଛି।