ଭୁବନେଶ୍ୱର ୦୯।୦୭ : ମାଲ୍ୟଗିରି ପାହାଡ଼ରୁ ନିଖୋଜ ୩ ଯୁବକ ଉଦ୍ଧାର । ୨୨ ଘଣ୍ଟା ପରେ ୩ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଉଦ୍ଧାର ଯୁବକ ହେଲେ କେନ୍ଦୁଝର ଜିଲ୍ଲାର ଘନାଶ୍ୟାମ ପାତ୍ର , ଅନନ୍ତ ମୁଣ୍ଡା, ପଦ୍ମିନ ମହାନ୍ତ ।

ଖବର ଅନୁଯାୟୀ, ବୁଧବାର ଅନୁଗୋଳ ପାଲଲହଡା ମାଲ୍ୟଗିରି ପାହାଡ ବୁଲିବାକୁ କେନ୍ଦୁଝର ଅଞ୍ଚଳର ୧୩ ଜଣ ଯୁବକ ମାଲ୍ୟଗିରି ପାହାଡ଼ ବୁଲିବାକୁ ଯାଇଥିଲେ। କିଛି ବାଟରୁ ୬ ଜଣ ଯୁବକ ଫେରି ଆସିଥିବା ବେଳେ ପରେ ଆଉ ୪ ଜଣ ତଳକୁ ଓଲ୍ହାଇ ଆସିଥିଲେ। କିନ୍ତୁ ତିନି ଜଣ ଯୁବକ ମାଲ୍ୟଗିରି ପାହାଡ଼ର ଉପର ଭାଗକୁ ଚଢି ଯାଇଥିଲେ । ହେଲେ ଆଉ ତଳକୁ ଆସିବା ପାଇଁ ବାଟବଣା ହୋଇଯାଇଥିଲେ। ଆଜି ପାଲଲହଡା ଦମକଳ ବାହିନୀ ମାଲ୍ୟଗିରି ପାହାଡ଼ରେ ଖୋଜା ଖୋଜି କରି ୩ ଯୁବକଙ୍କୁ ଉଦ୍ଧାର କରିଛି ।

Also Read:-EIC on Hirakud : ସଂଧ୍ୟାରେ ଖୋଳାଯିବ ଆଉ ଗେଟ୍‌, ରାଜ୍ୟରେ କୌଣସି ବି ସ୍ଥାନରେ ନାହିଁ ବନ୍ୟା ସ୍ଥିତି...