ଉଦଳା ୩।୯: ସାବତ ଶ୍ୱଶୁର ହେଲା ରକ୍ତମୁଖା । ଲୁହା ରଡ଼ରେ ପିଟି ଜ୍ୱାଇଁକୁ କଲା ହତ୍ୟା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗ୍ରାମରେ ।

ରମେଶ ବିନ୍ଧାଣୀ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି । ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ହୋ ଅନେକ ଥର ବିରୋଧ କରି ଆସିଛନ୍ତି । ହେଲେ ବୁଧବାର ରାତିରେ ଉଭୟ ସାବତ ଶ୍ୱଶୁର ଏବଂ ଜ୍ୱାଇଁ ମଧ୍ୟରେ ବଚସା ହୋଇଥିଲା । ଉଭୟ ନିଶାସକ୍ତ ଅବସ୍ଥାରେ ରହିଥିବା ବେଳେ ବଚସା ଉଗ୍ର ରୂପ ନେଇଥିଲା । ସାବତ ଶ୍ୱଶୁର ଏକ ଲୁହା ରଡ୍‌ରେ ଜ୍ୱାଇଁ ରମେଶଙ୍କୁ ଆକ୍ରମଣ କରିଥିଲା । ଯାହାକୁ ରମେଶଙ୍କ ସ୍ତ୍ରୀ ଭାରତୀ ଏବଂ ତାଙ୍କ ଶାଶୁ ସୁକୁରି ହୋ ବିରୋଧ କରିଥିଲେ । ଏହି ସମୟରେ ଉଭୟ ଭାରତୀ ଓ ସୁକୁରିଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଯେଉଁଥିରେ ଉଭୟ ଗୁରୁତର ହୋଇଥିଲେ ।

Also Read:- ହୋଟେଲରେ ୯ ଦେହଜୀବୀଙ୍କ ସହ ୭ ଗ୍ରାହକ...ଲୁଚିଥିଲା ରାଣୀ ମହୁମାଛି : ହଠାତ ପହଁଚିଗଲା ପୋଲିସ

ଏହାପରେ ସାବତ ଶ୍ୱଶୁର ଲୁହା ରଡ୍‌ରେ ରମେଶଙ୍କ ମୁଣ୍ଡରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Watch Video: