ସାଲେପୁର-; କଳା ସଂସ୍କୃତିର ରାଜ୍ୟ ଓଡିଶା l ପାଲା ଦାସକାଠିଆ ଠାରୁ ଆରମ୍ଭ କରି ଘୋଡା ନାଚ ପର୍ଯ୍ୟନ୍ତ ସବୁଥିରେ ପରିପୂର୍ଣ ଥିଲା ପ୍ରାଚୀନ ଉତ୍କଳ l ଗାଁ ଗାଁ ରେ ଲୋକ କଥା ,ଲୋକ ଗୀତ ଓ ଲୋକ ବାଦ୍ୟର ଆସର ଜମୁଥିଲା l ପ୍ରାଚୀନ ଓଡ଼ିଶାରେ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ଲୋକ ପରମ୍ପରା ବା ପରମ୍ପରାଗତ କଳା ସଂସ୍କୃତି l କାଳକ୍ରମେ ସମୟ ବଦଳିବା ସାଙ୍ଗକୁ କଳା ସଂସ୍କୃତି ମଧ୍ୟ ଆଧୁନିକତାର ଛାପ ପାଇଲା ଆଉ ପରିବର୍ତ୍ତନର ଯାତ୍ରାରେ ସାମିଲ ହେଲା l ପାଲା ଦାସକାଠିଆ ଜାଗାରେ ଲୋକେ ବିଭିନ୍ନ ରକମର ଆଧୁନିକ ନୃତ୍ୟ ସଂଗୀତ ପରିବେଷଣ କଲେ l ଏହି କ୍ରମରେ ଓଡ଼ିଶାର ଲୋକ କଳା ଓ ଲୋକ ସଂଗୀତର ଆୟୁଷ ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲା l

ଆଜି ଆଧୁନିକତାର ଚାକଚକ୍ୟ ଭିତରେ ହଜିବାକୁ ବସିଛି ଓଡ଼ିଶାର ପାରମ୍ପରିକ ଲୋକକଳା। ଠିକ ଏହି ଭଳି ଏକ ହଜି ଯାଇଥିବା ପ୍ରାଚୀନ ଲୋକ କଳା ଭିତରେ ରହିଛି ଧୁଡୁକି ବାଦ୍ୟ l ଯାହା ସମସ୍ତ ଲୋକ ବାଦ୍ୟ ଠାରୁ ଭିନ୍ନ ଓ ଅନନ୍ୟ l ଦିନ ଥିଲା ଗାଁ ଗାଁରେ ଧୁଡୁକି ବାଦ୍ୟର ତାଳେ ତାଳେ ଶୁଣିବାକୁ ମିଳୁଥିଲା ପୁରାଣ, କାବ୍ୟକବିତା ଓ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ। ହେଲେ ଆଜି ଏହି ପାରମ୍ପରିକ କଳା ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି କେତେକ କଳାକାର। ଏହାର ଏକ ଉଦାହରଣ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ସତ୍ୟଭାମାପୁର ଅଞ୍ଚଳର ଧୁଡୁକି ବାଦକ ସଞ୍ଜୟ ଗୁରୁ। ଗାଁ ଦାଣ୍ଡରେ ଧୁଡୁକି ବଜାଇ ଲୋକଙ୍କ ମନୋରଞ୍ଜନ କରିବା ସହ ଏହି ପାରମ୍ପରିକ କଳାକୁ ଜୀବିତ ରଖିବାକୁ ଉଦ୍ୟମ କରୁଛନ୍ତି । ଧୁଡୁକିର ମଧୁର ସ୍ୱର ସହ ଲୋକକଳାର ଏହି ନିଆରା ପରମ୍ପରାକୁ ଉପଭୋଗ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

ଧୁଡୁକି, ଓଡ଼ିଶାର ଏକ ପାରମ୍ପରିକ ଲୋକବାଦ୍ୟ। ଏହି ବାଦ୍ୟକୁ ବଜାଇ କଳାକାରମାନେ ବିଭିନ୍ନ ପୌରାଣିକ କଥା, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା ଏବଂ ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ଗୀତ ଓ କାହାଣୀ ମାଧ୍ୟମରେ ପରିବେଷଣ କରିଥାନ୍ତି। ଏହି କଳା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତିର ଏକ ଅଂଶ।କଟକ ଜିଲ୍ଲା ସାଲେପୁରର ସତ୍ୟଭାମାପୁର ଅଞ୍ଚଳରେ ଧୁଡୁକି ବାଦ୍ୟ ପରିବେଷଣ କରି ନିଜ କଳାର ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜୟ ଗୁରୁ। ଗାଁ ଦାଣ୍ଡରେ ଧୁଡୁକି ବଜାଇ ସେ ଲୋକଙ୍କୁ ମନୋରଞ୍ଜନ କରୁଥିବା ବେଳେ ଏହା ମାଧ୍ୟମରେ ନିଜର ଜୀବନଜୀବିକା ମଧ୍ୟ ନିର୍ବାହ କରୁଛନ୍ତି। ତାଙ୍କର ଏହି କଳା ପରିବେଷଣକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଏକାଠି ହୋଇଥାନ୍ତି।

also read- ବିମାନ ଚଳାଚଳର ନିରବ ନାୟକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍‌, ଭାରତର ୨୮ ଲକ୍ଷ ବର୍ଗ ନଟିକାଲ୍ ମାଇଲ୍ ଆକାଶପଥର ସୁରକ୍ଷା କର୍ମୀ

ଧୁଡୁକି ଏକ ସ୍ୱଦେଶୀ ବାଦ୍ୟଯନ୍ତ୍ର। ଏହାକୁ କଳାକାରମାନେ ନିଜେ ତିଆରି କରିଥାନ୍ତି। କାଠର ଏକ ନଳର ଗୋଟିଏ ପାର୍ଶ୍ୱରେ ଚମଡ଼ାର ଆବରଣ ଲଗାଯାଇଥାଏ। ଏହାର ମଧ୍ୟଭାଗରେ ଏକ ଡୋରି ବନ୍ଧାଯାଇଥାଏ ଏବଂ ଡୋରିର ଅନ୍ୟ ପ୍ରାନ୍ତରେ ଏକ ଦଣ୍ଡ ରହିଥାଏ। କାଖରେ ଧୁଡୁକିକୁ ରଖି ଦଣ୍ଡ ଓ ଡୋରିକୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଟାଣି ବଜାଇଲେ ଏଥିରୁ ସ୍ୱତନ୍ତ୍ର ଧ୍ୱନି ସୃଷ୍ଟି ହୋଇଥାଏ। ଦଣ୍ଡରେ ବନ୍ଧାଯାଇଥିବା ଘୁଙ୍ଗୁରର ଶବ୍ଦ ଏହି ସ୍ୱରକୁ ଆହୁରି ମଧୁର କରିଥାଏ।ହେଲେ ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ ଲୋକକଳାର ଆଦର କମିବାରେ ଲାଗିଛି। ଏଭଳି ସ୍ଥିତିରେ ସଞ୍ଜୟ ଗୁରୁଙ୍କ ପରି କଳାକାରମାନେ ଧୁଡୁକି ବାଦ୍ୟକୁ ଆପଣାଇ ନିଜ ପରମ୍ପରାକୁ ବଞ୍ଚାଇ ରଖିବା ସହ ନିଜ ଜୀବିକା ନିର୍ବାହ କରୁଛନ୍ତି। ତେବେ ଏହି ଲୋକକଳାର ସୁରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ସଞ୍ଜ