ଭୁବନେଶ୍ୱର ୦୯।୦୭ : ଗୁରୁବାର ଦିନ ଖୋଲିଛି ହୀରାକୁଦ ଗେଟ୍‌ । ପ୍ରଥମେ ୪ଟି ଗେଟ୍‌ ଯୋଗେ ଚାଲିଛି ପାଣି ନିଷ୍କାସନ । ୯୪ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି । ସଂଧ୍ୟାରେ ଆଉ ୬ଟି ଗେଟ୍‌ ଖୋଲାଯିବ । ଯାହାଦ୍ୱାରା ଏକ ଲକ୍ଷ ୮୦ ହଜାର କ୍ୟୁସେକ୍‌ ଜଳ ହୀରାକୁଦରୁ ନିଷ୍କାସନ ହେବ ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ୩୬ରୁ ୪୮ ଘଣ୍ଟାରେ ମହାନଦୀ ଜଳ ମୁଣ୍ଡଳୀରେ ପହଞ୍ଚିବ ।  ବୁଧବାର ଦିନ ଛତିଶଗଡ ସହ CWCଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଛତିଶଗଡର ୮ ଷ୍ଟେସନରେ ଓଡ଼ିଶାର ୨୧ ଜଣ ଜଳ ସମ୍ପଦ ଅଧିକାରୀ ମହାଜୁଦ ଅଛନ୍ତି । ବର୍ତ୍ତମାନ କଲମା ଗେଟ ଖୋଲାଯାଇଛି । ତେବେ ଏ ଯାଏଁ କୌଣସି ଅସୁବିଧା ହୋଇନି । କାହିଁକି ନା ଜଳସ୍ତର କମ ରହିଛି । ଛତିଶଗଡ ବି ସହଯୋଗ କରୁଛି।

Also Read:-ରୋହିଣୀରେ ବଡ ଅଘଟଣ; ବର୍ଷା ପରେ କୋଠା ଭୁଶୁଡ଼ି ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ସେହିପରି IMD କହିଛି ଜୁଲାଇ ୧୩ ପରେ ରିପୋର୍ଟ ଦେବ । ତାଭିତରେ ହୀରାକୁଦ ପରିଚାଳନା ହୋଇଯାଇଥିବ । ଯାହା ଦ୍ୱାରା ଆଗକୁ ଅନୁମାନ କରାଯାଉଥିବା ଲଘୁଚାପ ସମୟରେ ଜଳ ସଂରକ୍ଷଣ କରି ହେବ । ରାଜ୍ୟରେ କୌଣସି ବି ସ୍ଥାନରେ ବନ୍ୟା ନାହିଁ । ମହାନଦୀ ଛଡା ବର୍ତ୍ତମାନ ଆଉ କେଉଁଠି ଜଳସ୍ତର ବଢିବାର ନାହିଁ । ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରେ ବି ଏବେ ବନ୍ୟା ନାହିଁ । ଚାନ୍ଦିଲି ଡ୍ୟାମ କରିଛି ଝାଡ଼ଖଣ୍ଡ,  ହେଲେ ପରିଚାଳନା କରିପାରୁନି । ଓଡ଼ିଶା ଓ ଝାଡ଼ଖଣ୍ଡ ଏ ଦିଗରେ ଆଲୋଚନା ଚାଲିଛି ।  

Watch Video:-